ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ ଆର ରେହମାନ୍ଙ୍କୁ କିଏ ନ ଜାଣେ। ବହୁବର୍ଷ ଧରି ସେ ସେନେମା ଜଗତରେ ରାଜ କରି ଆସୁଛନ୍ତି।
ହେଲେ ନିକଟରେ ଏ ଆର୍ ରେହମାନଙ୍କ ପତ୍ନୀ ସାଇରା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ସ୍ୱାମୀ-ସ୍ତ୍ରୀ ମିଳିତ ଭାବରେ ଘୋଷଣା କରିଛନ୍ତି। ସାଇରା ବାନୁ ବିବାହର ୨୯ ବର୍ଷ ପରେ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଆର୍ ଅମିନ ଏବଂ ଦୁଇ ଝିଅ ଖାତିଜା ରେହମାନ ଏବଂ ରହୀମା ରେହମାନ ।
ପ୍ରସିଦ୍ଧ ସଂଗୀତ କମ୍ପୋଜର ଏବଂ ତାଙ୍କ ପତ୍ନୀ ସାଇରାଙ୍କ ଅଲଗା ହେବାର ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବର୍ତ୍ତମାନ ଏଆର୍ ରହମାନ ଛାଡପତ୍ର ଉପରେ ନୀରବତା ଭାଙ୍ଗିଛନ୍ତି। ଏହାକୁ ନେଇ ସେ ଟ୍ୱିଟ କରି କହିଛନ୍ତି ଯେ, “ଆମେ ଗ୍ରାଣ୍ଡ ତିରିଟିରେ ପହଞ୍ଚିବାକୁ ଆଶା କରିଥିଲୁ, କିନ୍ତୁ ଲାଗୁଛି ଯେ ସବୁ ଜିନିଷର ଅଦୃଶ୍ୟ ଅନ୍ତ ଅଛି। ଏହି କଠିନ ଅଧ୍ୟାୟ ଦେଇ ଯିବାବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଶେଷରେ ରେହମାନ ହ୍ୟାସଟ୍ୟାଗ୍ ଆର୍ ସାଇରା ବ୍ରେକଅପ୍ ମଧ୍ୟ ଲେଖିଛନ୍ତି।
ଏହାକୁ ନେଇ ସାୟରାଙ୍କ ଓକିଲ ବନ୍ଦନା ଶାହା ଏକ ବିବୃତ୍ତି ଜାରି କରିଥିଲେ। ଯେଉଁଥିରେ ଲେଖା ହୋଇଥିଲା ଯେ, “ବହୁ ବର୍ଷର ବିବାହ ପରେ, ଶ୍ରୀମତୀ ସାଇରା ଏବଂ ତାଙ୍କ ସ୍ୱାମୀ ଆର୍ ରହମାନ ପରସ୍ପରଠାରୁ ଅଲଗା ହେବା ପାଇଁ କଠିନ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସେମାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭାବପ୍ରବଣତା ପରେ ଆସିଛି। ପରସ୍ପର ପ୍ରତି ଗଭୀର ପ୍ରେମ ଥିବା ସତ୍ୱେ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହେବାର କଷ୍ଟକର ନିଷ୍ପତ୍ତି ନେଇଛନ୍ତି। ଏହା ଦେଖାଗଲା ଯେ ତିକ୍ତତା ଏବଂ ଅସୁବିଧା ସେମାନଙ୍କ ମଧ୍ୟରେ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ,୧୯୯୫ ରେ ଆର୍ ରହମାନ ଏବଂ ସାଇରା ବାନୁ ବିବାହ କରିଥିଲେ। ଏହା ଏକ ଆରେଞ୍ଜ ମ୍ୟାରେଜ ଥିଲା ଏବଂ ରହମାନଙ୍କ ମା’ ସାଇରା ବାନୁଙ୍କୁ ବହୁତ ପସନ୍ଦ କରୁଥିଲେ।ଯେତେବେଳେ ରହମାନ ବିବାହ କରିଥିଲେ, ତାଙ୍କୁ ୨୯ ବର୍ଷ ହୋଇଥିଲା। ବିବାହ ପରେ ତାଙ୍କର ତିନୋଟି ସନ୍ତାନ ଅଛନ୍ତି, ସେମାନେ ହେଲେ ଆର୍ ଅମିନ ଏବଂ ଦୁଇ ଝିଅ ଖାତିଜା ରେହମାନ ଓ ରହୀମା ରେହମାନ। ଏହାକୁ ନେଇ ଏପର୍ଯ୍ୟନ୍ତ ସେମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
PREVIOUS POST: https://purvapaksa.com/utkarsh-sharma/