ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ହେଉଛି ଏକ ମାଗଣା ୱେବ୍ ବ୍ରାଉଜର୍ ଯାହା ଇଣ୍ଟରନେଟ୍ ପ୍ରବେଶ ଏବଂ ୱେବ୍ ଆଧାରିତ ପ୍ରୟୋଗଗୁଡ଼ିକ ଚଳାଇବା ପାଇଁ ବ୍ୟବହୃତ ହୋଇଥାଏ । ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ଓପନ୍ ସୋର୍ସ କ୍ରୋମିୟମ୍ ୱେବ୍ ବ୍ରାଉଜର୍ ପ୍ରୋଜେକ୍ଟ ଉପରେ ଆଧାରିତ । କ୍ରୋମ ବର୍ଷକୁ ଅନେକ ଅପଡେଟ୍ ଜାରି କରେ।
ମାଇକ୍ରୋସଫ୍ଟ ୱିଣ୍ଡୋଜ୍, ଆପଲ୍ ମାକୋସ୍ ଏବଂ ଲିନକ୍ସ ଡେସ୍କଟପ୍ ଅପରେଟିଂ ସିଷ୍ଟମ୍ , ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ପାଇଁ ଗୁଗୁଲ୍ କ୍ରୋମ୍ ଉପଲବ୍ଧ ଗୁଗୁଲ୍ କ୍ରୋମ୍ ହେଉଛି ଆଣ୍ଡ୍ରଏଡ୍ ସହିତ ଗୁଗୁଲ୍ ଡିଭାଇସ୍ ପାଇଁ ଡିଫଲ୍ଟ ବ୍ରାଉଜର୍। ଗୁଗୁଲ କ୍ରୋମ୍ ବ୍ୟତୀତ କେଉଁ ବ୍ରାଉଜରକୁ ଲୋକେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ? ଆଜି ଆମେ ଆପଣଙ୍କୁ ଗୁଗଲ କ୍ରୋମ ବ୍ୟତୀତ ବ୍ୟବହୃତ ଅନ୍ୟ ବ୍ରାଉଜର ବିଷୟରେ ସୂଚନା ଦେଉଛୁ ।
ଗୁଗୁଲ୍ କ୍ରୋମର ବିକଳ୍ପ
ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟ୍ ବ୍ୟବହାର କରନ୍ତି। ଫୋନ୍, ଲାପଟପ୍ କିମ୍ବା ଟ୍ୟାବଲେଟରେ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ବ୍ରାଉଜର ଦରକାର। ବହୁ ସଂଖ୍ୟକ ଲୋକ ଗୁଗଲ କ୍ରୋମ ବ୍ୟବହାର କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି ଗୁଗୁଲ କ୍ରୋମ୍ ବ୍ୟତୀତ କେଉଁ କେଉଁ ବ୍ରାଉଜରକୁ ଲୋକେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ? ଆଜି ଆମେ ଆପଣଙ୍କୁ ଗୁଗଲ କ୍ରୋମ ବ୍ୟତୀତ ବ୍ୟବହୃତ ଅନ୍ୟ ବ୍ରାଉଜର ବିଷୟରେ ସୂଚନା ଦେଉଛୁ । ଆମେରିକାର ନ୍ୟାୟ ବିଭାଗ ଖୁବଶୀଘ୍ର ଗୁଗଲକୁ ବଡ଼ ଝଟକା ଦେଇପାରେ ।
ବାସ୍ତବରେ, ଡିଓଜେ ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍କୁ ଏହାର କ୍ରୋମ୍ ଇଣ୍ଟରନେଟ୍ ବ୍ରାଉଜର ବିକ୍ରି କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବ୍ଲୁମବର୍ଗ ନ୍ୟୁଜର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଗୁଗୁଲ କ୍ରୋମ୍ ବ୍ୟତୀତ ୱେବ୍ ବ୍ରାଉଜିଂ ପାଇଁ ଲୋକଙ୍କ ପାଖରେ କ’ଣ ବିକଳ୍ପ ରହିଛି।
ଗୁଗଲ ହେଉଛି ବିଶ୍ୱର ସବୁଠାରୁ ବଡ ୱେବ ବ୍ରାଉଜର । ଏହାକୁ ଦୃଷ୍ଟିରେ ରଖି ଗୁଗଲ ନିଜର ଇଣ୍ଟରନେଟ ବ୍ରାଉଜର ତିଆରି କରିଛି, ଯାହାର ନାମ ଗୁଗଲ କ୍ରୋମ୍ ରଖାଯାଇଛି । ଗୁଗୁଲ କ୍ରୋମ୍ ପ୍ରଥମେ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା ।
ମାଇକ୍ରୋସଫ୍ଟ ଏଜ୍
ତା’ପରେ ଆସୁଛି ମାଇକ୍ରୋସଫ୍ଟ ଏଜ୍ । ଗୁଗୁଲ୍ କ୍ରୋମ୍ ପରେ ୧୧ ପ୍ରତିଶତ ୟୁଜର୍ସ ଏହାକୁ ବ୍ୟବହାର କରୁଛନ୍ତି। ୨୦୧୫ରେ ମାଇକ୍ରୋସଫ୍ଟ ପ୍ରଥମ ଥର ପାଇଁ ଏହି ଇଣ୍ଟରନେଟ ବ୍ରାଉଜର ଆରମ୍ଭ କରିଥିଲା ।
ଆପଲ୍ ସଫାରି
ଗୁଗୁଲ୍ କ୍ରୋମ୍ ଏବଂ ମାଇକ୍ରୋସଫ୍ଟ ଏଜ୍ ପରେ ଆପଲ୍ ସଫାରି ତୃତୀୟ ସ୍ଥାନରେ ରହିଛି। ଏହି ୱେବ୍ ବ୍ରାଉଜରକୁ ଆପଲ ବିକଶିତ କରିଛି, ଯାହାକୁ ବିଶ୍ୱର ୮ ପ୍ରତିଶତ ୟୁଜର୍ସ ବ୍ୟବହାର କରୁଛନ୍ତି । ୨୦୦୩ରେ ଆପଲ ଏହି ୱେବ୍ ବ୍ରାଉଜର ଲଞ୍ଚ କରିଥିଲା ।
ମୋଜିଲା ଫାୟରଫକ୍ସ
ମୋଜିଲା ଫାୟରଫକ୍ସକୁ ମୋଜିଲା ଫାଉଣ୍ଡେସନ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ୱିଣ୍ଡୋଜ୍, ମ୍ୟାକ୍ ଓଏସ୍, ଲିନାକ୍ସ ଏବଂ ଆଣ୍ଡ୍ରଏଡ୍ ପାଇଁ ବିକଶିତ କରାଯାଇଛି। ଏହା ଚତୁର୍ଥ ସର୍ବାଧିକ ପସନ୍ଦ କରାଯାଇଥିବା ୱେବ୍ ବ୍ରାଉଜର ।
Also readhttps://purvapaksa.com/guests-shower-%e2%82%b9-20-lakh-cash-at-up-wedding-procession