Anubhav Jagruti Marriage: ପୁଣିଥରେ ଲୋକପ୍ରିୟ ଯୋଡ଼ି ଅନୁଭବ-ଜାଗୃତିଙ୍କ ବାହାଘରକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ସତରେ ନିର୍ବନ୍ଧ କରିଛନ୍ତି କି ଅନୁଭବ-ଜାଗୃତି ?
ସିନେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବ ପୁଣି କେବେ ଓ କାହାକୁ ବିବାହ କରିବେ, ଅନେକ ସମୟରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ଚାଲିଥାଏ । ବର୍ତ୍ତମାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଭିନ୍ନ ଚ୍ୟାନେଲରେ ଦେଇଥିବା ଦୁହିଁଙ୍କର ସାକ୍ଷାତ୍କାର । ପୂର୍ବତନ ପତ୍ନୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପରେ ଏବେ ଅଭିନେତା ଆଉ ଥରେ ବିବାହ ଯାଉଛନ୍ତି ।
ତେବେ ଆଜି ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ତଥା ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ନିର୍ବନ୍ଧ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ଏବଂ ଆସନ୍ତା ୧୧ ତାରିଖରେ ବାହାଘର ହେବା ନା ଅପ୍ରିଲ୍ ୧ ରେ ହେବ ଏହାକୁ ନେଇ ଦ୍ଵନ୍ଦରେ ଅଛନ୍ତି ଫ୍ୟାନ୍ସ। ଏମିତିକି ବିବାହର କିଛି କାର୍ଯ୍ୟକ୍ରମ ଓଡ଼ିଶା ବାହାରେ ହେବ ବୋଲି କୁହାଯାଉଛି । କିନ୍ତୁ ଏ ସମ୍ପର୍କରେ ଉଭୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ ଯେ, ବର୍ଷା ଏବଂ ଅନୁଭବଙ୍କ ଛାଡ଼ପତ୍ର ସମୟରେ ଜାଗୃତି ଏକ ଭଲ ବାନ୍ଧବୀଙ୍କ ଭଳି ତାଙ୍କ ପାଖରେ ଛିଡ଼ା ହୋଇଥିଲେ । ଅନେକ ସମୟରେ ତାଙ୍କୁ ଅନୁଭବଙ୍କୁ ସମର୍ଥନ କରିବାର ମଧ୍ୟ ଦେଖା ଯାଇଥିଲା। ଅଭିନେତା ଅନୁଭବଙ୍କୁ ନେଇ ଜାଗୃତି ଏକ ବହି ମଧ୍ୟ ଲେଖିଛନ୍ତି। ଯେଉଁଥିରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି।
ALSO READ: https://purvapaksa.com/mahesh-babu-prithviraj-ready-to-roar-for-ss-rajamoulis-film-in-odisha/

