ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଝଟକା। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୂକ ନିର୍ଯାତନା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ଉଚ୍ଚ ନ୍ୟାୟାଳୟ। ଏଠାରେ କହି ରଖୁ କି ଅନୁଭବ ଓ ତାଙ୍କ କର୍ମଚାରୀ ଘଗେଶ୍ୱରଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା।

ଏଠାରେ କହି ରଖୁ କି ସୂଚନା ମୁତାବକ ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ନିମ୍ନ ଅଦାଲତରେ ଚାଲିଥିବା ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ହେଲେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ, ଏବେ ଅନୁଭବଙ୍କ ନାଁରେ ଏହି ମାମଲା ଚାଲିବ ।
AlsoRead; https://purvapaksa.com/know-what-liver-disease-you-have-from-the-color-of-your-urine/


