Animals Feast Together: ଯଦି ଆପଣ ଭାବୁଛନ୍ତି କେବଳ ମଣିଷମାନେ ଏକାଠି ବସି ଖାଦ୍ୟ ଖାଇଥାନ୍ତି ବା ଭୋଜି କରିଥାନ୍ତି ।
ତେବେ ଆମେ ଆପଣଙ୍କୁ କହିବୁ ଯେ ବାସ୍ତବରେ ଏହା ନୁହେଁ । ମଣିଷ ଛଡ଼ା କେତେକ ପ୍ରାଣୀ ମଧ୍ୟ ଏହିପରି କରିଥାନ୍ତି । ଯେଉଁମାନେ ଏକାଠି ଭୋଜନ କରନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି ‘Family that eats together stays together.’ ଏହାର ଅର୍ଥ ହେଉଛି ‘ ଯେଉଁ ପରିବାର ଏକତ୍ର ଖାଏ, ସେମାନେ ଏକାଠି ରୁହନ୍ତି ।’ ଏହି କଥା ମଣିଷ ପାଇଁ ବୁଝାପଡ଼େ। ସେଥିପାଇଁ ଆଜି ବି, ଏତେ ବ୍ୟସ୍ତବହୁଳ ଜୀବନ ସତ୍ତ୍ୱେ ଅଧିକାଂଶ ପରିବାର ଏକାଠି ବସି ଖାଇବାକୁ ପସନ୍ଦ କରନ୍ତି।
କିନ୍ତୁ କେବଳ ମଣିଷମାନେ ଭୋଜି କରୁଛନ୍ତି କି ? ଯଦି ଆପଣଙ୍କୁ କୁହାଯାଏ ଯେ ପଶୁମାନେ ମଧ୍ୟ ଏହା କରନ୍ତି, ତେବେ ଆପଣ ଏହାକୁ ବିଶ୍ୱାସ କରିବେ କି? ବୋଧହୁଏ ଏହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାସହ ସେମାନଙ୍କ ନାମ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଆସନ୍ତୁ ଆପଣଙ୍କୁ କହିବା।
ସିଂହ
ସିଂହକୁ ଜଙ୍ଗଲର ରାଜା କୁହାଯାଏ। ସିଂହ ପ୍ରଜାତିକୁ ସାମାଜିକ ଶିକାରୀ ଭାବରେ ବିବେଚନା କରାଯାଏ। ସାଧାରଣତଃ ସିଂହ ନିଜ ପରିବାର ସହିତ ଶିକାର କରିବାକୁ ଜଙ୍ଗଲକୁ ଯାଏ ଏବଂ ଶିକାର ପରେ, ସମସ୍ତେ ସେହି ଶିକାରକୁ ଏକତ୍ର ଖାଏ। ପ୍ରଥମେ ପୁରୁଷ ସିଂହ, ତାପରେ ନାରୀ ସିଂହ ଏବଂ ପରେ ଛୋଟ ଛୁଆମାନେ ଭୋଜି ଉପଭୋଗ କରନ୍ତି।
ଶିଆଳ
କେବଳ ସିଂହ ନୁହେଁ ବରଂ ଭୟଙ୍କର ଶିଆଳ ମଧ୍ୟ ତାଙ୍କ ପରିବାର ସହ ଶିକାର କରିଥାନ୍ତି। ସେମାନେ ସବୁବେଳେ ଦଳରେ ରହିବାକୁ ପସନ୍ଦ କରନ୍ତି ଏବଂ ଦଳରେ ରହି ଶିକାର କରିଥାନ୍ତି।ଯେତେବେଳେ କୌଣସି ଅସୁବିଧା ଆସିଥାଏ ତେବେ ସେମାନେ ଏକ ପ୍ରକାରର ଶବ୍ଦ କରିଥାନ୍ତି। ଯାହାଦ୍ୱାରା ସେହି ଦଳର ବାକି ସଦସ୍ୟମାନେ ଆସି ସେହି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଶିକାର କରିବା ପରେ ସେମାନେ ଏହାକୁ ଏକତ୍ର ଖାଆନ୍ତି। ସିଂହ ପରି ଏଠାରେ ମଧ୍ୟ ପ୍ରଥମେ ସେହି ଦଳର ମୁଖ୍ୟ ଖାଇଥାନ୍ତି ଏବଂ ପରେ ଅନ୍ୟ ସଦସ୍ୟମାନେ ଖାଇଥାନ୍ତି।
ଶାଗୁଣା
ଏମାନେ ମୁଖ୍ୟତଃ ମୃତ ପଶୁମାନଙ୍କୁ ମଧ୍ୟ ଖାଇଥା’ନ୍ତି। ଅନେକ ଶାଗୁଣା ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ଏବଂ ସେମାନେ ସେହି ପଶୁମାନଙ୍କୁ ଏକାଠି ଖାଆନ୍ତି। ଯେତେବେଳେ ଅନ୍ୟ ପଶୁମାନେ କୌଣସି ପଶୁକୁ ସମ୍ପୂର୍ଣ୍ଣ ଖାଇ ପରି ନଥାନ୍ତି ସେତେବେଳେ ଶାଗୁଣାମାନେ ସେମାନଙ୍କୁ ଖାଇଥାନ୍ତି। ଏହା ବ୍ୟତିତ ସେମାନେ ଛୋଟ ଛୋଟ ପଶୁଙ୍କୁ ଖାଇଥାନ୍ତି।
ମାଙ୍କଡ଼
ମାଙ୍କଡ଼ମାନଙ୍କୁ ମଧ୍ୟ ଦଳରେ ବୁଲୁଥିବାର ଦେଖାଯାଏ। ଯେତେବେଳେ ବି ଜଣେ ଗଛରୁ ଫଳ ଖାଇଥାନ୍ତି, ସେ ଅନ୍ୟ ଗୋଷ୍ଠୀକୁ ମଧ୍ୟ ଦିଅନ୍ତି। ଏହିପରି ସମସ୍ତେ ଏକାଠି ଭୋଜି କରନ୍ତି।
ହାତୀ
ହାତୀମାନେ ମଧ୍ୟ ଗୋଷ୍ଠୀ ବା ଦଳରେ ରହିଥାନ୍ତି। ସେମାନେ ସବୁବେଳେ ମିଶି ଖାଇଥାନ୍ତି। ସେମାନେ ଯେଉଁଠି ବି ଯାଇଥାନ୍ତି ତାଙ୍କ ଛୁଆମାନଙ୍କୁ ନେଇ ଯାଇଥାନ୍ତି। ତାଙ୍କ ଦଳର ମୁଖ୍ୟ ଆଗରେ ଚାଲୁଥିବା ବେଳେ ଅନ୍ୟ ସଦସ୍ୟମାନେ ତାଙ୍କ ପଛେ ପଛେ ଚାଲିଥାନ୍ତି। ସେମାନେ ଯାହା ବି ଖାଇଥାନ୍ତି ସମସ୍ତେ ମିଶି ଖାଇଥାନ୍ତି।
ALSO READ: https://purvapaksa.com/all-reddys-to-increase-their-salaries/