ଦୀର୍ଘ ପନ୍ଦର ଦିନ ରୁ ଉର୍ଦ୍ଧ୍ବ ହେବ ବ୍ରିଟେନ ନୌସେନା ର ଏକ F35 ଯୁଦ୍ଧ ବିମାନ କେରଳର ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫସିକି ରହିଛି। ଏମର୍ଜେନ୍ସୀ ଲ୍ୟାଣ୍ଡିଂ ପାଇଁ ଯେତେବେଳେ ଅନୁମତି ମାଗିଲା ତ ସେତେବେଳେ ଇନ୍ଧନ ସରିଛି ବୋଲି କୁହାଗଲା। କିନ୍ତୁ ଜଣାପଡ଼ିଲା ସେଥିରେ ଇନ୍ଧନ ଥିଲା। ପରେ ଖରାପ୍ ପାଗ, ଯାନ୍ତ୍ରିକ ତ୍ରୁଟି ଏମିତି ଯାବତୀୟ କାହାଣୀ କୁହାଗଲା। ପ୍ରକୃତରେ ସେ ବିମାନ କୁଆଡେ଼ କ’ଣ ପାଇଁ ଆସିଥିଲା ତାକୁ ନେଇ ଆନେକ ସଂଶୟ ରହିଛି, ଆନେକ ପ୍ରଶ୍ନ ଉଠୁଛି। ଉକ୍ତ ବିମାନ ଆମେରିକାର ସବୁଠୁ ଅତ୍ୟାଧୁନିକ ବିମାନ। ତାକୁ କୌଣସି ରାଡାର ଧରି ପାରିବ ନାହିଁ। କିନ୍ତୁ ତାକୁ ଭାରତୀୟ ବାୟୁସେନାର ରାଡାର ଧରିନେଲା। ବିମାନ କୁ ଲକ୍ କଲାପରେ ବାଧ୍ୟ ହୋଇ ଏମର୍ଜେନ୍ସୀ ଲ୍ୟାଣ୍ଡିଂ କରଗଲା।
ତାକୁ ଯେତେବେଳେ ହେଙ୍ଗରରେ ରଖିବାକୁ କୁହାଯାଇଥିଲା ସେଥିରେ ବ୍ରିଟେନ ରାଜି ହେଲାନାହିଁ। ପାଇଲଟ୍ ବର୍ଷାରେ ବି ସେ ବିମାନକୁ ଜଗି ରହିଲେ। ଏମିତି କି ଭାରତ ସେ ବିମାନକୁ ବର୍ଷାରୁ ରକ୍ଷା ପାଇଁ ଅଫର୍ କରିଥିବା ଛତା କୁ ବି ମନା କଲା ବ୍ରିଟେନ। ତା ପଛରେ ଥିବା କାରଣ ହେଉଛି ବ୍ରିଟେନ ଆମେରିକା ସାଟେଲାଇଟ ଉପରୁ ସେ ବିମାନ ଉପରେ ନଜର ରଖିଛି। ସେ ବିମାନ ମରାମତି କରିବାକୁ ଭାରତ ନିଜର ଟିମ୍ ଦେବାକୁ ଚାହିଁଲା କିନ୍ତୁ ବ୍ରିଟେନ ମନା କଲା। ନିଜର ଏକ ଟିମ ବ୍ରିଟେନରୁ ଆଣିଲା କିନ୍ତୁ ସେ ବି ଫେଲ୍ ମାରିଲା, ବିମାନ ମରାମତି ହୋଇ ପାରିଲା ନାହିଁ। ତା’ପରେ ଆମେରିକାରୁ ଏକ ସ୍ପେଶାଲ ଟିମ୍ ଆସିଲା। ଭାରତ ଏଥର ନିଜର ୧୨ଟି ସର୍ତ୍ତ ରଖିଲା। ଯେଉଁ ଟିମ୍ ଆସିବ ତାହା ସହ ଭାରତ ର ଟେକ୍ନିକାଲ ଓ ସିକୁରିଟୀ ଟିମ୍ ମିଶି କାମ କରିବେ।
ଅସଲରେ ଏଇଟା ଏକ ସିକ୍ରେଟ ମିଶନରେ ଆସିଥିବା କୁହାଯାଉଛି। ଭାରତର ରାଡାର ସିଷ୍ଟମ, ଆଣବିକ କମାଣ୍ଡ, ମିଶାଇଲ ପରୀକ୍ଷଣ, ବୁଡାଜାହାଜ ଆଦି ଉପରେ ତଥ୍ୟ ହାସଲ କରିବା ପାଇଁ ଏହାକୁ ପଠାଯାଇଥିବା କୁହାଯାଉଛି । ଯେହେତୁ ଏଇଟା ଷ୍ଟେଲଥ ବିମାନ ତାକୁ କୌଣସି ରାଡାର ଧରିପାରେ ନାହିଁ। ସେ ଚୁପଚାପ୍ ସବୁ ତଥ୍ୟ ହାସଲ କରି ଚାଲି ଯାଇଥାନ୍ତା। ଏଇଟା ଆମେରିକାର ଉଦ୍ଦେଶ୍ୟ ଥିଲା। କିନ୍ତୁ ଭାରତୀୟ ରାଡାର ସବୁ ଗଡ଼ବଡ଼ କରିଦେଲା। ଭାରତ ସେମିତି କିଛି ଟେକ୍ନୋଲୋଜି ବିକଶିତ କରିଛି ଯାହା ଖାଲି ଚୀନ ନୁହେଁ ଆମେରିକାର ମୁକାବିଲା ମଧ୍ୟ କରିପାରିବ।
F-35B, ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଲଢ଼ୁଆ ବିମାନ ମଧ୍ୟରୁ ଗୋଟିଏ। ଆମେରିକାର ଲକହିଡ୍ ମାର୍ଟିନ୍ ଦ୍ୱାରା ନିର୍ମିତ, ଏହାର ଷ୍ଟେଲଥ ଡିଜାଇନ୍ ଏହାକୁ ଶତ୍ରୁ ରାଡାରକୁ ଏଡାଇବାରେ ସାହାଯ୍ୟ କରେ, ଏହାକୁ ଗୁପ୍ତ ରଖିଥାଏ।F-35 ଆମେରିକା, ବ୍ରିଟେନ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ ସମେତ ନାଟୋ ଅଂଶୀଦାର ଦେଶଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ। F-35B ହେଉଛି ଜେଟ୍ର ତିନୋଟି ପ୍ରକାର ମଧ୍ୟରୁ ଗୋଟିଏ, ଯାହା ବିଶେଷ ଭାବରେ ସର୍ଟ ଟେକ ଅଫ ଏବଂ ଭୂଲମ୍ବ ଅବତରଣ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି। ମାର୍ଚ୍ଚ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ F-35 ଜେଟ୍ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲେ।
Also read https://purvapaksa.com/how-do-astronauts-calculate-time-on-the-space-station/
