Aloo Matar maggi: ସାଧାରଣତଃ ଆପଣମାନେ ବିଭିନ୍ନ ପ୍ରକାରର ମ୍ୟାଗି ଖାଇଥିବେ । ମସଲା ମ୍ୟାଗି, ଅଣ୍ଡା ମ୍ୟାଗି, ଲଙ୍କା ମ୍ୟାଗି ଠୁ ଆରମ୍ଭ କରି ଚକୋଲେଟ ମ୍ୟାଗି ପର୍ଯ୍ୟନ୍ତ ।
ମ୍ୟାଗି କେବଳ ଛୋଟ ଛୁଆଙ୍କର ପସନ୍ଦର ଖାଇବା ନୁହେଁ । ବଡ଼ମାନେ ମଧ୍ୟ ଏହାକୁ ସେତେ ହିଁ ପସନ୍ଦ କରିଥାନ୍ତି ଏବଂ ଖାଇଥାନ୍ତି । ବିଶେଷକରି ଯେଉଁମାନେ ହଷ୍ଟେଲ ବା ଘର ବାହାରେ ରହିଥାନ୍ତି ସେମାନେ ଅଧିକ ମ୍ୟାଗି ଖାଇଥାନ୍ତି । ସେମାନେ ମ୍ୟାଗି ସହ ଅନେକ ପ୍ରକାରର ଏକ୍ସପରିମେଣ୍ଟ ମଧ୍ୟ କରିଥାନ୍ତି । ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ, ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଏହା ଆମର ସମୟକୁ ବଞ୍ଚାଇବା ସହ ଆମ ଭୋକକୁ ମଧ୍ୟ ମେଣ୍ଟାଇଥାଏ ।
ବେଳେବେଳେ ଏଥିରେ ବିଭିନ୍ନ ପ୍ରକାର ପନିପରିବା ପକେଇଥାନ୍ତି । ଆଉ ବେଳେବେଳେ ଅଣ୍ଡା ଏବଂ ଚିକେନ ମଧ୍ୟ ପକେଇଥାନ୍ତି । ଶୀତଦିନ ଆସିଲେ ମ୍ୟାଗିର ଚାହିଦା ଟିକେ ଅଧିକ ବଢ଼ିଯାଏ । ଶୀତ ଶୀତ ସନ୍ଧ୍ୟାରେ ଯଦି ଗରମ ଗରମ ମ୍ୟାଗି ମିଳିଯାଏ ତେବେ ଆଉ କ’ଣ ଦରକାର । ତେବେ ଚାଲନ୍ତୁ ଆଜି ଆମେ ଆଉ ଏକ ଏକ୍ସପରିମେଣ୍ଟ କରିବା ଆଉ ଶିଖିବା ଆଳୁ ମଟର ମ୍ୟାଗି ।
ଆବଶ୍ୟକ ସାମଗ୍ରୀ
୩ ଟି ମ୍ୟାଗି
୩ ଟି ସିଝା ଆଳୁ
୧ କପ୍ ଗ୍ରୀନ ମଟର
୧ କପ୍ କଟା ପିଆଜ
୧ କପ୍ କଟା ଟମାଟୋ
୪ ଟି କଞ୍ଚାଲଙ୍କା
୧ ଟେବଲ୍ ସ୍ପୁନ୍ ହଳଦୀ ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
ଆବଶ୍ୟକ ଅନୁସାରେ ତେଲ
ଧଣିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଢ଼େଇକୁ ଗରମ କରି ସେଥିରେ ଆବଶ୍ୟକ ଅନୁସାରେ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ କାଟି ରଖିଥିବା ପିଆଜ ପକେଇ ଭାଜନ୍ତୁ । ପିଆଜ ଭଜା ହେବା ପରେ ସେଥିରେ ଟମାଟୋ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲଭାବରେ ଭାଜନ୍ତୁ । ଭଲରେ ଭାଜି ହେବା ପରେ ଗ୍ରୀନ ମଟର ଏବଂ ସିଝା ଆଳୁକୁ ସେଥିରେ ପକେଇ ପୁଣିଥରେ ଘାଣ୍ଟନ୍ତୁ । ଆଳୁ ଭଲ ଭାବରେ ଭାଜି ହେବା ପରେ ସେଥିରେ ମ୍ୟାଗି ମସଲା ଦେଇ ଭଲ ଭାବରେ ମିଶାନ୍ତୁ । ଏହାପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ମ୍ୟାଗିକୁ ସେଥିରେ ପକାନ୍ତୁ । ମ୍ୟାଗି ଭଲ ଭାବରେ ସିଝିବା ପରେ ସେଥିରେ ଧଣିଆ ପତ୍ର ପକାନ୍ତୁ ଏବଂ ଗରମ ଗରମ ଉପଭୋଗ କରନ୍ତୁ । ପ୍ରସ୍ତୁତ ହେଇଗଲା ଆପଣଙ୍କର ଆଳୁ ମଟର ମ୍ୟାଗି ବହୁତ ହିଁ ସହଜ ଉପାୟରେ ।
ALSO READ: https://purvapaksa.com/enduri-pitha-odisha-cousin/