Rahul Gandhi UK Citizenship Case: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବ୍ରିଟିଶ ନାଗରିକତା ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଆବେଦନକାରୀ ବିଘ୍ନେଶ ଶିଶିର କହିଛନ୍ତି ଯେ ରାହୁଲଙ୍କ ନାଗରିକତା ପ୍ରତ୍ୟାହାର କରିବାର ବିଚାରକୁ ସରକାର ନିଶ୍ଚିତ କରିଛନ୍ତି।
- ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ବ୍ରିଟେନ୍ ନାଗରିକତା ମାମଲା
- ରାହୁଲ ଗାନ୍ଧିଙ୍କ ନାଗରିକତା ରଦ୍ଦ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ କଲେ ବିଘ୍ନେଶ ଶିଶିର
- ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତା ଉପରେ ବିଚାର ଚାଲିଛି ବୋଲି ସରକାର କହିଛନ୍ତି
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବ୍ରିଟିଶ ନାଗରିକତା ପ୍ରସଙ୍ଗ ଜୋର ଧରିଛି। ଭାରତର ନାଗରିକତା ରଦ୍ଦ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଏସ୍ ବିଘ୍ନେଶ ଶିଶିର ଏହି ପ୍ରସଙ୍ଗରେ ମୋର୍ଚ୍ଚା ଖୋଲିଛନ୍ତି। କୋର୍ଟ ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ ରିପୋର୍ଟ ମାଗିଛନ୍ତି।
ନଭେମ୍ବର ୨୫ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ରାହୁଲ ଗାନ୍ଧିଙ୍କ ବିଦେଶୀ ନାଗରିକତା ସଂକ୍ରାନ୍ତରେ ଦାଖଲ ହୋଇଥିବା ପ୍ରମାଣ, ଦସ୍ତାବିଜ, ସୂଚନା, ଭିଡିଓ ଏବଂ ଫଟୋ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅଦାଲତ ଭାରତ ସରକାରଙ୍କୁ ପଚାରିଥିଲେ। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଏହାର ଜବାବରେ କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ଏହା ସକ୍ରିୟ ବିଚାରରେ ରହିଛି। ଗୃହ ମନ୍ତ୍ରାଳୟର ପ୍ରତିନିଧି, ଭାରତ ସରକାରଙ୍କ ଡେପୁଟି ସଲିସିଟର ଜେନେରାଲ ସୂର୍ଯ୍ୟଭାନ ପାଣ୍ଡେ କୋର୍ଟରେ ଏହି ଯୁକ୍ତି ଉପସ୍ଥାପନ କରିଥିଲେ।
ଚଳିତ ବର୍ଷ ଅକ୍ଟୋବର ୪ ତାରିଖରେ ଭାରତ ସରକାର ଏକ ଚିଠି ଜରିଆରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ସ୍ପଷ୍ଟଭାବେ କୁହାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର ପାଇଁ ବିଚାର କରାଯାଉଛି। ଏହାପରେ ଡିସେମ୍ବର ୧୯ ତାରିଖ ସୁଦ୍ଧା ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସେହି ସମୟ ସୁଦ୍ଧା କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯ରେ ହେବ।
ଭାରତ ସରକାର ଖୁବ୍ଶୀଘ୍ର ରାହୁଲଙ୍କ ନାଗରିକତା ପ୍ରତ୍ୟାହାର କରିବେ
ଏସ୍ ବିଘ୍ନେଶ ଶିଶିର କହିଛନ୍ତି, ମୁଁ ବହୁତ ଆଶାବାଦୀ ଯେ ଭାରତ ସରକାର ଖୁବ୍ଶୀଘ୍ର ରାହୁଲ ଗାନ୍ଧୀଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କରିବେ, କାରଣ ଏଥର ବ୍ରିଟିଶ ସରକାରଙ୍କ ସହ ସିଧାସଳଖ ଯୋଗାଯୋଗ ହୋଇଛି, ଯେଉଁଥିରେ ବ୍ରିଟିଶ ନାଗରିକତା ରେକର୍ଡରେ ରାହୁଲ ଗାନ୍ଧୀଙ୍କ ନାମ ଥିବା ନିଶ୍ଚିତ ହୋଇଛି। ଆମେ ଏହି ଦସ୍ତାବିଜଗୁଡ଼ିକୁ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିଛୁ। ଏହା ବ୍ୟତୀତ ଆମ ପାଖରେ କିଛି ଗୋପନୀୟ ପ୍ରମାଣ ମଧ୍ୟ ରହିଛି ଯାହାକୁ ଆମେ ଅଦାଲତରେ ଉପସ୍ଥାପନ କରିଛୁ ଏବଂ ଏଥିରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧୀ ବ୍ରିଟେନର ନାଗରିକ । ତେଣୁ ତାଙ୍କ ଭାରତୀୟ ନାଗରିକତ୍ୱ ପ୍ରତ୍ୟାହାର କରାଯାଉ ବୋଲି ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ।
ଦ୍ୱୈତ ନାଗରିକତା ନେଇ ଭାରତରେ ଏପରି କୌଣସି ଆଇନ ନାହିଁ
ଭାରତରେ ଏପରି କୌଣସି ଆଇନ ନାହିଁ, ଯେଉଁଥିରେ ଦ୍ୱିତୀୟ ନାଗରିକତାକୁ ଅନୁମତି ମିଳିବ। ଯଦି କୌଣସି ବ୍ୟକ୍ତି ଅନ୍ୟ ଦେଶର ନାଗରିକତା ହାସଲ କରନ୍ତି, ତେବେ ଭାରତୀୟ ନାଗରିକତା ବାତିଲ ହୋଇଥାଏ। ଭାରତୀୟ ସମ୍ବିଧାନ ଏବଂ ୧୯୫୫ର ନାଗରିକତା ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରନ୍ତି ତେବେ ତାଙ୍କ ଭାରତୀୟ ନାଗରିକତା ରଦ୍ଦ ହେବ।
Also readhttps://purvapaksa.com/international-airport-in-puri-is-relying-on-the-state-government/
