ICC Awards 2024 ଆଇସିସି ’ଶ୍ରଷ୍ଠ’ ବାର୍ଷିକ କ୍ରୀଡ଼ା ପୁରସ୍କାର
୨୦୨୪ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଆଇସିସି ବାର୍ଷିକ ପୁରସ୍କାର ପ୍ରଦାନ କରିବାକୁ ଯାଉଛି। ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର ଓ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ତାଲିକାରେ ଭାରତର ପ୍ରିମିୟର ପେସ ବୋଲର ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି। ସାର ଗ୍ୟାରୀ ଫିଲ୍ଡ ସୋବର୍ସ ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଲିକାରେ ବୁମରାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍, ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ସ୍ଥାନ ପାଇଛନ୍ତି। ବୁମରା ଚଳିତ ବର୍ଷ ୧୩ଟି ଟେଷ୍ଟ ଖେଳି ସର୍ବାଧିକ ୭୧ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୮ଟି ଟି-ଟ୍ୱେଣ୍ଟି ଖେଳି ସେ ୧୫ଟି ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ପ୍ରଦର୍ଶନ ବଳରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା। ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରୁକ୍ ଚଳିତ ବର୍ଷ ୧୨ଟି ଟେଷ୍ଟ ଖେଳି ୧୧୦୦ ରନ୍ ସଂଗ୍ରହ କରିଛନ୍ତି। ସେହିପରି ରୁଟ୍ ଚଳିତ ବର୍ଷ ୧୭ଟି ଟେଷ୍ଟରୁ ୧୫୫୬ ରନ୍ ସଂଗ୍ରହ କରିଛନ୍ତି। ହେଡ ଚଳିତ ବର୍ଷ ୯ଟି ଟେଷ୍ଟ ଖେଳି ୬୦୮ ରନ୍ ସଂଗ୍ରହ କରିଥିବାବେଳେ ୧୫ଟି ଟି-ଟ୍ୱେଣ୍ଟିରୁ ୫୩୯ ରନ୍ କରିଛନ୍ତି।
ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ଦୌଡରେ ବୁମରା, ରୁଟ ଓ ବ୍ରୁକଙ୍କ ବ୍ୟତୀତ ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ ସ୍ଥାନ ପାଇଛନ୍ତି। ମେଣ୍ହିସ ଚଳିତ ବର୍ଷ ୭୪.୯୨ ହାରରେ ୧୦୪୯ ରନ୍ ସଂଗ୍ରହ କରିଥିଲେ।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଦୌଡରେ ଅର୍ଶଦୀପ ସିଂହ ଓ ମହିଳା ବର୍ଗରେ ସ୍ମୃତି ମନ୍ଧନା ସ୍ଥାନ ପାଇଛନ୍ତି। ମନ୍ଧନା ଚଳିତ ବର୍ଷ ୧୨ଟି ଦିନିକିଆ ଖେଳି ୬୧.୯୧ ହାରରେ ୭୩୪ ରନ୍ ସଂଗ୍ରହ କରିଛନ୍ତି। ଅର୍ଶଦୀପ ଚଳିତ ବର୍ଷ ୧୮ଟି ମ୍ୟାଚ୍ ଖେଳି ୩୬ଟି ୱିକେଟ ଅକ୍ତିଆର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିମ୍ବାୱେର ଶିକନ୍ଦର ରଜା, ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ଓ ପାକିସ୍ତାନର ବାବର ଆଜମ ରହିଛନ୍ତି।
ଉଦୀୟମାନ ଖେଳାଳି ତାଲିକାରେ ଭାରତର ଶ୍ରେୟଙ୍କା ପାଟିଲ ସ୍ଥାନ ପାଇଛନ୍ତି। ସେ ଚଳିତ ବର୍ଷ ୧୩ଟି ଟି-ଟ୍ୱେଣ୍ଟିରୁ ୧୫ଟି ୱିକେଟ ଓ ୨ଟି ଦିନିକିଆରୁ ୪ଟି ୱିକେଟ ଅକ୍ତିଆାର କରିଥିଲେ। ପୁରୁଷ ବର୍ଗରେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ତାଲିକାରେ ଭାରତର କୌଣସି ଖେଳାଳି ସ୍ଥାନଇନଥିଲେ ହେଁ ୱେଷ୍ଟଇଣ୍ଡିଜର ସମର ଜୋଶେଫ, ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ୍, ଇଂଲଣ୍ଡର ଗସ ଆଟକିନସନ ଓ ପାକିସ୍ତାନର ସାଏମ ଆୟୁବ ରହିଛନ୍ତି।
previous article: https://purvapaksa.com/5-legendary-cricketers-who-retired-in-the-middle-of-the-series-ravichandran-ashwin/
ଅଶ୍ୱିନଙ୍କ ଭଳି ସିରିଜ ମଝିରେ ଅବସର ନେଇଥିବା ୫ କିମ୍ବଦନ୍ତୀ କ୍ରିକେଟର, ୨ ଭାରତୀୟଙ୍କ ନାମ ସାମିଲ