Air Pollution : ଗୁରୁବାର ଓଡ଼ିଶାର ଅନୁଗୁଳ, ଭୁବନେଶ୍ୱର, କଟକ ଓ ବାଲେଶ୍ୱର ଭାରତର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି। ଅନୁଗୁଳ ୩୩୨, ଅଗରତାଲା ୩୧୫, ହାୱଡ଼ା ୩୧୪, ବର୍ନିହାଟ ୩୧୨ ଓ ଅମୃତସର ୨୭୦ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।
ବାୟୁ ପ୍ରଦୂଷଣ କେବଳ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଆଉ ଏକ ଗମ୍ଭୀର ପ୍ରସଙ୍ଗ ନୁହେଁ। ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର କେତେକ ସହରରେ ସ୍ଥିତି ସମାନଭାବେ ଉଦବେଗଜନକ ରହିଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଶୁକ୍ରବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୧୮୭ ରେକର୍ଡ କରାଯାଇଛି, ଯାହା ଗୁରୁବାର (ଡିସେମ୍ବର ୫, ୨୦୨୪) ସକାଳର ୧୬୧ ରିଡିଂ ତୁଳନାରେ ସାମାନ୍ୟ ଅଧିକ।
ଅରାହ୍ନ ୪ଟା ସୁଦ୍ଧା ଅନୁଗୁଳରେ ଏକ୍ୟୁଆଇ ୩୧୯ (ଅତ୍ୟନ୍ତ ଖରା) ଏବଂ ଭୁବନେଶ୍ୱରରେ ୨୬୭ (ଖରାପ) ଥିଲା। କଟକରେ ବାୟୁର ଗୁଣବତ୍ତା ୨୦୨, ଯାଜପୁରର ବ୍ୟାସନଗରରେ ୨୦୫ ଓ ତାଳଚେରରେ ଏକ୍ୟୁଆଇ ୧୫୪ ରେକର୍ଡ କରାଯାଇଛି । ଓଡ଼ିଶାରେ ଏକ୍ୟୁଆଇ ଭାରତ ତୁଳନାରେ ୧.୧୫ ଗୁଣ ଅଧିକ।

ଗୁରୁବାର ଓଡ଼ିଶାର ଅନୁଗୁଳ, ଭୁବନେଶ୍ୱର, କଟକ ଓ ବାଲେଶ୍ୱର ଭାରତର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି। ଅନୁଗୁଳ ୩୩୨, ଅଗରତାଲା ୩୧୫, ହାୱଡ଼ା ୩୧୪, ବର୍ନିହାଟ ୩୧୨ ଓ ଅମୃତସର ୨୭୦ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।
ଗତ ସୋମବାର ଭୁବନେଶ୍ୱରର ବାୟୁର ଗୁଣବତ୍ତା ରାଜଧାନୀ ଦିଲ୍ଲୀ ତୁଳନାରେ ବହୁତ ଖରାପ ଥିଲା। ଦିଲ୍ଲୀରେ ଏକ୍ୟୁଆଇ ୧୭୮ ଥିବାବେଳେ ଭୁବନେଶ୍ୱରରେ ଏହା ୨୬୬ ଥିଲା। ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ତାଳଚେର ଓ ବ୍ୟାସନଗର ସେହି ଦିନ ଭାରତର ୨୫ଟି ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ ଥିଲା।
ଏହି ସହରଗୁଡ଼ିକରେ ବାୟୁରେ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମୋନୋକ୍ସାଇଡ୍ ଏବଂ ଧୂଳି କଣିକାର ମାତ୍ରା ବାୟୁକୁ ନିଶ୍ୱାସ ନେବା ପାଇଁ ଅସୁରକ୍ଷିତ କରିଦିଏ। ବାୟୁର ଗୁଣବତ୍ତା ଖରା ହେବା ଫଳରେ ହଜାର ହଜାର ଲୋକ ଅନେକ ଶ୍ୱାସରୋଗ, ହୃଦ୍ଘାତ, ଆଜମା ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ହୁଅନ୍ତି।
ଅନୁଗୁଳ-ତାଳଚେର ଶିଳ୍ପାଞ୍ଚଳକୁ ବିଶ୍ୱର ସବୁଠାରୁ ବଡ଼ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (ଏନ୍ଓ୨) ନିର୍ଗମନ ହଟ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି।
ଦୀପାବଳି ସମୟରେ ଦିଲ୍ଲୀରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ଥିଲା, ଯାହା ଅତ୍ୟନ୍ତ ବିପଜ୍ଜନକ ଥିଲା। କିନ୍ତୁ ସେବେଠାରୁ ଏଥିରେ ବହୁତ ଉନ୍ନତି ଆସିଛି। ଅରପକ୍ଷରେ ଓଡ଼ିଶାର ୪ରୁ ୫ଟି ସହରରେ ଏକ୍ୟୁଆଇ ବିଜ୍ଜନକଭାବେ ବୃଦ୍ଧି ପାଉଛି।
ଜାନୁଆରୀରେ ଓଡ଼ିଶାର ୬ଟି ସହର ୧୬ଟି ଅତ୍ୟନ୍ତ ଖରାପ ଏକ୍ୟୁଆଇ ମଧ୍ୟରେ ଥିଲା, ଯାହା କି ୩୦୦ରୁ ଅଧିକ ସ୍ତରରେ ପହଞ୍ଚିଥିଲା । ଶିଳ୍ପ ନଗରୀ ଅନୁଗୁଳର ଏକ୍ୟୁଆଇ ଦିଲ୍ଲୀର ୩୪୫କୁ ଟପି ୩୫୨ ରହିଥିଲା । ଏହା ପରେ କଟକ (୩୪୦), ଭୁବନେଶ୍ୱ ର ଓ ବାଲେଶ୍ୱର (୩୩୪) ଏବଂ କେନ୍ଦୁଝର (୩୨୬) ରହିଛି।
ଉଲ୍ଲେଖଯୋଗ୍ୟ ଯେ ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇକୁ ସ୍ୱାଭାବିକ ଓ ଶ୍ୱାସକ୍ରିୟା ପାଇଁ ସୁରକ୍ଷିତ ବୋଲି ବିବେଚନା କରାଯାଉଥିବାବେଳେ ଏହା ୪୦୧ରୁ ୫୦୦ ମଧ୍ୟରେ ସବୁଠାରୁ ଖରାପ।