Chhaava Maratha Empire History: ନିଜ ଲୋକଙ୍କ ବିଶ୍ୱାସଘାତକତା କାରଣରୁ ସମ୍ଭାଜୀଙ୍କୁ ୧୬୮୮ ମସିହାରେ ଔରଙ୍ଗଜେବ ଧରି ନେଇଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲ। ସେ ଅନେକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ଶେଷରେ ୧୧ ମାର୍ଚ୍ଚ ୧୬୮୯ରେ ସହିଦ ହୋଇଥିଲେ। ଆସନ୍ତୁ ଜାଣିବା ଛଭାଙ୍କ ସହିଦ ହେବା ପରେ ମରାଠା ସାମ୍ରାଜ୍ୟର କ‘ଣ ହେଲା? ତାଙ୍କ ପୁଅ ଶାହୁଜୀ ୨୦ ବର୍ଷ ଧରି ଔରଙ୍ଗଜେବଙ୍କ ବନ୍ଦୀତ୍ୱରେ କେମିତି ରହିଲେ? ମରାଠା ସାମ୍ରାଜ୍ୟର କ୍ଷମତା କିଏ ନେଇଥିଲା?
ନିଜ ଲୋକଙ୍କ ବିଶ୍ୱାସଘାତକତା ପାଇଁ ୧୬୮୮ ମସିହାରେ ସମ୍ଭାଜୀଙ୍କୁ ଔରଙ୍ଗଜେବ ବନ୍ଦୀ କରିଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲେ। ତାଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା ଏବଂ ଶେଷରେ ସେ ୧୧ ମାର୍ଚ୍ଚ ୧୬୮୯ ରେ ସହିଦ ହୋଇଥିଲେ। ଛାଭା ସହିଦ ହେବା ପରେ ମରାଠା ସାମ୍ରାଜ୍ୟର କ’ଣ ହେଲା? ତାଙ୍କ ପୁଅ ସାହୁଜୀ କିପରି ୨୦ବର୍ଷ ଧରି ଔରଙ୍ଗଜେବର ବନ୍ଦୀ ଭାବରେ ରହି ମଧ୍ୟ ମୋଗଲ ସାମ୍ରାଜ୍ୟର ପତନର କାରଣ ହୋଇଥିଲେ, ଆସନ୍ତୁ ଜାଣିବା।
ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ୧୬୭୪ ମସିହାରେ କ୍ଷମତା ଗ୍ରହଣ କରିଥିଲେ ଏବଂ ୧୬୮୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ, ତାଙ୍କର ବଡ଼ ପୁଅ ସମ୍ଭାଜୀ ମରାଠା ସାମ୍ରାଜ୍ୟର ଛତ୍ରପତି ହୋଇଥିଲେ। ଯିଏକି ଛାଭା ଅର୍ଥାତ୍ ସିଂହ ଛୁଆ ନାମରେ ଜଣାଶୁଣା ଥିଲେ। ତାଙ୍କ ରାଜତ୍ୱ କାଳରେ, ସେ ଶିବାଜୀ ମହାରାଜଙ୍କ ପରି, ମୋଗଲମାନଙ୍କ ବିରୁଦ୍ଧରେ ସାହସିକତାର ସହିତ ଲଢ଼ି ଚାଲିଥିଲେ। ବ୍ରିଟିଶ, ପର୍ତ୍ତୁଗୀଜ୍ ଏବଂ ଜଞ୍ଜିରା ସିଦ୍ଦିମାନଙ୍କ ଆକ୍ରମଣର ମଧ୍ୟ ସମ୍ମୁଖୀନ ହୋଇଥିଲେ। ନିଜ ଲୋକଙ୍କ ବିଶ୍ୱାସଘାତକତା ଯୋଗୁଁ, ୧୬୮୮ ମସିହାରେ ସମ୍ଭାଜୀଙ୍କୁ ଔରଙ୍ଗଜେବ ବନ୍ଦୀ କରିଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲେ। ତାଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା ଏବଂ ଶେଷରେ ସେ ୧୧ ମାର୍ଚ୍ଚ ୧୬୮୯ ରେ ସହିଦ ହୋଇଥିଲେ।
ସମ୍ଭାଜୀଙ୍କ ରାଜାରାମ ହୋଇଥିଲେ ଛତ୍ରପତି
ସମ୍ଭାଜୀଙ୍କ ମୃତ୍ୟୁ ପରେ, ୧୨ ମାର୍ଚ୍ଚ ୧୬୮୯ରେ, ତାଙ୍କ ସାନ ସାବତ ଭାଇ ରାଜାରାମ ଛତ୍ରପତି ହୋଇଥିଲେ। ସେ ସିଂହାସନ ଆରୋହଣ କରିବାର ୧୩ ଦିନ ପରେ, ୨୫ ମାର୍ଚ୍ଚ ୧୬୮୯ରେ, ମୋଗଲମାନେ ରାୟଗଡ଼ ଆକ୍ରମଣ କଲେ। ପୁଣିଥରେ ଛତ୍ରପତି ବିଶ୍ୱାସଘାତକର ଶିକାର ହେଲେ ଏବଂ ସୂର୍ଯ୍ୟଜୀ ପିସାଲଙ୍କ ଯୋଗୁଁ ରାୟଗଡ଼ ଦୁର୍ଗ ଔରଙ୍ଗଜେବଙ୍କ ହାତକୁ ଚାଲିଗଲା। ଔରଙ୍ଗଜେବ ସମ୍ଭାଜୀ ମହାରାଜଙ୍କ ପତ୍ନୀ ମହାରାଣୀ ୟେସୁବାଇ ଏବଂ ତାଙ୍କ ପୁଅ ସାହୁଜୀଙ୍କୁ ବନ୍ଦୀ କରିଥିଲେ।
ସେହି ସମୟରେ, ଛତ୍ରପତି ରାଜାରାମ ପ୍ରତାପଗଡ଼ ଅଭିମୁଖେ ଚାଲିଯାଇଥିଲେ। ସେଠାରୁ ଯେତେବେଳେ ସେମାନେ ବିଶାଲଗଡ଼ ଦୁର୍ଗରେ ପହଞ୍ଚିଥିଲେ। କିନ୍ତୁ ମୋଗଲ ସେମାନଙ୍କୁ ପିଛା କରି ସେଠାରେ ମଧ୍ୟ ପହଞ୍ଚିଥିଲେ। ଜୁଲଫିକର ଖାନଙ୍କ ନେତୃତ୍ୱରେ ମୋଗଲ ସେନା ଦକ୍ଷିଣ ଆଡକୁ ଅଗ୍ରସର ହୋଇ ପାନହାଲା ଅଧିକାର କଲେ। ଏହି କାରଣରୁ ଛତ୍ରପତି ଅନୁଭବ କରିଥିଲେ ଯେ ମୋଗଲମାନେ ବିଶାଲଗଡ଼ ଉପରେ ମଧ୍ୟ ଆକ୍ରମଣ କରିବେ। ତେଣୁ ଛତ୍ରପତି ରାଜାରାମ ସେଠାରୁ ଚାଲିଗଲେ ଏବଂ ଜିଙ୍ଗି (ତାମିଲନାଡୁ) ଦୁର୍ଗରେ ପହଞ୍ଚିଲେ, ଯାହାକୁ ମରାଠା ସାମ୍ରାଜ୍ୟର ନୂତନ ରାଜଧାନୀ କରାଯାଇଥିଲା।
ଅନ୍ୟପକ୍ଷରେ, ମୋଗଲମାନେ ଉତ୍ତର କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଦଖଲ କଲେ ଏବଂ ଜିଙ୍ଗିକୁ ଘେରାଉ କରିବାକୁ ଚେଷ୍ଟା କଲେ। ପୁଣିଥରେ ମରାଠା ସୈନିକମାନେ ଏକତ୍ରିତ ହୋଇ ବିଭିନ୍ନ କ୍ଷେତ୍ରରେ ମୋଗଲମାନଙ୍କୁ ମୁକାବିଲା କଲେ। ଗୋଟିଏ ଗୋଷ୍ଠୀ ପୂର୍ବ ଦିଗରୁ ମୋଗଲ ସେନା ଉପରେ ଆକ୍ରମଣ କରିଥିଲା ବେଳେ ଅନ୍ୟ ମରାଠା ସୈନ୍ୟମାନେ ସେମାନଙ୍କୁ ମହାରାଷ୍ଟ୍ର ଚାରିପାଖରେ ଘେରି ରଖିଥିଲେ। ଏହି କାରଣରୁ ମୋଗଲମାନେ ଦୁଇ ଭାଗରେ ବିଭକ୍ତ ହୋଇଗଲେ। ଦକ୍ଷିଣରେ, ମୋଗଲ ସେନା ବିଭିନ୍ନ ସ୍ଥାନରେ ଫସିଗଲା।
ମରାଠା ସେନା ୧୬୯୮ ମସିହା ପର୍ଯ୍ୟନ୍ତ ଜିଙ୍ଗି ଦୁର୍ଗକୁ ରକ୍ଷା କରିଥିଲେ। ଏହାର କାରଣ ଥିଲା ଜିଙ୍ଗିର ଭୌଗୋଳିକ ଅବସ୍ଥିତି। ମୋଗଲ ସେନା ପାଖରେ ହାତୀ ଏବଂ ତୋପର ଶକ୍ତି ଥିଲା କିନ୍ତୁ ଜିଙ୍ଗି ତିନି ପାର୍ଶ୍ୱରେ ପାହାଡ଼ଦ୍ୱାରା ଘେରି ରହିଥିଲା। ତେଣୁ ହାତୀ ଏବଂ ତୋପ କୌଣସି କାମରେ ଆସିନଥିଲେ। ଏହି କାରଣରୁ, ମରାଠାମାନେ ମୋଗଲ ସେନାକୁ କଡ଼ା ମୁକାବିଲା ଦେଇଥିଲେ। କିନ୍ତୁ ଅନ୍ତରେ ୧୬୯୮ ମସିହାରେ, ମୋଗଲମାନେ ଜିଙ୍ଗିକୁ ମଧ୍ୟ କବଜା କରିଥିଲେ କିନ୍ତୁ ସେମାନେ ଛତ୍ରପତିଙ୍କୁ ଧରି ପାରିନଥିଲେ। ତେବେ ନିରନ୍ତର ଯୁଦ୍ଧରେ କ୍ଲାନ୍ତ ହୋଇ ଛତ୍ରପତି ରାଜାରାମ ୨ ମାର୍ଚ୍ଚ ୧୭୦୦ ରେ ସିଂହଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ।
ଚାରି ବର୍ଷ ବୟସର ଛତ୍ରପତି
ଛତ୍ରପତି ରାଜାରାମଙ୍କ ମୃତ୍ୟୁ ପରେ, ତାଙ୍କ ମାଆ ତାରାବାଇ ତାଙ୍କର ଚାରିବର୍ଷର ପୁଅ ଶିବାଜୀ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ କ୍ଷମତା ଗ୍ରହଣ କରିଥିଲେ। ମରାଠା ସେନାପତି ହମ୍ବିରରାଓ ମୋହିତେଙ୍କ ଝିଅ ଏବଂ ଛତ୍ରପତି ରାଜାରାମଙ୍କ ପତ୍ନୀ ରାଜମାତା ତାରାବାଇ ବିଚକ୍ଷଣ ରଣନୀତିକାର ଥିଲେ।
୧୭୦୧ ମସିହାରୁ, ମୋଗଲମାନେ ପୁଣିଥରେ ମରାଠା ଦୁର୍ଗ ଉପରେ ଆକ୍ରମଣ ଆରମ୍ଭ କଲେ ଏବଂ ସେମାନଙ୍କ ମଧ୍ୟରୁ କିଛିକୁ କବଜା ମଧ୍ୟ କଲେ। ଯୁଦ୍ଧ,ଛଳନା ଏବଂ ମରାଠା ସର୍ଦ୍ଦାରମାନଙ୍କୁ ପ୍ରଲୋଭିତ କରି ମୋଗଲ ସେମାନଙ୍କୁ ନିଜ ପକ୍ଷରେ ଆଣିଲେ।୧୭୦୪ ମସିହା ସୁଦ୍ଧା ତୋରନା ଏବଂ ରାଜଗଡ଼ ଦୁର୍ଗ ଉପରେ ମୋଗଲଙ୍କ କବଜା ହୋଇଥିଲା। କିନ୍ତୁ ରାଣୀ ମାତା ତାରାବାଇ ମଧ୍ୟ କମ୍ ନଥିଲେ। ସେ ମୋଗଲ ସର୍ଦ୍ଦାରମାନଙ୍କୁ ପ୍ରଲୋଭିତ କଲେ। ୧୭୦୫ ମସିହାରେ ଉତ୍ତରରେ ଭୋପାଳ ଏବଂ ଭରୋଚ ଦଖଲ କରିଥିଲେ।
ଶେଷରେ ଔରଙ୍ଗଜେବ ଫେରି ଆସିଲେ
୧୭୦୬ ଖ୍ରୀଷ୍ଟାବ୍ଦରେ, ମରାଠା ସେନା ଗୁଜରାଟ ଏବଂ ମଧ୍ୟ ଭାରତରେ ପ୍ରବେଶ କରିବା ଆରମ୍ଭ କରିଥିଲେ। ଏହା ଔରଙ୍ଗଜେବଙ୍କୁ ନୀରୁତ୍ସାହିତ କରିବାକୁ ଲାଗିଲା ଏବଂ ସେହି ବର୍ଷ ମୋଗଲ ସେନା ଦକ୍ଷିଣରୁ ପଛକୁ ହଟିବାକୁ ଲାଗିଲା। କ୍ଳାନ୍ତ ଔରଙ୍ଗଜେବ ୧୭୦୭ ଖ୍ରୀଷ୍ଟାବ୍ଦରେ ବୁରହାନପୁରରେ ପହଞ୍ଚିଲେ ଏବଂ ୨୧ ଫେବୃଆରୀ ୧୭୦୭ରେ ତାଙ୍କର ମୃତ୍ୟୁ ହେଲା। ଔରଙ୍ଗଜେବଙ୍କ ମୃତ୍ୟୁ ପରେ, ତାଙ୍କ ରାଜକୁମାରମାନଙ୍କ ମଧ୍ୟରେ ସିଂହାସନ ପାଇଁ ଟଣାଓଟରା ହୋଇଥିଲା ଏବଂ ଶେଷରେ ବାହାଦୁର ଶାହ ପ୍ରଥମ ରାଜା ହୋଇଥିଲେ। ସେ ମରାଠାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ସାହୁଜୀଙ୍କୁ ମୁକ୍ତ କରିଥିଲେ। ସେତେବେଳକୁ ସାହୁଜୀଙ୍କ କାରାବାସକୁ ଦୀର୍ଘ ୨୦ବର୍ଷ ହୋଇ ସାରିଥିଲା। ସାହୁଜୀ ଯେମିତି ମୋଗଲଙ୍କୁ ଧୋକା ଦେବେ ନାହିଁ ସେଥିପାଇଁ ସାହୁଜୀଙ୍କ ମା ରାଣୀ ୟେସୁବାଇଙ୍କୁ ମୋଗଲ ନିଜ ହେପାଜତରେ ରଖିଥିଲେ।
ଶାହୁଜୀ ମହାରାଜ ଛତ୍ରପତି ହେଲେ
ଜେଲରୁ ମୁକ୍ତ ହେବା ପରେ, ସାହୁଜୀ ମରାଠା ସାମ୍ରାଜ୍ୟ ଉପରେ ଦାବି କରିଥିଲେ। ପ୍ରାରମ୍ଭରେ ରାଣୀ ତାରାବାଇ ତାଙ୍କର ଅଧିକାରକୁ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ଶେଷରେ ସାହୁଜୀଙ୍କୁ ରାଜା କରାଯାଇଥିଲା। ସେହି ସମୟରେ, ଛତ୍ରପତି ରାଜାରାମଙ୍କ ଦ୍ୱିତୀୟ ପତ୍ନୀ ରାଜସାବାଇ ଏବଂ ତାଙ୍କ ପୁଅ ସମ୍ଭାଜୀ ଦ୍ୱିତୀୟ ରାଣୀ ତାରାବାଇ ଏବଂ ଶିବାଜୀ ଦ୍ୱିତୀୟଙ୍କୁ କାରାଗାରରେ ରଖିଥିଲେ। ୧୭୨୬ ମସିହାରେ ଶିବାଜୀ ଦ୍ୱିତୀୟ ଜେଲରେ ମୃତ୍ୟୁବରଣ କରିଥିଲେ। ସାହୁଜୀ ୧୭୦୮ରୁ ୧୭୪୯ ପର୍ଯ୍ୟନ୍ତ ମରାଠା ସାମ୍ରାଜ୍ୟ ଉପରେ ଶାସନ କରିଥିଲେ ଏବଂ ସତାରାକୁ ସରକାରୀ ରାଜଧାନୀ କରିଥିଲେ।
୧୭୩୦ ମସିହାରେ ଛତ୍ରପତି ଶାହୁଜୀ ରାଣୀ ତାରାବାଇଙ୍କୁ କାରାଗାରରୁ ମୁକ୍ତ କରିଥିଲେ ଏବଂ ତାଙ୍କୁ ସତାରାରେ ରହିବାକୁ ଅନୁମତି ଦେଇଥିଲେ। ଏହି ସମୟରେ, ଯେତେବେଳେ ମହାରାଜା ଶାହୁ ଅସୁସ୍ଥ ହୋଇପଡ଼ିଲେ, ତାଙ୍କର ଉତ୍ତରାଧିକାରୀ ବିଷୟରେ ପ୍ରଶ୍ନ ଉଠିଲା। ଛତ୍ରପତି ରାଜାରାମଙ୍କ ପୁଅ ସମ୍ଭାଜୀ ଦ୍ୱିତୀୟ ସାହୁଜୀଙ୍କୁ ବିରୋଧ କରିଥିଲେ। ସେଥିପାଇଁ ତାଙ୍କୁ କ୍ଷମତା ମିଳିବା କଥା ନ ଥିଲା। ଏପରି ପରିସ୍ଥିତିରେ, ରାଣୀ ତାରାବାଇ ଘୋଷଣା କଲେ ଯେ ତାଙ୍କର ନାତି ରାମରାଜା, ଯାହାକୁ ସେ ଲୁଚାଇ ରଖିଥିଲେ, ସେ ଜୀବିତ ଅଛନ୍ତି। ୧୭୪୯ ମସିହାରେ, ସାହୁଜୀ ମହାରାଜ ରାମରାଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ। ଏହି ସମୟ ମରାଠା ସାମ୍ରାଜ୍ୟରେ ପେଶୱାଙ୍କ ଆବିର୍ଭାବ ହୋଇଥିଲା। ଛତ୍ରପତି ରାମରାଜା, ପେଶୱା ନାନା ସାହେବଙ୍କ ସହ ମିଶି ମରାଠା ସାମ୍ରାଜ୍ୟ ଉପରେ ନିଜର କର୍ତ୍ତୃତ୍ୱ ବୃଦ୍ଧି କରିଥିଲେ ଏବଂ ଉତ୍ତର ଭାରତରେ ମରାଠା ସାମ୍ରାଜ୍ୟର ବିସ୍ତାର ମଧ୍ୟ କରିଥିଲେ।
Also readhttps://purvapaksa.com/nine-months-of-government-what-have-you-done-other-than-subhadra/
