ଏକଦା ବେଶ୍ ଲୋକପ୍ରିୟତା ସୃଷ୍ଟି କରିଥିବା ଆଫ୍ରୋ-ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଆୟୋଜନ ପାଇଁ ଯୋଜନା ହେଉଛି । ଆଫ୍ରିକା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସଦ୍ୟ ଆୟେଜିତ ବୈଠକ ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ୨୦୦୫ ଓ ୨୦୦୭ରେ ଆଫ୍ରିକା ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଆଫ୍ରୋ-ଏସୀୟ କପ୍ ଆୟୋଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ଭାରତ ଉଭୟ ସଂସ୍କରଣ ଆୟୋଜନ କରିଥିଲେ । ୨୦୦୯ ସଂସ୍କରଣ କେନିଆରେ ଅନୁଷ୍ଠିତ ହେବାର ଥିଲା । ମାତ୍ର କୌଣସି କାରଣରୁ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲେ ଭାରତ ଓ ପାକିସ୍ତାନ ଖେଳାଳିଙ୍କୁ ଏକତ୍ର ଦେଖିବାକୁ ମିଳିବ ।
୨୦୦୫ ସଂସ୍କରଣରେ ଉଭୟ ଏକାଦଶ ମଧ୍ୟରେ ଅନୁଷ୍ଠିତ ୩ଟି ମ୍ୟାଚ୍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୨୦୦୭ ସଂସ୍କରଣରେ ଏସିଆ ଏକାଦଶ ସମସ୍ତ ୩ଟି ଯାକ ମ୍ୟାଚ୍ ଜିତିଥିଲା ।
୨୦୦୫ସଂସ୍କରଣରେ ଇଞ୍ଜାମାମ ଏସିଆ ଏକାଦଶର ଅଧିନାୟକ ନିଯୁକ୍ତ ହୋଇଥିଲେ । ଭାରତ ପକ୍ଷରୁ ରାହୁଲ ଦ୍ରାବିଡ, ଆଶିଷ ନେହରା ଓ ଅନିଲ କୁମ୍ବଲେ ଖେଳିଥିଲେ ।
୨୦୦୭ ସଂସ୍କରଣରେ ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି, ସୌରଭ ଗାଙ୍ଗୁଲି, ହରଭଜନ ସିଂହ, ଜାହିର ଖାନ, ବୀରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକର ଖେଳିଥିଲେ ।
Previous Articlehttps://purvapaksa.com/ipl-2025-auction-long-list/

1 Comment
Pingback: ରାଜକୁମାରୀ ଡାଏନାଙ୍କ କ୍ରସ୍ ପେଣ୍ଡେଣ୍ଟକୁ ବିଶ୍ୱ ଆଗରେ ରଖିଲେ କିମ୍