Pakistans air strike: ମଙ୍ଗଳବାର ରାତିରେ ପାକିସ୍ତାନ ଆଫଗାନିସ୍ତାନର ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।
ପାକିସ୍ତାନ ମଙ୍ଗଳବାର ରାତିରେ ନିଜର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଥିବା ଅନେକ ତାଲିବାନ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ। ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି। ଏହା ସହିତ ତାଲିବାନ ପ୍ରତିଶୋଧ ନେବାର ପ୍ରତିଜ୍ଞା କରିଛି। ତାଲିବାନ କହିଛି ଯେ,ଏହି କ୍ରୁକୃତ୍ୟର ପ୍ରତିଶୋଧ ଆମେ ନେବୁ।
ପାକିସ୍ତାନୀ ଅଧିକାରୀମାନେ ଆନୁଷ୍ଠାନିକଭାବେ ଏୟାର ଷ୍ଟ୍ରାଇକ୍ କଥାକୁ ସ୍ୱୀକାର କରିନଥିବା ବେଳେ ସେନା ସହିତ ସମ୍ପର୍କରେ ଥିବା ଗୋଟିଏ ସୂତ୍ରର ଦାବି ଯେ, ସୀମା ନିକଟରେ ଥିବା ତାଲିବାନ ପୋଷ୍ଟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା।
୪୬ ଜଣଙ୍କ ମୃତ୍ୟୁ
ପ୍ରଥମେ ଏୟାର ଷ୍ଟ୍ରାଇକ୍ ପରେ ମୃତକଙ୍କ ସଂଖ୍ୟା ୧୫ ଥିଲା। କିନ୍ତୁ ଏବେ ତାଲିବାନ ସରକାରଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ମୁଖ୍ୟତଃ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ଆକ୍ରମଣ ପରେ ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି
ସୀମା ନିକଟରେ ଥିବା ତାଲିବାନ ଘାଟିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହା ଘଟିଛି। ବିଶେଷ କରି ଆଫଗାନିସ୍ତାନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆକ୍ରମଣ କରାଯାଇଛି। ଆଫଗାନିସ୍ତାନ ତାଲିବାନ ଟିଟିପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଅଭିଯୋଗ କରିଛି। ଅନ୍ୟପକ୍ଷେ ତାଲିବାନ ଏହି ସଙ୍ଗଠନକୁ ସହଯୋଗ କରୁନାହିଁ ବୋଲି କହିଛି।
ଆକ୍ରମଣକାରୀମାନେ କିଏ ଥିଲେ?
ଏୟାର ଷ୍ଟ୍ରାଇକ୍ ରେ ଯେଉଁମାନେ ଆକ୍ରମଣର ଶିକାର ହୋଇଛନ୍ତି ସେମାନେ ହେଉଛନ୍ତି ୱାଜିରିସ୍ତାନୀ ଶରଣାର୍ଥୀ ନାଗରିକ। ଯେଉଁମାନେ ପାକିସ୍ତାନର ଆଦିବାସୀ ଅଂଚଳରେ ସାମରିକ ଅପରେସନ ଯୋଗୁଁ ବିସ୍ଥାପିତ ହୋଇଥିଲେ। ତେବେ ପାକିସ୍ତାନ କହିଛି ଯେ ଅନେକ ଟିଟିପି କମାଣ୍ଡର ଏବଂ ଲଢୁଆ ଆଫଗାନିସ୍ତାନକୁ ପଳାୟନ କରିଛନ୍ତି। ସୀମାନ୍ତ ପ୍ରଦେଶରେ ଆଫଗାନିସ୍ତାନ ତାଲିବାନ ସେମାନଙ୍କୁ ସୁରକ୍ଷା ଦେଉଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ଟିଟିପି ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ କିଛି ଦିନ ହେବ ପାକିସ୍ତାନ ଓ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି।
ଆରିଫଙ୍କୁ ବିଜେପି କେରଳରୁ କାହିଁକି ବିହାର ପଠାଇଲା? ମୁସଲିମ୍ ଭୋଟରଙ୍କୁ ନିଜ ପଟକୁ ଆଣିବାର ରଣନୀତି ନା ଅନ୍ୟକିଛି?
