Pakistan-Taliban War: ଆକ୍ରମଣରେ କ୍ଷୁବ୍ଧ ହୋଇ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି।
ପାକିସ୍ତାନ ସେନା ଓ ତାଲିବାନ ମଧ୍ୟରେ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଟିଟିପି ଆତଙ୍କବାଦୀଙ୍କ ଗୁଳିରେ ୧୬ ଜଣ ପାକିସ୍ତାନୀ ସୈନିକନିହତ ହେବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପକ୍ତିକା ଓ ଖୋଷ୍ଟ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନର ଏହି ଆକ୍ରମଣରେ ପାଖାପାଖି ୫୦ ଜଣ ପ୍ରାଣ ହରାଇଥିଲେ। ଟିଟିପି ଆତଙ୍କବାଦୀଙ୍କୁ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରିଛି।
ଏହି ଆକ୍ରମଣରେ କ୍ଷୁବ୍ଧ ହୋଇ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହା ବ୍ୟତୀତ ପାକିସ୍ତାନର ୨ଟି ପୋଷ୍ଟକୁ ଦଖଲ କରିଥିବା ମଧ୍ୟ ଦାବି କରିଛି।
ଆଫଗାନିସ୍ତାନ ବ୍ରିଟିଶମାନଙ୍କ ଦ୍ୱାରା ଆଙ୍କିଥିବା ଡୁରାଣ୍ଡ ରେଖାରେ ବିଶ୍ୱାସ କରେ ନାହିଁ। ଆରମ୍ଭରୁ ହିଁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ପରେ ଡୁରାଣ୍ଡ ଲାଇନ ପ୍ରସଙ୍ଗ ପୁଣି ଥରେ ଗରମ ହୋଇଛି।
ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି
ଶନିବାର ରାତି ପର୍ୟ୍ୟନ୍ତ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଚାଲିଥିବା ସଂଘର୍ଷ ଯୋଗୁଁ ହଜାର ହଜାର ଆଫଗାନିସ୍ତାନ ନାଗରିକ ସୀମାନ୍ତ ଅଞ୍ଚଳ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ପାକିସ୍ତାନୀ ସେନା ସ୍ୱୀକାର କରିଛି ଯେ ଡୁରାଣ୍ଡ ଲାଇନ୍ ନିକଟରେ ଅନେକ ଅଞ୍ଚଳରେ ସଂଘର୍ଷ ଚାଲିଛି, କିନ୍ତୁ ତାଲିବାନ ଆକ୍ରମଣରେ ମାତ୍ର ଜଣେ ପାକିସ୍ତାନୀ ସୈନିକ ପ୍ରାଣ ହରାଇଛନ୍ତି।
ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଦିଆଯାଇଛି
ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତ୍ତିରେ ଦୁଇ ଦେଶ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ଏକ କାଳ୍ପନିକ ରେଖା ବୋଲି ବର୍ଣ୍ଣନା କରିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଡିସେମ୍ବର ୨୮ରେ ପାକିସ୍ତାନର ଯେଉଁ ଅଞ୍ଚଳରୁ ଆଫଗାନିସ୍ତାନ ମାଟିରେ ଆକ୍ରମଣ ଆରମ୍ଭ ହୋଇଥିଲା, ସେଠାରେ ଆକ୍ରମଣ କରାଯାଇଥିଲା ଏବଂ ଆଫଗାନିସ୍ତାନ ସେନା ଅନେକ ପାକିସ୍ତାନୀ ସେନା ପୋଷ୍ଟକୁ ମଧ୍ୟ ପୋଡ଼ି ଦେଇଥିଲା।
ତାଲିବାନ କହିଛି ଯେ ସେମାନେ ଡୁରାଣ୍ଡ ଲାଇନରେ ବିଶ୍ୱାସ କରନ୍ତି ନାହିଁ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନକୁ ନେଇ ଦୀର୍ଘ ଦଶନ୍ଧି ଧରି ବିବାଦ ଲାଗି ରହିଛି। ଆଫଗାନିସ୍ତାନର କୌଣସି ସରକାର ଇଂରେଜମାନଙ୍କ ଦ୍ୱାରା ଅଙ୍କାଯାଇଥିବା ଏହି ସୀମା ରେଖାକୁ ଗ୍ରହଣ କରିନାହାଁନ୍ତି । ସେମାନେ ଏହାକୁ ସର୍ବଦା ଏକ କାଳ୍ପନିକ ରେଖା ବୋଲି କୁହନ୍ତି । ନିକଟରେ ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆମେ ବିଶ୍ୱାସ କରୁନାହୁଁ ଯେ ଏହା ପାକିସ୍ତାନୀ ଅଞ୍ଚଳ। ଏହା କେବଳ ଏକ କାଳ୍ପନିକ ରେଖା।
Also readhttps://purvapaksa.com/symbols-on-dollar-pyramid-and-an-eye-on-the-dollar-meaning-eye-of-providence/
ଡଲାର ଉପରେ ପିରାମିଡ୍ ଏବଂ ଏହା ଉପରେ ନଜର କାହିଁକି? ଏହା ପଛର କାହାଣୀ କ’ଣ?
