Afghani chicken: ଚିକେନ ଖାଇବାକୁ କାହାକୁ ନ ଭଲଲାଗେ ।
ହେଲେ ସବୁଦିନ ଚିକେନ ତରକାରୀ ଖାଇବାକୁ ବିରକ୍ତକର ଲାଗିଥାଏ । ସେଥିପାଇଁ ଆଜି ଆମେ ବନେଇବା ଅଲଗା ପ୍ରକାରର ଚିକେନ । ଏହି ଶୀତୁଆ ପାଗରେ ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ ଆଫଗାନି ଚିକେନ । ଗରମ ଗରମ ରୁଟି ସହ ଥରେ ଆଫଗାନି ଚିକେନ ଖାଇଲେ ବାରମ୍ବାର ଇଛା ହେବ ଖାଇବାକୁ । ଖୁବ୍ କମ୍ ସମୟରେ ଚିକେନର ଏହି ଆଇଟମ୍ ତିଆରି ହୋଇଯାଏ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଫଗାନି ଚିକେନ ଓ ଏଥିପାଇଁ କ’ଣ ସାମଗ୍ରୀ ଆବଶ୍ୟକ ହୁଏ ।
ଆବଶ୍ୟକୀୟ ସାମଗ୍ରୀ:
ଚିକେନ- ଅଧା କେଜି
କଟା ପିଆଜ
ଅଦା- ଛୋଟ ଖଣ୍ଡ
ରସୁଣ- ୧୦ କୋଲା
କଞ୍ଚାଲଙ୍କା- ୩ଟି
କାଜୁ- ୧୦ କାଜୁ
ଧନିଆ ପତ୍ର
ପୋଦିନା ପତ୍ର
ଧନିଆ, ଜିରା ପାଉଡର
ଲୁଣ
ବଟର
ରିଫାଇନ ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କଟା ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, କାଜୁ, ଧନିଆ ପତ୍ର, ପୋଦିନା ପତ୍ରକୁ ମିଶାଇ ପେଷ୍ଟ ବନାନ୍ତୁ ।
ଏହି ପେଷ୍ଟରେ ଏବେ ଅଧା କପ୍ ଦହି, ଅଧା କପ୍ ଫ୍ରେସ କ୍ରିମ ନଚେତ କ୍ଷୀର ମଲାଇ, ଗୋଲମରିଚ ଗୁଣ୍ଡ ଓ ଏକ ଛୋଟ ଚାମଚ ଲେମ୍ବୁ ରସ, ଚିକେନ ମସାଲା, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ମିଶାନ୍ତୁ ।
ଏହି ମିଶ୍ରଣରେ ଚିକେନକୁ ପକାଇ ଦୁଇ ଘଣ୍ଟା ଯାଏଁ ଫ୍ରିଜରେ ମ୍ୟାରିନେଟ ହେବା ପାଇଁ ରଖନ୍ତୁ ।
ଏବେ କଡେଇରେ ଅଳ୍ପ ବଟର ଓ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ମ୍ୟାରିନେଟ ଦହିରୁ ଚିକେନ ବାହାର କରି ତେଲରେ ପକାଇ ଭାଜନ୍ତୁ ।
ଚିକେନ ବାଦାମୀ ରଙ୍ଗ ହୋଇଯିବା ପରେ ଏହାକୁ ଏକ ପ୍ଲେଟରେ ବାହାର କରନ୍ତୁ ।
ଏବେ ସେହି ତେଲରେ ଦୁଇଟି ଗୁଜୁରାତି, ଡାଲଚିନି, ୪ଟି ଲବଙ୍ଗ, ୪ଟି ଗୋଟା ଗୋଲମରିଚ ପକାନ୍ତୁ । ଏବେ ଏଥିରେ ମ୍ୟାରିନେଟ ହୋଇଥିବା ଦହି ମିଶ୍ରଣକୁ ମିଶାନ୍ତୁ ।
ମଧ୍ୟମ ଆଞ୍ଚରେ ଏହାକୁ ଭଲ ଭାବେ ଗୋଳାନ୍ତୁ । ୫ରୁ ୬ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ କଷନ୍ତୁ ।
ମସାଲା ତେଲ ଛାଡିବା ପରେ ଏଥିରେ ଚିକେନ ପକାନ୍ତୁ । ଏହା ଉପରେ ଅଳ୍ପ କସୁରୀ ମେଥି ପକାନ୍ତୁ । ଗ୍ରେଭିରେ ନିଜ ହିସାବରେ ପାଣି ଦେଇ ଘୋଡାନ୍ତୁ । ଏହାକୁ ୧୦ ମିନିଟ୍ ଫୁଟିବାକୁ ଦିଅନ୍ତୁ ।
ପ୍ରସ୍ତୁତ ହୋଇଯିବ ଆପଣଙ୍କ ସ୍ବାଦିଷ୍ଟ ଆଫଗାନି ଚିକେନ ତରକାରୀ ।
ALSO READ: https://purvapaksa.com/why-only-female-voice-in-all-this-about-95-of-people-do-not-know-the-truth/
ଏସବୁରେ କେବଳ ନାରୀ ସ୍ୱର କାହିଁକି? ପ୍ରାୟ ୯୫% ଲୋକ ସତ ଜାଣନ୍ତି ନାହିଁ