ଗତ ନିର୍ବାଚନରେ ହାରିବା ପରେ ଡ. ଅଚ୍ୟୁତ ସାମନ୍ତଙ୍କ ହାବ, ଭାବ ଓ ଅଭାବରେ ପରିବର୍ତ୍ତନ ହୋଇଛି। ନିଜକୁ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଭାବେ ନିଜକୁ ସେ କହନ୍ତି। ଏହା ବି ଖୁବ୍ ଜୋରରେ ପ୍ରଚାର ହୁଏ। ବିଶେଷକରି କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟରେ ୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେ ମାଗଣାରେ ରହିବା ଖାଇବା ପଢ଼ିବା ବ୍ୟବସ୍ଥା କରନ୍ତି ବୋଲି ଡିଣ୍ଡିମ ପିଟାଯାଏ। କିନ୍ତୁ ବାସ୍ତବରେ ଏହି ପିଲାଙ୍କ ପାଇଁ କୋଟି କୋଟି ଟଙ୍କା ସରକାରୀ ସହାୟତା ଉଠାଇଥାନ୍ତି। ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହାକୁ ଦେଖିଲେ ଆପଣମାନେ ବି ଏଥିରେ ତାଜୁବ ହେବେ। କାରଣ ସେ ଯେଉଁ ୪୦ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଚାର କରନ୍ତି, ସରକାରୀ ତଥ୍ୟରେ ସେ ବିଷୟରେ କୌଣସି ସୂଚନା ନାହିଁ। ବିଧାନସଭାରେ ମନ୍ତ୍ରୀ କହିଛନ୍ତି ୧୪ହଜାର ୪୮୨ ଜଣ ଛାତ୍ରଛାତ୍ରୀ କିସରେ ପଢ଼ୁଛନ୍ତି। ପ୍ରଶ୍ନ ଉଠୁଛି ଅଚ୍ୟୁତ ମିଛ କହୁଛନ୍ତି କି? ରଙ୍ଗ ବଦଳାଇ ନିଜର ପ୍ରତିଛବି ପରିବର୍ତ୍ତନ କରିବାକୁ ଚାହିଁଥିବା ଅଚ୍ୟୁତଙ୍କ ଫର୍ମୁଲା କାମ ଦେଲା ନାହିଁକି?
ଅଚ୍ୟୁତଙ୍କ ଦାବି : ୪୦ହଜାରୁ ଅଧିକ ପିଲା ମାଗଣାରେ ପଢ଼ୁଛନ୍ତି
ରାଜ୍ୟର ଅବହେଳିତ ଅନୁସୂଚିତ ଜନଜାତିର ଯେଉଁ ପିଲାମାନେ ଅର୍ଥ ଅଭାବରୁ ପାଠ ପଢ଼ି ପାରୁନାହାନ୍ତି ସେହିଭଳି ୪୦ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କୁ ଡ. ଅଚ୍ୟୁତ ସାମନ୍ତ ନିଜ ଖର୍ଚ୍ଚରେ ମାଗଣାରେ କେଜିରୁ ପିଏଚଡି ପର୍ଯ୍ୟନ୍ତ ପାଠ ପଢ଼ାଉଥିବା ଦାବି କରନ୍ତି। କିସ୍ ସମ୍ପର୍କରେ ଯେଉଁ ସୂଚନା ମିଳୁଛି ସେଥିରେ କୁହାଯାଉଛି ଯେ ଏଠାରେ ୮୦ ହଜାର ପିଲା ମାଗଣା ପାଠ ପଢ଼ିଛନ୍ତି। ଏହି ୮୦ ହଜାରରୁ ୪୦ ହଜାର ପୂର୍ବତନ ଛାତ୍ରଛାତ୍ରୀ ହୋଇଥିବାବେଳେ ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା କିସ୍ କେନ୍ଦ୍ରରେ ୧୦ହଜାର ପିଲା ପାଠ ପଢ଼ୁଛନ୍ତି। ବାକି ୩୦ ହଜାର ପିଲା ଭୁବନେଶ୍ୱର କିସରେ ପାଠ ପଢ଼ୁ ଥିବା ଦାବି କରାଯାଉଛି।
ଅଚ୍ୟୁତଙ୍କ ମିଛକୁ ପଦାରେ ପକାଇ ଦେଲା ବିଧାନସଭା
କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦାବିକୁ ରାଜ୍ୟ ବିଧାନସଭା ମିଛ ବୋଲି ପ୍ରମାଣିତ କରିଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦାସରଥି ଗମାଙ୍ଗ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ପଚାରିଥିଲେ କିସରେ କେତେ ପିଲା ପାଠ ପଢ଼ୁଛନ୍ତି ଓ ସେଠାରେ ପାଠପଢ଼ା ପରିସ୍ଥିତି ଓ ପରିବେଶ କିପରି ରହିଛି। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଭୁବନେଶ୍ୱର ସ୍ଥିତ କିସ୍ ବିଦ୍ୟାଳୟ ଅଧୀନରେ ଅଦ୍ୟାବଧି ୧୪, ୪୮୨ ଜଣ ଅନୁସୂଚିତ ଜନଜାତି ପିଲା ପାଠ ପଢ଼ୁଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତି ପିଲା ପିଛା ମାସିକ ୧୫ କେଜି ହିସାବରେ ୧୦,୦୦୦ ଛାତ୍ର ଓ ଛାତ୍ରୀଙ୍କୁ ମାସିକ ୧୫୦୦ କୁଇଣ୍ଟାଲ ଚାଉଳ ୯ଟଙ୍କା ୩୦ ପଇସା ରିହାତି ଦରରେ ଯୋଗାଇ ଦିଆଯାଉଛି। ବିଗତବର୍ଷ-୨୦୨୪-୨୫ରେ ଛଅମାସ ପାଇଁ ଚାଉଳ ଏକାଥରକେ ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ଅନୁଦାନ ଆର୍ଥିକ ବର୍ଷ ୨୦୨୩- ୨୪ ମସିହାରେ ଟଙ୍କା.୨୫ କୋଟି ୪୧ଏକ୍ଷ ୮୩ ହଜାର ୯୪୩ ଟଙ୍କା ଏବଂ ୨୦୨୪-୨୫ରେ ୯ କୋଟି ୩୧ଲକ୍ଷ ୬୧ହଜାର ୪୫୦ଟଙ୍କା ମଞ୍ଜୁର କାରାଯାଇଅଛି । ପ୍ରତିବର୍ଷ ଆଦିବାସୀ ମନ୍ତ୍ରାଳୟକୁ ଅନୁଦାନ ନିମନ୍ତେ ସୁପାରିସ କରିବାବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଦ୍ୱାରା ଦିଆଯାଉଥିବା ନିରୀକ୍ଷଣ ବିବରଣୀ ତଥ୍ୟ ଅନୁଯାୟୀ ପିଲାଙ୍କ ପରିବେଶ, ପରିଚ୍ଛନତା ଓ ସୁସ୍ୱାସ୍ଥ୍ୟ ରକ୍ଷଣା ବେକ୍ଷଣା ନିମନ୍ତେ ସ୍କୁଲ ତରଫରୁ ବ୍ୟବସ୍ଥା କରାଯାଉଅଛି।
କିଏ ମିଛ କହୁଛି?
ଏଠାରେ ପ୍ରଶ୍ନ ଉଠୁଛି କିଏ ମିଛ କହୁଛି? ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ବିକାଶ ବିଭାଗ ନା କିସ୍ କର୍ତ୍ତୃପକ୍ଷ। ସରକାର ତାଙ୍କ ଅଫିସରଙ୍କ ମାଧ୍ୟମରେ ପିଲାସଂଖ୍ୟା ଅନୁଧ୍ୟାନ କରି ସହାୟତା ପାଇଁ ସୁପାରିଶ କରିଥାନ୍ତି। ଏହି ସୁପାରିଶ ଡ. ଅଚ୍ୟୁତ ସାମନ୍ତ ଯେଉଁ ବିଜେଡି ଦଳରେ ରହି ରାଜନୀତି କରୁଥିଲେ ସେହି ସରକାର ସମୟର। ତେଣୁ ବିଜେପି ସରକାର ଏଥିରେ କୌଣସି ହସ୍ତକ୍ଷେପ କରିନାହାନ୍ତି। ଯଦି ବିଜେଡି ସରକାରଙ୍କ ସମୟରେ କିସରେ ପିଲାଙ୍କ ସଂଖ୍ୟାକୁ ନେଇ ସୁପାରିଶ କରାଯାଇଥିଲା ତେବେ ୪୦ହଜାର ପିଲା ଅଛନ୍ତି ବୋଲି ଡ. ଅଚ୍ୟୁତ ସାମନ୍ତ କହି ବିଦେଶୀ ଅନୁଦାନ ପାଇବା ପାଇଁ ମିଛ ତଥ୍ୟ ଦେଉଥିବା ଜଳ ଜଳ ହୋଇ ଦେଖାଯାଉଛି। କାରଣ ଅନ୍ତେବାସୀମାନଙ୍କ ପାଇଁ ରିହାତି ଦରରେ ଚାଉଳ ଓ ସରକାରୀ ଅନୁଦାନ ପାଇବା ପାଇଁ କିଏ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ କହେ ସିନା କମ୍ କହେ ନାହିଁ। ତେଣୁ ଡ. ଅଚ୍ୟୁତ ସାମନ୍ତ କେବଳ ବିଦେଶୀ ପାଣ୍ଠି ହାତେଇବା ୪୦ ହଜାର ପିଲା କିସରେ ରହି ମାଗଣାରେ ପଢ଼ୁଥିବା ପାଇଁ ମିଛ ପ୍ରଚାର କରିଛନ୍ତି ବୋଲି କୁହଯାଇପାରେ।
ଧରାପଡ଼ିଲା ଅଚ୍ୟୁତଙ୍କ ଆଉ ଏକ ମହାମିଛ
ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଡ. ଅଚ୍ୟୁତ ସାମନ୍ତଙ୍କ ଆଉ ଏକ ମହାମିଛ ସାମ୍ନାକୁ ଆସିଛି। ତାହା ହେଲା ସେ ବାରମ୍ବାର କୁହନ୍ତି ଯେ ନିଜ ଉଦ୍ୟମରେ ସରକାରୀ ସାହାଯ୍ୟ ବିନା କିସ୍ ଚଳାଇ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଯାଇଛି।
କିସ୍ ନାମରେ ଜମି ଜବର ଦଖଲ ମାମଲା
ଯେଉଁ କିସ୍କୁ ନେଇ ଡ. ଅଚ୍ୟୁତ ସାମନ୍ତ ନିଜର ଡିଣ୍ଡିମ ପିଟନ୍ତି ସେହି କିସ୍ ଅନୁଷ୍ଠାନ ନାମରେ ସରକାରୀ ଜଙ୍ଗଲ ଜମି ଓ ଲୋକମାନଙ୍କ ଜମି ଜବର ଦଖଲ ମାମଲା ରହିଛି। ଏପରିକି ଏହି ମାମଲା ଏବେ କୋର୍ଟର ବିଚାରଧୀନ ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ମଧ୍ୟ ଚିନ୍ତା ପ୍ରକଟ କରିସାରିଛି।
ବାଲାଂଦେଶରେ କିସ୍
ଓଡ଼ିଶାରେ ମହାମିଛର ମୂଳଦୁଆ ଉପରେ ଛିଡ଼ା ହୋଇଥିବା କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବାଲାଂଦେଶରେ କିସ୍ ଖୋଲିବା ନେଇ ପ୍ରଚାର କରିଛନ୍ତି। କିସ୍ ୱେବ୍ସାଇଟରେ ୨୪ ନଭେମ୍ବର ୨୦୨୨ରେ ପ୍ରକାଶିତ ତଥ୍ୟ ଅନୁସାରେ ବାଂଲାଦେଶର ଢାକାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସର ପ୍ରଥମ ଆନ୍ତର୍ଜାତୀୟ ପ୍ରତିକୃତି ଉଦ୍ଘାଟନ କରାଯାଇଛି। ଡାଫୋଡିଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (ଡିସ୍) ନାମରେ ପରିଚିତ ନୂତନ କ୍ୟାମ୍ପସକୁ କିଟ୍-କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଲୋକସଭା ସାଂସଦ ଡ.ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଛନ୍ତି।
ଡାଫୋଡିଲ୍ ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର ପ୍ରତିଷ୍ଠାତା ଡକ୍ଟର ମହମ୍ମଦ ସବୁର ଖାନ ବାଂଲାଦେଶରେ ଗରିବ ପିଲାମାନଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ସ୍ଥାପନ କରିବାକୁ ତାଙ୍କର ଗଭୀର ଇଚ୍ଛା ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ, ପ୍ରାୟ ୬୦୦ ଗରିବ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ପ୍ରବେଶ କରାଯିବ ଏବଂ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ।
ଏହା କରିବା ପଛରେ ଡ. ଅଚ୍ୟୁତ ସାମନ୍ତଙ୍କର ମହତ୍ତ୍ୱାକାଂକ୍ଷା ରହିଛି। ଦେଶର ପଦ୍ମ ପୁରସ୍କାର ପାଇବା ପାଇଁ ବାରମ୍ବାର ଚେଷ୍ଠା କରି ସେ ବିଫଳ ହେଇଛନ୍ତି। ୭୦ରୁ ଅଧିକ ଡକ୍ଟରେଟ୍ ଡିଗ୍ରୀ ପାଇପାରିଲେଣି। ଏଣୁ ସେ ଆଗାମୀ ଦିନରେ ଅନ୍ତରାଷ୍ଟ୍ରୀୟ ପୁରସ୍କାର ପାଇବା ଲକ୍ଷ୍ୟ ଅଛନ୍ତି ବୋଲି କୁହାଯାଉଛି।
ଗତ କିଛିମାସ ତଳେ ଭାରତର ବନ୍ଧୁ ରାଷ୍ଟ୍ର ନେପାଳର ଦୁଇଜଣ ଛାତ୍ରୀ କିଟ୍ ପରିସରରେ ଆତ୍ମହତ୍ୟା ଘଟଣା ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ କରିଥିବାବେଳେ ଦେଶର ଶତ୍ରୁ ପାଲଟିଥିବା ବାଲାଂଦେଶ ସହିତ ଡ. ଅଚ୍ୟୁତ ସାମନ୍ତଙ୍କ ଯୋଜନା ଦେଶ ପାଇଁ ଘାତକ ହେବ ବୋଲି ଆଲୋଚନା ହେଉଛି।
ବିବଦାରୁ ରକ୍ଷା ପାଇବାକୁ ଅଚ୍ୟୁତଙ୍କ ଉଦ୍ୟମ
ଏଭଳି ମହାମିଛ ମାମଲାରୁ ବର୍ତ୍ତିବା ପାଇଁ ଡ. ଅଚ୍ୟୁତ ସାମନ୍ତ ଏବେ ବିଜେପି ମୁହାଁ ହୋଇଛନ୍ତି। କିଟ୍ ରଙ୍ଗ ସବୁଜରୁ ଏବେ କମଳା ରଙ୍ଗକୁ ପରିବର୍ତ୍ତିତ ହୋଇଛି। କିଟ୍ ଓ କିସ୍କୁ ରାଜ୍ୟପାଳ କେ ହରିବାବୁ କମ୍ଭମପତି ଯାଉନଥିଲେ। କିନ୍ତୁ ଡ. ଅଚ୍ୟୁତ ସାମନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଜଣେ ଅଧିକାରୀ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଯୋଗଦେବା ପରେ ରାଜ୍ୟପାଳ କିଟ୍ ଓ କିସ୍କୁ ପରିଦର୍ଶନରେ ନେବାରେ ସକ୍ଷମ ହୋଇଥିବା ପାୱାର କରିଡରରେ ଆଲୋଚନା ହେଉଛି। ଏପରିକି ସେ ନିକଟରେ ପାଟନା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
पटना हवाई अड्डा @aaipatairport… सिर्फ एक उड़ान नहीं, बल्कि बिहार की नई पहचान है।!
पटना हवाई अड्डे पर आए प्रसिद्ध शिक्षाविद प्रोफेसर अच्युतानंद सामंत @achyuta_samanta ने अपने अनुभवों के बारे में क्या कहा…
आपकी मुस्कान, हमारी प्रेरणा!#BiharKaGarv #BiharKiUdaan… pic.twitter.com/Y9kWyYKIER
— Airports Authority of India (@AAI_Official) September 18, 2025
କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ କ୍ଷମତାରୁ ଯିବା ପରେ ବିଜେପି ନେତାଙ୍କୁ ପାଲରେ ପକାଇବା ପାଇଁ ଏଣ୍ଡୁଅ ଭଳି ଯେପରି ରଙ୍ଗ ବଦଳାଉଛନ୍ତି ତାହା କଣ ବିଧାନସଭାର ତଥ୍ୟକୁ ବଦଳାଇ ପାରିବ କି ବୋଲି ଆଲୋଚନା ହେଉଛି।
Also readhttps://purvapaksa.com/there-was-an-era-when-lalu-thought-i-am-the-state/
