ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଗ୍ଲୋବାଲ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆ ଓରିଜିନ୍ (ଜିଓପିଆଇଓ) କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା ଓ ଆଦିବାସୀ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରଥମ ପିଆଇଓ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରିଛି।
କିଟ୍-ଡିୟୁ ପକ୍ଷରୁ ମଙ୍ଗଳବାର ଆୟୋଜିତ ‘ପିଆଇଓ ଡାଏଲଗ୍ ୱିଥ୍ ଇଣ୍ଡିଆ ୨୦୨୫’ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ସଶକ୍ତୀକରଣ ଗ୍ଲୋବାଲ କନେକ୍ସନ ଉଦୀୟମାନ ଭାରତରେ ପିଆଇଓଙ୍କ ଭୂମିକା ଶୀର୍ଷକ ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଓ ନେତାମାନେ ଏକାଠି ହୋଇଥିଲେ।
ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଓଏସଡି ସନମୁନୁଗାନ ମୁକ୍କାନ ଏବଂ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜୟ କୁମାର ଦୁବେଙ୍କୁ ମଧ୍ୟ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
ପ୍ରତି ଚାରି ବର୍ଷରେ ଭାରତରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଭାରତୀୟ ବଂଶୋଦ୍ଭବ ଲୋକଙ୍କ ସମୃଦ୍ଧ ଐତିହ୍ୟ ଏବଂ ଅବଦାନକୁ ବିଶ୍ୱସ୍ତରରେ ପାଳନ କରିବା ଏବଂ ଭାରତ ସହିତ ସେମାନଙ୍କର ସମ୍ପର୍କକୁ ସୁଦୃଢ଼ କରିବା ।
କିଟ୍-ଡିୟୁରେ ଗୋପିଓ ଇଣ୍ଟରନ୍ୟାସନାଲ ଚେୟାରର ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ପ୍ରବାସୀଙ୍କ ବିଷୟରେ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ପଦକ୍ଷେପ । ଏହି ଚେୟାର ଏକାଡେମିକ ଅଧ୍ୟୟନକୁ ସୁଗମ କରିବ ଏବଂ ସମଗ୍ର ବିଶ୍ୱରେ ପିଆଇଓଙ୍କ ଅବଦାନକୁ ଦସ୍ତାବିଜ କରିବ ।
ଡ. ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇଓଙ୍କ ଗୋଟିଏ ଅଧିବେଶନ ଆୟୋଜନ କରିବା କିଟ୍ ଓ କିସ୍ ପାଇଁ ଗୌରବର ବିଷୟ। କିଟ୍ ଆଜି ୧୨ ଜଣ ଛାତ୍ରଛାତ୍ରୀଙ୍କ ଠାରୁ ୮୦,୦ରୁ ଅଧିକକୁ ବୃଦ୍ଧି ପାଇଛି ଏବଂ କିସ୍ ଦେଶରେ ଏକ ବିପ୍ଳବ ରେ ପରିଣତ ହୋଇଛି। ମୁଁ ଆଶା କରୁଛି ଆମର ବିଶିଷ୍ଟ ଅତିଥିମାନେ ଏହି ଅଗ୍ରଗତି ଦେଖି ଆନନ୍ଦିତ ହେବେ।
ଗୋପିଓ ଇଣ୍ଟରନ୍ୟାସନାଲର ସେକ୍ରେଟାରୀ ଜେନେରାଲ ଏ ରେଭେନ୍ଦିରନ୍ ଅର୍ଜୁନନ୍ କିଟ୍ର ଉଲ୍ଲେଖନୀୟ ଅଭିବୃଦ୍ଧିକୁ ପ୍ରଶଂସା କରି କହିଛନ୍ତି, କିଟ୍ ଟାଉନସିପ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅଟଳ ବିହାରୀ ବାଜପେୟୀଙ୍କ ଅନୁରୋଧକ୍ରମେ ପ୍ରବାସୀ ଭାରତୀୟ ଦିବସର ଜନ୍ମ ହୋଇଥିଲା ଏବଂ ଆଜି ରାଷ୍ଟ୍ର ନିର୍ମାଣରେ ପିଆଇଓଙ୍କ ଅବଦାନକୁ ସଂରକ୍ଷିତ ଓ ଦସ୍ତାବିଜ କରାଯିବା ଦରକାର।
ଗୋପିଓ ଇଣ୍ଟରନ୍ୟାସନାଲର ସଭାପତି ଡକ୍ଟର ପୋନ୍ନୁସାମୀ ମୁଥାୟା ପ୍ରବାସୀ ଭାରତୀୟ ଦିବସର ଉତ୍ପତ୍ତି ସମ୍ପର୍କରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ପ୍ରବାସୀଙ୍କୁ ଭାରତର ନିକଟତର କରାଇଛି ବୋଲି ଆଲୋକପାତ କରିଥିଲେ।
ଗୋପିଓର ଉପାଧ୍ୟକ୍ଷ ବିନୟ ଦୁସୋଏ ଭାରତୀୟ ସଂସ୍କୃତି ଓ ସଭ୍ୟତାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବକୁ ବିଶ୍ୱ ସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ଭାବେ ପ୍ରସ୍ତାବ ଦେଇଥିଲେ।
Also read https://purvapaksa.com/state-bjp-president-post-so-many-aspirant/