Abhishek- Aishwarya: ଗୁଜବରେ ଲାଗିଲା ବିରାମ । କିଛି ଦିନ ଧରି ଚାରିଆଡ଼େ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।
ଏହି ବିଷୟର ଆଲୋଚନା ମଧ୍ୟରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଗୋଟିଏ ପାର୍ଟୀରେ ଏକାଠି ପହଞ୍ଚିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସେମାନଙ୍କ ଅଲଗା ହେବାର ଗୁଜବକୁ ମିଥ୍ୟା ପ୍ରମାଣିତ କରିଛି ।
କିଛି ସମୟ ଧରି ସୋସିଆଲ ମିଡ଼ିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ, ଖୁବ ଶୀଘ୍ର ଉଭୟ ଛାଡ଼ପତ୍ର ନେବାକୁ ଯାଉଛନ୍ତି । ଏହାକୁ ନେଇ କେବଳ ତାଙ୍କ ପରିବାରରେ ମଧ୍ୟରେ ନୁହଁ ବରଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଧୀରେ ଧୀରେ ସମସ୍ତେ ରହକୁ ନେଇ ନିଜ ମନ୍ତବ୍ୟ ମଧ୍ୟ ଦେବାକୁ ଆରମ୍ଭ କରିଥିଲେ । ତେବେ ଏହି ପ୍ରସଙ୍ଗରେ ଦୁହେଁ କୌଣସି ମନ୍ତବ୍ୟ ଦେଇ ନଥିଲେ ନାହିଁ। ବର୍ତ୍ତମାନ ଖବର ଆସୁଛି ଯେ, ଉଭୟ ଅନସ୍କ୍ରିନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ
ଯାଉଛନ୍ତି । ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି ।
ଗୁରୁବାର ରାତିରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ୯୦ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଜୁଲ୍କା, ଅନୁ ରଞ୍ଜନ ଏବଂ ଅନ୍ୟ ସେଲିବ୍ରିଟିଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟାଙ୍କ ମା, ବୃନ୍ଦା ରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ନିର୍ମାତା ଅନୁ ରଞ୍ଜନ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଐଶ୍ୱର୍ଯ୍ୟା ସେଲଫି ନେଉଛନ୍ତି ଏବଂ ଅଭିଷେକ ଏବଂ ତାଙ୍କ ମା’ ବୃନ୍ଦା ପୋଜ୍ ଦେଉଛନ୍ତି। ଫଟୋ କ୍ୟାପସନରେ ଲେଖାଥିଲା, ‘ବହତ ସାରା ପ୍ୟାର।’ ଏହି ପାର୍ଟିରେ ସଚିନ ତେନ୍ଦୁଲକର, ତୁଷାର କପୁର ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକ ସର୍ବସାଧାରଣ ଇଭେଣ୍ଟ ବା ପାର୍ଟିରେ ଦେଖିବାକୁ ମିଳିଛି। ଏପରି ପରିସ୍ଥିତିରେ ସେମାନଙ୍କୁ ନେଇ ଉଠୁଥିବା ଛାଡ଼ପତ୍ରର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ଏହାସହ କୁହାଯାଉଛି ଯେ, ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ ଏହି ଦମ୍ପତିଙ୍କୁ ପୁଣି ଏକ ଫିଲ୍ମ ପାଇଁ କାଷ୍ଟ କରିବାକୁ ଚାହୁଁଛନ୍ତି । ଏହି ଯୋଡ଼ିଙ୍କୁ ସେମାନଙ୍କ ଚଳଚ୍ଚିତ୍ର ଗୁରୁରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଦମ୍ପତିଙ୍କ ମଧ୍ୟରେ ଦୂରତା ନିଶ୍ଚିତ ଭାବେ ଶେଷ ହୋଇଛି ।
ଏହାପୂର୍ବରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ କିଛି ସପ୍ତାହ ପୂର୍ବରୁ ନିଜ ଝିଅ ଆରାଧ୍ୟାଙ୍କ ୧୩ ତମ ଜନ୍ମଦିନ ପାଳନ କରିଥିଲେ । ପ୍ରଥମେ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ଅଭିଷେକ ତାଙ୍କ ଝିଅର ଜନ୍ମଦିନ ପାର୍ଟୀରେ ଯୋଗ ଦେଇନଥିଲେ, କିନ୍ତୁ ପରେ ଏକ ଭିଡ଼ିଓରୁ ଜଣାପଡ଼ିଛି ଯେ, ସେମାନେ ଏକାଠି ଅଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ରର ଗୁଜବ ଅନେକ ଦିନ ଧରି ଚାଲିଆସୁଛି । ଅଭିଷେକ ବଚ୍ଚନଙ୍କ ସହ ଆଉ ଜଣେ ଅଭିନେତ୍ରୀ ନିମ୍ରତ କୌରଙ୍କ ନାମ ଯୋଡ଼ା ଯାଇଥିଲା। ଯାହାକୁ ନେଇ ସେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଙ୍କ ଛାଡ଼ପତ୍ର ପଛର କାରଣ ତାଙ୍କୁ କୁହାଯାଉଥିଲା ।
ALSO READ: https://purvapaksa.com/anupam-kher-who-gained-weight-at-the-age-of-69-said-anything-can-happen/