Aanubhav-Jagruti Engagement: ବହୁ ପ୍ରତୀକ୍ଷିତ ଚର୍ଚ୍ଚାର ଅନ୍ତ ଘଟିଲା । ଅନୁଭବ-ଜାଗୃତିଙ୍କ ନିର୍ବନ୍ଧ ଶେଷ ହୋଇଛି। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ପୁଣିଥରେ ବେଦିରେ ସାତ ଜନ୍ମର ଶପଥ ନେବେ ଅନୁଭବ। ପୁଣିଥରେ ପଡ଼ିବ ହାତଗଣ୍ଠି । ପୁଣି ବାଜିବ ସାହାନାଇ। ଜାଗୃତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ରାଜ୍ୟ ବାହାରେ ଲୁଚି ଛପି ନିର୍ବନ୍ଧ କଲେ ଅନୁଭବ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ତେବେ ଏହାକୁ ନେଇ ଜାଗୃତି ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଛନ୍ତି । ତେବେ ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନିର୍ବନ୍ଧ ଭଳି ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଣିଥରେ ଅନୁଭବଙ୍କୁ ବର ବେଶରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।
ଓଡ଼ିଶାର କୋରାପୁଟ ବଡ଼ ବ୍ୟାନରର ଚଳଚ୍ଚିତ୍ରର ଆୟୋଜନ କରୁଛି, ରାଜାମୌଲିଙ୍କ ସଦ୍ୟତମ ଉଦ୍ୟମକୁ ସ୍ୱାଗତ କରୁଛି

