

ଏହି ପ୍ରକଳ୍ପଗୁଡ଼ିକ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଓଡ଼ିଶାର ପ୍ରାକୃତିକ ସମ୍ଭାବନାର ଲାଭ ଉଠାଇବ ଏବଂ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅଧୀନରେ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବ ।
ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ଅକ୍ଷୟ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପୁଞ୍ଜିନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଠିକ୍ ସମୟରେ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।
ଏହି ବୈଠକରେ ରାଜ୍ୟ ସରକାର ପୂର୍ବରୁ ଅନୁମୋଦନ କରିଥିବା ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଥିଲା।
ବୈଠକରେ ଶକ୍ତି ବିଭାଗ, ଗ୍ରିଡକୋ, ଓପିଟିସିଏଲ୍, ବିଦ୍ୟୁତ ବିତରଣ କମ୍ପାନୀ, ଓଏଚ୍ ପିସି ଓ ଇଆଇସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ କମିଟି ଏବଂ ଏହାର ନୋଡାଲ ଏଜେନ୍ସି ଗ୍ରିଡକୋର ସିଙ୍ଗଲ ୱିଣ୍ଡୋ କମିଟି ମାଧ୍ୟମରେ ରାଜ୍ୟ ସରକାରଙ୍କ ସକ୍ରିୟ ନୀତି ଏବଂ ସୁବ୍ୟବସ୍ଥିତ ପ୍ରକ୍ରିୟା ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଲାଗିଛି, ଯାହା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ପାଇଁ ପଥ ପ୍ରଶସ୍ତ କରୁଛି ।
ରାଜ୍ୟରେ ୧୪୪୧.୭୯ ମେଗାଓ୍ଵାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ୯,୭୮୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସଡବ୍ଲ୍ୟୁସି ଏପର୍ଯ୍ୟନ୍ତ ନୀତିଗତ ଅନୁମୋଦନ ଦେଇଛି।
