Sujit Kumar Net Worth: ସୁଜିତ୍ କୁମାର ସାଂସଦ ହେବା ପରେ ତାଙ୍କ ବାର୍ଷିକ ଆୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏହା ସେ ଆଜି ବିଧାନସଭାରେ ରାଜ୍ୟସଭା ସାଂସଦ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହୋଇଛି।
ଆମେରିକାର ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ ପଢ଼ି ଓଡ଼ିଶାରେ ରାଜନୀତିକୁ କ୍ୟାରିୟର ଭାବେ ଗ୍ରହଣ କରିଥିବା ସୁଜିତ କୁମାର ପୁଣିଥରେ ରାଜ୍ୟସଭା ଲାଗି ପ୍ରାର୍ଥୀ ହୋଇଛନ୍ତି। ଏଥର ବିଜେପିରୁ ଏକମାତ୍ର ପ୍ରାର୍ଥୀଭାବେ ସେ ସରକାରୀ ଦଳକୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ପ୍ରାୟତଃ ସ୍ପଷ୍ଟ ହୋଇଛି।
କଳାହାଣ୍ଡିର ସତ୍ୟନାରାୟଣ ସେଠଙ୍କ ୪୯ ବର୍ଷୀୟ ପୁଅ ସୁଜିତ କୁମାରଙ୍କ ରୋଜଗାର କେତେ? ଗଲା ଦୁଇବର୍ଷ ରାଜନୀତିରୁ ସେ ଦି’ପଇସା ରୋଜଗାର କରିଛନ୍ତି ନା ନାହିଁ? ଏବେ ସେ ପୁଣିଥରେ ସାଂସଦ ହେଲେ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି କରିବାରେ କେତେ ସଫଳ ହେବେ? ଏ ପ୍ରଶ୍ନ ମନରେ ସୃଷ୍ଟି ହେବା ନୂଆ କଥା ନୁହେଁ। ଆସନ୍ତୁ ଏ ବିଷୟରେ ଏହି ତଥ୍ୟପୂର୍ଣ୍ଣ ଅନୁଶୀଳନକୁ ପଢ଼ିବା।
କଳାହାଣ୍ଡିର ବିକାଶ କଥା କହୁଥିବା ସୁଜିତ କୁମାର ହେଉଛନ୍ତି ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ଭୋଟର। ଏପ୍ରିଲ ୨, ୨୦୨୦ ମସିହାରେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦ୍ୱିତୀୟଥର ପାଇଁ ଟିକଟ ନ ଦେଇ ଏହି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଟିକଟ ଦେଇଥିଲା ଦଳ। ଏହି ସମୟରେ ସଂଖ୍ୟା ଗରିଷ୍ଠ ବିଜେଡି ସୁବାସ ସିଂହ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା। ଏମାନଙ୍କ ଭିତରୁ କେବଳ ମୁନ୍ନା ଖାଁଙ୍କୁ ଛାଡ଼ିଦେଲେ ଆଉ କେହି ନେତା ସମ୍ପୃକ୍ତ ପିଢ଼ିର ସାଂସଦ ଭାବେ ବିଜେଡିକୁ ପ୍ରତିନିଧିତ୍ୱ କରୁନାହାନ୍ତି। ମମତା ମହନ୍ତ ଅଗଷ୍ଟ ୨୦୨୪ରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ରାଜ୍ୟସଭାରେ କାର୍ଯ୍ୟ କରୁଛନ୍ତି।
ସୁଜିତ୍ କୁମାର ସାଂସଦ ହେବା ପରେ ତାଙ୍କ ବାର୍ଷିକ ଆୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏହା ସେ ଆଜି ବିଧାନସଭାରେ ରାଜ୍ୟସଭା ସାଂସଦ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହୋଇଛି। ଏହି ସତ୍ୟପାଠ ଆଧାରରେ ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଯେଉଁ ବର୍ଷ ସେ ସାଂସଦ ହେଲେ ତାହାର ଠିକ୍ ପୂର୍ବବର୍ଷ ତାଙ୍କ ଆୟ ଥିଲା ୧୧ ଲକ୍ଷ ୯୩ ହଜାର ୩୭୬ ଟଙ୍କା। ଚଳିତ ଆର୍ଥିକ ବର୍ଷ ସେ ଦାଖଲ କରିଥିବା ଆୟକର ରିପୋର୍ଟ ଅନୁସାରେ ତାଙ୍କ ବାର୍ଷିକ ଆୟ ହେଉଛି ୨୩ ଲକ୍ଷ ୮୨ ହଜାର ୫୫୪ ଟଙ୍କା ଅର୍ଥାତ୍ ପ୍ରାୟ ଦୁଇଗୁଣା।
ରାଜନୀତିରେ ଆୟ ଦ୍ୱିଗୁଣିତ ହେବା କିଛି ନୂଆ କଥା ନୁହେଁ ବୋଲି ଅନେକ କହନ୍ତି। ଏହା ଏକ ଭଲ ବ୍ୟବସାୟ ବୋଲି ମଧ୍ୟ କୁହାଯାଏ। ହେଲେ ଏହାର ଉଦାହରଣ ଯଦି କିଛି ସାଂସଦଙ୍କ ଭିତରେ ପ୍ରସ୍ଫୁଟିତ ହୁଏ ତେବେ ତାଙ୍କ ଭିତରେ ରହିଛନ୍ତି ସୁଜିତ, ଏଥିରେ ଦ୍ୱିମତ ହେବା ଅନୁଚିତ।
Also readhttps://purvapaksa.com/odisha-govt-not-to-tolerate-proxy-sarpanch-culture-action-taken-against-15/
