Konark : ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍ଫର୍ମ, ଆଇରନ୍ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍ ସିଡ଼ି ଯାଞ୍ଚ କରିଥିଲେ।
ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାର କରାଯିବ। ବାଲି ବାହାରିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇଁ ଏଏସ୍ଆଇ କୋର କମିଟି ପହଞ୍ଚି ଯାଞ୍ଚ କରିଛନ୍ତି। ଦୀର୍ଘ ୬ ଘଣ୍ଟା ଧରି କମିଟିର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସୂର୍ଯ୍ୟମନ୍ଦିର ପରିସରରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଗର୍ଭ ଗୃହରୁ ବାଲି କାଢ଼ିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡ଼ିଛି।
ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଦୁଇବର୍ଷ ହେଲା ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହେଉଥିବାବେଳେ ଶନିବାର ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଓ ଏକ ବୈଷୟିକ ଟିମ୍ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଏବଂ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଭୂମିପୂଜା ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟ୍ଫର୍ମ, ଆଇରନ୍ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍ ସିଡ଼ି ଯାଞ୍ଚ କରିଥିଲେ। ଇତି ମଧ୍ୟରେ ସିଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତଥାପି ବାଲି କାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।
ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟ୍ର ଏକ ଗର୍ତ୍ତ ଖୋଳା ଯିବ। ଯେଉଁ ବାଟରେ ଗର୍ଭଗୃହ ଶନିବାର ଏଏସ୍ଆଇ ଅତିରିକ୍ତ ମହା ନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ସହ ଏଏସ୍ଆଇ କଞ୍ଜର୍ଭେସନ୍ ଡାଇରେକ୍ଟର ଭିମା ଆଜମୀରା, ଏଏସ୍ଆଇ ରିଜିଓନାଲ ଡାଇରେକ୍ଟର ଡଃ ଦିଲ୍ଲୀପ ଖମାରିଙ୍କ ସମେତ ପ୍ରତ୍ନତତ୍ତ୍ୱବିତ୍ ଜୀବନ ପଟ୍ଟନାୟକ, ମାଡ୍ରାସ ଓ ନୂଆଦିଲ୍ଲୀର ଆଇଆଇଟିର ବିଶେଷଜ୍ଞ ସମେତ ୧୫ ଜଣିଆ କମିଟିର ପ୍ରତିନିଧିମାନେ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ପିଢ଼ି, ମନ୍ଦିର ଚୂଳର ଉପରିଭାଗ ଓ ବାଲି କାଢ଼ିବା ପାଇଁ ନିର୍ମାଣ ହୋଇଥିବା ମେକାନିକାଲ ଷ୍ଟ୍ରକ୍ଚର ସହ ମନ୍ଦିର ମୂଳଦୁଆର ସ୍ଥିତି ଅନୁଧ୍ୟାନ କରିଛନ୍ତି।
Also readhttps://purvapaksa.com/parents-give-2-month-old-baby-girl-to-govt-to-go-for-dadan/
