- ସରିଲାଣି ୯ ରାଉଣ୍ଡ, ଡ୍ର’ ରହିଛି ୭ ବାଜି
- ଜରୁରି ହେଉଛି ଫର୍ମାଟରେ ପରିବର୍ତ୍ତନ
“ସିଙ୍ଗାପୁରରେ ଚାଲିଛି ବିଶ୍ୱ ଚେସ ଚାମ୍ପିଅନସିପ୍। ଡିଫେଣ୍ଡିଂ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଡି. ଗୁକେଶ। ଇତି ମଧ୍ୟରେ ୯ ରାଉଣ୍ଡ ଖେଳ ଶେଷ ହୋଇଛି। ପ୍ରତିଟି ମ୍ୟାଚ୍ରେ ଅତି କମରେ ୪ ଘଣ୍ଟା ପର୍ଯ୍ୟନ୍ତ ଲଢେଇ ହେଉଛି। ତଥାପି ରୋମାଞ୍ଚ ଭରିବାରେ ବିଫଳ ହୋଇଛି ଏଥର ସଂସ୍କରଣ। ଆଗକୁ ଆଉ ୫ ରାଉଣ୍ଡ ଖେଳ ବାକି ରହିଛି। ଏଣିକି ବିଜୟ ପାଇଁ ଉଭୟ ପ୍ରତିଯୋଗୀ ପ୍ରୟାସ କରିବାର ସମୟ ଆସିଛି। ନଚେତ ବିଶ୍ୱ ଚାମ୍ପିଅନସିପ୍ ରଙ୍ଗ ହୀନ ହୋଇଯିବ।”
ପାରମ୍ପରିକ ଚେସ୍ ଟିକେ କଠିନ ହୋଇପାରେ, କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍ ଭଳି ସର୍ବ ବୃହତ ଟୁର୍ଣ୍ଣାମେଣ୍ଟର ସ୍ୱତନ୍ତ୍ର ରୋମାଞ୍ଚ ରହିଛି। ଯଦି ଫିଡେର ଉଦ୍ଦେଶ୍ୟ ଥିଲା ଚେସର ଲୋକପ୍ରିୟତା ବୃଦ୍ଧି କରିବା, ଅଧିକ ଫ୍ୟାନ୍ ବା ପ୍ରଶଂସକ ସୃଷ୍ଟି କରିବାକୁ ହେଲେ ବର୍ତ୍ତମାନ ଫିଡ଼େକୁ ଭିନ୍ନ ପନ୍ଥା ଆପଣେଇବାକୁ ପଡ଼ିବ। ଚେସକୁ ଆକର୍ଷଣୀୟ, ଅଧିକ ଆନନ୍ଦଦାୟକ କରିବାର ସମୟ ଆସିଛି। କିନ୍ତୁ ବର୍ତ୍ତମାନର ଫର୍ମାଟ୍ ସମ୍ପୂର୍ଣ୍ଣ ବିପରୀତ।
୯ ଟି ମ୍ୟାଚ୍ ପରେ ୨୦୨୪ ଫିଡେ ବିଶ୍ୱ ଚାମ୍ପିଅନସିପର ସ୍କୋର ୪.୫ – ୪.୫ ରେ ବରାବର ରହିଛି। କେବଳ ୨ଟି ମ୍ୟାଚକୁ ଛାଡ଼ିଦେଲେ ବାକି ୭ଟି ମ୍ୟାଚ୍ ରୋମାଞ୍ଚହୀନ ରହିଥିଲା। ଦୁଇ ପ୍ରତିଦ୍ୱନ୍ଦ୍ୱୀ ବେଶ ଦକ୍ଷ। ମାତ୍ର ଜଣେ ଅନଭିଜ୍ଞ ଖେଳାଳି ଓ ଅନ୍ୟ ଜଣକ ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଠାରେ ଏକ କ୍ରିକେଟ ମ୍ୟାଚ୍ର ଉଦାହରଣ ନିଆଯାଇପାରେ। ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ଲେକ ପ୍ରିୟତାର ଶିଖର ଛୁଇଁଛି। କିନ୍ତୁ ଏକ ଟେଷ୍ଟ ମ୍ୟାଚକୁ ୨ଇନିଂସ ବଦଳରେ ୫ଇନିଂସ ବିଶିଷ୍ଟ କରାଗଲେ ମ୍ୟାଚ ଆପେ ଆପେ ରୋମାଞ୍ଚ ହରାଇବ।
୨୦୨୪ ବିଶ୍ୱ ଚାମ୍ପିଅନସିପ୍ ଠିକ୍ ସେହିଭଳି ଚାଲିଛି। ପ୍ରଥମ ମ୍ୟାଚ ଜିତିଥିଲେ ଲିରେନ। ଦ୍ୱିତୀୟ ମ୍ୟାଚ୍ ଡ୍ର’ ରହିଥିଲା। ତୃତୀୟ ମ୍ୟାଚ୍କୁ ଗୁକେଶ ଜିତିବା ପରେ ଟୁର୍ଣ୍ଣାମେଣ୍ଟଟି ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଥିଲା। ମାତ୍ର ଏହାପରେ କ୍ରମାନ୍ୱୟରେ ୬ଟି ମ୍ୟାଚ୍ ଡ୍ର’ ରହିଲାଣି। ଉତ୍ସାହି ଦର୍ଶକ ମଧ୍ୟ ବିରକ୍ତ ହୋଇଗଲେଣି। କ୍ରିକେଟ୍ ଭଳି ଚେସରେ ବି ପରିବର୍ତ୍ତନ ଆଣିବାର ସମୟ ଆସିଛି ବୋଲି ଦର୍ଶକ ଅନୁଭବ କରୁଛନ୍ତି। କିନ୍ତୁ, ଚେସ୍ ପାରମ୍ପରିକତାବାଦୀମାନଙ୍କ ମତ ଭିନ୍ନ।
ଚେସ୍ ବିଶ୍ୱ ଚାମ୍ପିୟନସିପ୍ କ୍ରମାଗତ ଭାବରେ ଏହାର ଫର୍ମାଟକୁ ନେଇ ପରୀକ୍ଷା ନିରୀକ୍ଷା କରିଛି ଏବଂ ଶ୍ରେଷ୍ଠ-୧୪ ଏକ ନୂଆ ଫର୍ମାଟ୍। ଗ୍ୟାରି କାସ୍ପାରୋଭ ଏବଂ ଆନାଟୋଲି କାର୍ପୋଭ ପାଞ୍ଚ ମାସ ମଧ୍ୟରେ ୪୮ ଟି ମ୍ୟାଚ୍ ଖେଳିବା ମଧ୍ୟରେ ପ୍ରଥମ ୬ଟି ମ୍ୟାଚ୍ ବିଜୟୀ ପ୍ରତିଯୋଗୀ ଚାମ୍ପିଅନ୍ ହୋଇଥିଲେ। ଏହି ଫର୍ମାଟ୍ ଫିଡେ ଚିନ୍ତାଧାରାକୁ ବଳାଇପାରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ୧୪ମ୍ୟାଚ୍ ଫର୍ମାଟ ପ୍ରକୃତରେ ଚେସର ନକାରାତ୍ମକ ଧାରଣାକୁ ସୁଦୃଢ଼ କରେ।
ଏଭଳି କେବଳ ଦର୍ଶକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଉଥିବା କ୍ରୀଡ଼ା ସାମ୍ବାଦିକମାନେ ମତ ଦେଉଛନ୍ତି। ସର୍ବକାଳୀନ ଶ୍ରେଷ୍ଠ ଚେସ ଖେଳାଳିମାନେ ମଧ୍ୟ ଏହି ଫର୍ମାଟକୁ “ବିରକ୍ତକର” ଆଞା ଦେଇଛନ୍ତି।
ଉଭୟ ଲିରେନ୍ ଏବଂ ଗୁକେଶ ଚମତ୍କାର କ୍ରୀଡ଼ାବିତ୍। ପ୍ରଥମ ୩ କିମ୍ବା ୫ଟି ମ୍ୟାଚ୍ ପରେ ଯଦି ସେମାନେ ଟାଇବ୍ରେକ୍ କୁ ଯାଇଥାନ୍ତେ, ତେବେ କାହାର କୌଣସି ଅଭିଯୋଗ ନଥାନ୍ତା, ଉତ୍ସାହ କେବେ ବି କମିନଥାନ୍ତା। ଏବେ ଆଉ ୫ଟି ଲମ୍ବା ମ୍ୟାଚ୍ ବାକି ରହିଛି। ଫଳଫଳ ପାଇଁ ଦର୍ଶକଙ୍କୁ ଆହୁରି ୫ଟି ଲମ୍ବା ମ୍ୟାଚ୍ ଦେଖିବାକୁ ପଡ଼ିବ।
previous article:https://purvapaksa.com/the-two-players-signed-peace-after-51-moves-it-was-the-sixth-draw-of-the-14-round-match/