Keerthy Suresh Wedding: ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସାଉଥର ବେଶ ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ।
ସୋସିଆଲ ମିଡ଼ିଆରେ ଦୀର୍ଘ ଦିନ ଧରି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେହି ଗୁଜବକୁ ସତ ପ୍ରମାଣିତ କରିଛନ୍ତି କୀର୍ତ୍ତି । ଫ୍ୟାନ୍ସଙ୍କୁ ଖୁସି ଖବର ଦେବା ସହ ଅଫିସିଆଲି ତାଙ୍କ ସମ୍ପର୍କକୁ ଘୋଷଣା କରିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଫଟୋଟି ଦିୱାଲୀ ସମୟରେ କ୍ଲିକ୍ ହୋଇଥିବା ବେଳେ ସେଥିରେ ଆଣ୍ଟୋନି ଫାୟାରକ୍ରାକ ଧରିଥିବାବେଳେ କିର୍ତ୍ତୀ ତାଙ୍କ କାନ୍ଧରେ ହାତ ରଖି ଛିଡ଼ା ହୋଇଥିବାର ନଜର ଆସିଛନ୍ତି ।
ଏହାକୁ ନେଇ କ୍ୟାପ୍ସନରେ ଅଭିନେତ୍ରୀ ଲେଖିଛନ୍ତି ଯେ, 15 years and counting ♾️🧿It has always been.. ତାଙ୍କ ପୋଷ୍ଟ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁହିଁଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଆସନ୍ତା ମାସ ୧୧ ତାରିଖ ଗୋଆରେ ଡେଷ୍ଟିନେସନ ୱେଡିଙ୍ଗ କରିବେ ଦୁହେଁ । ଏଥିପାଇଁ ଖୁବ୍ ଶୀଘ୍ର ଗୋଆରେ ପ୍ରସ୍ତୁତି ଆରମ୍ଭ ହେବ। ଯେଉଁଥିରେ ସେମାନଙ୍କର ବିଶେଷ ବନ୍ଧୁ, ପରିବାର ଏବଂ ଘନିଷ୍ଠ ବ୍ୟକ୍ତିମାନେ ଯୋଗଦେବେ ।
ସୂଚନାଯୋଗ୍ୟ ଯେ, କିର୍ତ୍ତୀ ସୁରେଶ ଏବଂ ତାଙ୍କ ବୟଫ୍ରେଣ୍ଡ ଆଣ୍ଟୋନି ୧୫ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । କିର୍ତ୍ତୀ ସୁରେଶ ଏବଂ ତାଙ୍କ ବୟଫ୍ରେଣ୍ଡ ଆଣ୍ଟୋନି ଗ୍ରାଜୁଏସନରେ ପଢ଼ୁଥିବା ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଆଣ୍ଟୋନି କେରଳର ଏକ ରିସୋର୍ଟ ଚେନର ମାଲିକ ଅଟନ୍ତି । ବର୍ତ୍ତମାନ ଆଣ୍ଟୋନି ଦୁବାଇରେ ଅଛନ୍ତି ଏବଂ ସେ ଜଣେ ବ୍ୟବସାୟୀ ।
୨୦୦୦ରେ ଜଣେ ଶିଶୁ କଳାକାର ଭାବରେ ସିନେମା ଦୁନିଆରେ ପାଦ ରଖିଥିଲେ କିର୍ତ୍ତୀ । ୨୦୧୩ରେ ମାଲାୟାଲମ୍ ଚଳଚ୍ଚିତ୍ର ଗୀତାଞ୍ଜଳିରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ । ପରେ ସେ ରିଙ୍ଗ ମାଷ୍ଟର, ସାର୍କ, ମାହାନତି, ରଙ୍ଗ ଦେ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଫିଲ୍ମ ‘ବେବି ଜନ୍’ରେ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ସହ କିର୍ତ୍ତୀ ସୁରେଶଙ୍କୁ ଦେଖିବାକୁ ମିଳିବ। ଜବାନ୍ ନିର୍ଦ୍ଦେଶକ ଆଟଲେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ‘ବେବି ଜନ୍’ ମୁକ୍ତିଲାଭ କରିବାକୁ ଯାଉଛନ୍ତି ।
ALSO READ: https://purvapaksa.com/sreeleela-replace-samantha/