ସେ ଭାରତୀୟ ଦଳର ମୁଖ୍ୟ କୋଚ। ଦଳକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ କରାଇବାକୁ ସେ ଅଷ୍ଟ୍ରେଲିଆ ଯାଇଥିଲେ। ତାଙ୍କ ପ୍ରଶିକ୍ଷରେ ଭାରତୀୟ ଦଳ ଗୋଟିଏ ଟେଷ୍ଟ ମଧ୍ୟ ଜିତିଲା। ହେଲେ ଆଉ ୪ଟି ଟେଷ୍ଟ ବାକି ଥିବା ବେଳେ ଗୌତମ ଗମ୍ଭୀର ଭାରତ ଫେରିଆସିଛନ୍ତି। ଗମ୍ଭୀର ଘରକୁ ଫେରିବାକୁ ନେଇ ନାନା ମତ ପ୍ରକାଶ ପାଇଛି। ଘରେ ହୁଏତ କେହି ଅସୁସ୍ଥ ଥାଇ ପାରନ୍ତି ବାେଲି ସନ୍ଦେହ କରାଯାଉଛି। ଗମ୍ଭୀର ବ୍ୟକ୍ତିଗତ କାରଣରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ସେ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୨ ଦିନିଆ ମଭ୍ୟାସ ମ୍ୟାଚରେ ଅନୁପସ୍ଥିତ ରହିବେ । କିନ୍ତୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଅଷ୍ଟ୍ରେଲିଆ ଫେରି ଦଳ ସହ ଯୋଗ ଦେବେ ।
ଗମ୍ଭୀର ଭାରତ ଫେରିବା ପଛର କାରଣ ଜଣାପଡ଼ିନାହିଁ । ୬ ତାରିଖରୁ ଆଡ଼ିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ଟେଷ୍ଟ ଦିବାରାତ୍ର ହୋଇଥିବାରୁ ଖେଳାଳିମାନଙ୍କୁ ପିଙ୍କ ବଲ୍ ସହ ଖାପ ଖୁଆଇବା ପାଇଁ ଅତିରିକ୍ତ ଅଭ୍ୟାସ ସମୟ ମିଳିଛି । ପ୍ରଥମ ଟେଷ୍ଟରୁ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ୯ ଦିନର ବ୍ୟବଧାନ ରହିଛି ।
ଦିବା ରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପିଙ୍କ ବଲରେ ଏକ ୨ଦିନିଆ ମଭ୍ୟାସ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ କାନବେରାରେ ଖେଳାଯିବ । ଗମ୍ଭୀରଙ୍କ ମନୁପସ୍ଥିତିରେ ସହକାରୀ କୋଚ ଅଭିଷେକ ନାୟାର କୋଚ, ବୋଲିଂ କୋଚ ମର୍ଣ୍ଣ ମୋର୍କେଲ ଓ ଫିଲ୍ଡିଂ କୋଚ ରାନ୍ ଟେନ ଡୋସେଟ୍ ମଭ୍ୟାସ ମ୍ୟାଚ୍ ଦାୟିତ୍ୱ ନେବେ ।
ମଭ୍ୟାସ ମ୍ୟାଚ୍ ଜରିଆରେ ଭାରତ ଦ୍ୱିତୀୟ ଟେଷ୍ଟ ପାଇଁ ଏକାଦଶ ଓ ବ୍ୟାଟିଂ କ୍ରମ ପ୍ରସ୍ତୁତ କରିବ । କାରଣ ରୋହିତ ଶର୍ମା ଇତି ମଧ୍ୟରେ ମଷ୍ଟ୍ରେଲିଆରେ ପହଞ୍ଚି ଦଳ ସହ ମଭ୍ୟାସ ଆରମ୍ଭ କରିଛନ୍ତି । ସେ ମଭ୍ୟାସ ମ୍ୟାଚ୍ ସମେତ ବାକି ଟେଷ୍ଟଗୁଡ଼ିକରେ ଦଳର ନେତୃତ୍ୱ ନେବେ । ତଣୁ ଦ୍ୱିତୀୟ ଟେଷ୍ଟରେ ଏକାଦଶ ପରିବର୍ତ୍ତନ ହେବା ନିଶ୍ଚିତ । ରୋହିତ ଖେଳିଲେ ଦେବଦତ୍ତ ପାଡ଼ିକଲ ଏକାଦଶରୁ ବାଦ ପଡ଼ିବେ । ପ୍ରଥମ ଟେଷ୍ଟରେ ଓପନ କରିଥିବା କେଏଲ ରାହୁଲ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଶୁଭମନ ଗିଲ୍ ଫିଟ୍ ହୋଇ ନଥିବାରୁ ମଭ୍ୟାସ ମ୍ୟାଚ୍ ଖେଳିବା ସମ୍ଭାବନା ନାହିଁ ।
previous article: https://purvapaksa.com/a-huge-victory-away-from-home-that-too-in-australia/