ଅପ୍ଟସରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ
ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟକୁ ୨୯୫ ରନ୍ରେ ଜିତି ପୁନର୍ବାର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ଏହି ବିଜୟ ଭାରତର ଟେଷ୍ଟ ଇତିହାସରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ିଛି। ଅପ୍ଟସ ଷ୍ଟାଡ଼ିୟମରେ ଏହା ଭାରତର ପ୍ରଥମ ବିଜୟ ରହିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ କରି ପରାଜିତ ହୋଇଛି।
- ଅପ୍ଟସ ଷ୍ଟାଡ଼ିୟମରେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଖେଳିଥିଲା ଓ ସମସ୍ତ ମ୍ୟାଚ୍ ଜିତିଥିଲା। ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତକୁ ୧୪୬ ରନରେ ହରାଇଥିଲା ଅଷ୍ଟ୍ରଲିଆ। ଏହାପରେ ନ୍ୟୁଜିଲାଣ୍ଡକୁ ୨୯୬ ରନ୍, ୱେଷ୍ଟ ଇଣ୍ଡିଜ୍କୁ ୨୬୪ ରନ୍ ଓ ପାକିସ୍ତାନକୁ ୩୬୦ ରନ୍ରେ ହରାଇଥିଲା। ଏଥର ଭାରତ ସବୁ ପରାଜୟର ପ୍ରତିଶୋଧ ନେବାରେ ସଫଳ ହୋଇଛି।
- ଭାରତ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୫୦ ରନ୍ ସଂଗ୍ରହ କରିବା ସତ୍ତ୍ୱେ ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ଭାରତ ୨ଥର ପ୍ରଥମ ଇନିଂସରେ ୧୫୦ରୁ କମ୍ ରନ୍ କରି ମଧ୍ୟ ବିଜୟ ହାସଲ କରିଥିଲା। ୨୦୦୪ରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ର ପ୍ରଥମ ଇନିଂସରେ ୧୦୪ ରନ୍ କରିବା ସତ୍ତ୍ୱେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା। ୨୦୨୧ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଅହମ୍ମଦାବାଦ ଟେଷ୍ଟର ପ୍ରଥମ ଇନିଂସରେ ୧୪୫ ରନ୍ କରିବା ସତ୍ତ୍ୱେ ଭାରତ ୧୦ୱିକେଟରେ ବିଜୟ ହାସଲ କରିଥିଲା।
- ଭାରତ ଏହି ମ୍ୟାଚ୍କୁ ୨୯୫ ରନରେ ଜିତିଥିଲା। ପ୍ରଥମ ଇନିଂସରେ ୧୫୦ କିମ୍ବା କମ୍ କରି ଜିତିବାରେ ଏହା ସର୍ବ ବୃହତ୍ ବିଜୟ ରେକର୍ଡ। ଭାରତ ବିପକ୍ଷରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବ ବୃହତ୍ ବିଜୟ ରେକର୍ଡ ରହିଥିଲା। ୨୦୦୮ ମୋହାଲି ଟେଷ୍ଟରେ ଅଷ୍ଟ୍ରେଲିଆ ୩୨୦ ରନରେ ପରାଜିତ ହୋଇଥିଲା।
- ବିଦେଶରେ ଏହା ଭାରତର ତୃତୀୟ ବୃହତ୍ ବିଜୟ। ପୂର୍ବରୁ ଭାରତ ୨୦୧୯ ଆଣ୍ଟିଗୁଆ ଟେଷ୍ଟରେ ୱେଷ୍ଟ ଇଣ୍ଡିଜ୍କୁ ୩୧ ରନରେ ହରାଇଥିଲା। ସେହିପରି ୨୦୧୭ରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟରେ ଭାରତ ୩୦୪ ରନ୍ରେ ବିଜୟ ହାସଲ କରିଥିଲା।
- ବୁମରା ଏହି ମ୍ୟାଚରେ ୭୨ ରନ୍ ପ୍ରଦାନ କରି ୮ଟି ୱିକେଟ ନେଇଥିଲେ। ସେ ଟେଷ୍ଟ ମ୍ୟାଚରେ ପଞ୍ଚମ ଥର ପାଇଁ ୧୦୦ରୁ କମ୍ ରନ୍ ପ୍ରଦାନ କରି ଟି ୱିକେଟ ନେଇଥିଲେ।
previous article: https://purvapaksa.com/a-huge-victory-away-from-home-that-too-in-australia/