ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ବିଜେପିର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ସେ ୨୦୦୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କରିଥିବାବେଳେ ୨୦୦୩ରେ ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲଏଲବି ପାଶ୍ ମଧ୍ୟ କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ହେଉଛି ସେ ଓଡ଼ିଆ ବୁଝିପାରୁ ନାହାନ୍ତି। ବିଧାନସଭାରେ ତାଙ୍କୁ ଗୋଟିଏ ବିଷୟରେ ଓଡ଼ିଆରେ ପ୍ରଶ୍ନ କଲେ ସେ ଆଉ ଗୋଟିଏ ବିଷୟରେ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଯଦି ସେ ଓଡ଼ିଆ ବୁଝିପାରୁ ଥାଆନ୍ତେ ତେବେ ଅଫିସରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଉତ୍ତର ସେ ବିଧାନସଭାରେ ରଖୁନଥାନ୍ତେ।
ଘଟଣାଟି ହେଉଛି ଏପରି। ସାମାଜିକ ନ୍ୟାୟ ଆନ୍ଦୋଳନର ଜଣେ ଆଗଧାଡ଼ିର ପ୍ରବକ୍ତା ହେଉଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ୧୯୯୦ ମସିହାରୁ ଅଦ୍ୟାବଧି ୮ଥର ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଛନ୍ତି।

ଶୁକ୍ରବାର ଦିନ ବିଧାନସଭାରେ ଆଗତ ହୋଇଥିବା ଅଣତାରକା ପ୍ରଶ୍ନ ୬୯୩ରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ସମ୍ପର୍କୀତ ପ୍ରଶ୍ନ କରିଥିଲେ। କିନ୍ତୁ ମନ୍ତ୍ରୀ ଓବିସିମାନଙ୍କ ପାଇଁ ସଂରକ୍ଷଣ ନେଇ କୌଣସି ଉତ୍ତର ନ ଦେଇ ଏସଇବିସି ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସଂରକ୍ଷଣ ଉପରେ ତଥ୍ୟ ରଖିଛନ୍ତି। ମନ୍ତ୍ରୀ ମହାଶୟ ଜଚାଣିବା ଉଚିତ ଯେ ଓବିସିର ଅର୍ଥ ଏସଇବିସି ନୁହେଁ। ଆମ ରାଜ୍ୟ ତାଲିକାରେ କିଛି ଉଚ୍ଚଜାତିର ଲୋକମାନଙ୍କୁ ଓବିସି ତାଲିକାରେ ସାମିଲ କରାଯାଇନାହିଁ। ତେଣୁ ସେମାନେ ହାଇକୋର୍ଟ ଯାଇ ଏସଇବିସିର ମାନ୍ୟତା ପାଇବା ସହିତ ସୀମିତ ସଂରକ୍ଷଣ ପାଉଛନ୍ତି।
ରାଜ୍ୟ ସରକାର ନିକଟରେ ଏସଇବିସିମାନଙ୍କ ପାଇଁ ଡାକ୍ତରୀ, ଇ୍ୟ୍ଜିନିୟରିଂ ଓ ବୃତ୍ତିମୂଳକ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ତାହା ଓବିସିମାନଙ୍କ ପାଇଁ ଉଦ୍ଦିଷ୍ଟ କି ନୁହେଁ ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ।
ମନ୍ତ୍ରୀ ଯଦି ଓବିସି ଏବଂ ଏସଇବିସି ମଧ୍ୟରେ କ’ଣ ତଫାତ୍ ରହିଛି ସେ ସମ୍ପର୍କରେ ସେ ଆଡଭୋକେଟ୍ ଜେନେରାଲ କିମ୍ବା ଆଇନ ସଚିବଙ୍କଠାରୁ ପରାମର୍ଶ ନେଲେ ତାହା ସେ ଜାଣିପାରନ୍ତେ। କେବଳ ଜାଣିପାରନ୍ତେ ତାହା ନୁହେଁ ଅମଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଭୁଲ ତଥ୍ୟ ବିଧାନସଭାରେ ଉପସ୍ଥାପନ କରନ୍ତେ ନାହିଁ।
AlsoRead; https://purvapaksa.com/what-politics-is-behind-the-four-day-uproar/
ଚାରି ଦିନର ହଙ୍ଗାମା ପଛରେ କେଉଁ ରାଜନୀତି? || What politics is behind the four-day uproar?

