୧୨୯ କ୍ରୀଡ଼ାବିତ୍ଙ୍କୁ ପ୍ରଦାନ କରାଗଲା ୧୭,୮୩୫୦୦ ଟଙ୍କା
ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସଫଳ କ୍ରୀଡ଼ାବିତ୍ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ୧୫ଟି କ୍ରୀଡ଼ା ବର୍ଗରେ ସର୍ବମୋଟ ୧୨୯ କ୍ରୀଡ଼ାବିତ୍ମାନଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଖୋଖୋ କ୍ରୀଡ଼ାବିତ୍ଙ୍କୁ ୩ ଲକ୍ଷ ୭୫ ହଜାର, ଊଷୁ (Wushu) କ୍ରୀଡ଼ାବିତ୍ଙ୍କୁ ୧ ଲକ୍ଷ ୯୬ ହଜାର, କରାଟେ କ୍ରୀଡ଼ାବିତ୍ଙ୍କୁ ୩ ଲକ୍ଷ ୫୮ ହଜାର ୫୦୦ ଟଙ୍କା, ପେନ୍ଚାକ ସିଲାଟ (Pencak Silat) କ୍ରୀଡ଼ାବିତ୍ଙ୍କୁ ୨ ଲକ୍ଷ ୬୦ ହଜାର ଟଙ୍କା, ପାରା-ଆଥଲେଟ୍ଙ୍କୁ ୧ ଲକ୍ଷ ୧୭ ହଜାର ଟଙ୍କା, ବେସବଲ୍ କ୍ରୀଡ଼ାବିତ୍ଙ୍କୁ ୨୪,୫୦୦ ଟଙ୍କା, ତାଏକୋଣ୍ଡୋ (Taekwondo) କ୍ରୀଡ଼ାବିତ୍ଙ୍କୁ ୯୮ ହଜାର ଟଙ୍କା, ମୁକବଧିର କ୍ରିକେଟ୍ (Deaf Cricket) କ୍ରୀଡ଼ାବିତ୍ଙ୍କୁ ୬୨ ହଜାର ୫୦୦ ଟଙ୍କା, ଜୁ-ଜିତ୍ସୁ (Ju-Jitsu) କ୍ରୀଡ଼ାବିତ୍ଙ୍କୁ ୫୩ ହଜାର ଟଙ୍କା, ହ୍ୱିଲଚେୟାର ଫେନ୍ସିଙ୍ଗ (Wheel Chair Fencing) କ୍ରୀଡାବିତ୍ଙ୍କୁ ୭୦ ହଜାର ଟଙ୍କା, ପାରା ସନ୍ତରଣ କ୍ରୀଡ଼ାବିତ୍ଙ୍କୁ ୫୩ ହଜାର ଟଙ୍କା, ଭାରୋତ୍ତୋଳନ କ୍ରୀଡ଼ାବିତଙ୍କୁ ୪୪ ହଜାର ଟଙ୍କା, ସନ୍ତରଣ କ୍ରୀଡ଼ାବିତଙ୍କୁ ୩୭,୦୦୦ ଟଙ୍କା, ପାରା-ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତଙ୍କୁ ୩୦ ହଜାର ଟଙ୍କା ଓ ଚେସ୍ ଖେଳାଳିଙ୍କୁ ୫,୦୦୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଆଜିର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତ୍ମାନଙ୍କ ସମେତ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
previous article: https://purvapaksa.com/icc-champian-trophy-in-trouble/