ଆଉ ମାତ୍ର ୨ ସପ୍ତାହ ପରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହେବ। ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ଜଣେ ଦକ୍ଷ ଓପନର ଆବଶ୍ୟକ କରୁଛି। ସେଥିପାଇଁ କେଏଲ ରାହୁଲଙ୍କୁ ଉପଯୁକ୍ତ ଅଭ୍ୟାସ ପାଇଁ ଆଗୁଆ ଅଷ୍ଟ୍ରେଲିଆ ପଠାଯାଇଛି। ସେଠାରେ ଘରୋଇ ଅଷ୍ଟ୍ରେଲିଆ ଏ’ ଦଳ ସହ ଭାରତ ଏ’ ଦଳ ଅନ୍ ଅଫିସିଆଲ ଟେଷ୍ଟ ସିରିଜ ଖେଳୁଛି। ରାହୁଲ ଭାରତ ଏ’ ଦଳରେ ସାମିଲ ହୋଇ ଦ୍ୱିତୀୟ ମ୍ୟାଚ୍ ଖେଳି ଉଭୟ ଇନିଂସରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ୪ ରନ୍ କରିଥିଲେ। ଆଜି ଦ୍ୱିତୀୟ ଇନିଂସରେ ସେ ମାତ୍ର ୧୦ ରନ କରି ଆଉଟ୍ ହୋଇଛନ୍ତି।
ବିଶାଳ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏ’ର ପ୍ରଥମ ଇନିଂସ ୧୬୧ ରନ ଜବାବରେ ଘରୋଇ ଅଷ୍ଟ୍ରେଲିଆ ଏ’ ଦଳ ପ୍ରଥମ ଇନିଂସରେ ୨୨୩ ରନ କରି ଅଲ୍ ଆଉଟ ହୋଇ ଯାଇଥିଲା। ୬୨ ରନରେ ପ୍ରଥମ ଇନିଂସ ପଛୁଆ ରହିଥିବା ଭାରତ ଏ’ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ପୁନର୍ବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ ୮୦ ରନ୍ର ଇନିଂସ ଖେଳିଥିବା ଧ୍ରୁବ ଜୁରେଲ ଦ୍ୱିତୀୟ ଇନିଂସରେ ୬୮ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟେର ତନୁଶ କେଟିଆନ ୪୪ ଓ ନିତିଶ କୁମାର ୩୮ ରନ୍ କରିଥିଲେ।୧୬୮ରନ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଏ’ ୪ଓ୍ୱିକେଟ ହରାଇ ଅାବଶ୍ୟକ ରନ୍ ସଂଗ୍ରହ କରିଥିଲା।
ସୂଚନାଯୋଗ୍ୟ, ରୋହିତ ଶର୍ମା କୌଣସି ବ୍ୟକ୍ତିଗତ କାରଣରୁ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ବୋଲି ବିସିସିଆଇକୁ ଅବଗତ କରାଇଛନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଅଭିମନ୍ୟୁ ଈଶ୍ୱରନ କିମ୍ବା ରାହୁଲଙ୍କ ମଧ୍ୟରୁ ଜଣେ ଯଶସ୍ୱୀ ଜୈସ୍ୱାଲଙ୍କ ସହ ଓପନ କରିବାର ଯାଜନା ରହିଛି। ରାହୁଲ ଓପନ କଲେ ଭାରତ ଏକାଦଶରେ ସର୍ଫରାଜ ଖାନ୍ ମଧ୍ୟ ପୂର୍ବଭଳି ବ୍ୟାଟିଂ କ୍ରମର ୬ନଂ ସ୍ଥାନ ବଜାୟ ରଖିବେ।
Previous Article: https://purvapaksa.com/odisha-face-innings-defeat-against-mumbai/
1 Comment
Pingback: ହାଇବ୍ରିଡ୍ ମଡେଲରେ ହେବ ଚାମ୍ପିଅନ୍ସ ଟ୍ରଫି