ରାଜଧାନୀରେ ପୁଣି ଏକ ନୂଆ ସହର ଗଢନା ହେବ। ସରକାର ବଡ଼ ପ୍ଲାନ କରୁଛନ୍ତି। ସାଧାରଣ ଲୋକମାନେ ଶସ୍ତାରେ ଘର ଆଉ ଜମି ପାଇବେ। ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ। ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ। ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ନିଜେ ଏହି ଟାଉନ୍ ପ୍ଲାନିଂ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସାଇଟକୁ ଯାଇ ପ୍ରୋଜେକ୍ଟକୁ ସମୀକ୍ଷା କରିଛନ୍ତି। ଏହାସହ ୪ଟି ଯାକ ଟାଉନ୍ ପ୍ଲାନିଂ ବୁଲି ଦେଖିଛନ୍ତି।
/odishatv/media/post_attachments/uploadimage/library/16_9/16_9_0/BDA_1620261812.jpg)
ଟାଉନ୍ ପ୍ଲାନିଂ -୧ରେ ସହଜପୁର, ନରୋଗଦା, ଶିଯିପୂର, ପାଇକରାପୂର, ଟାଉନ୍ ପ୍ଲାନିଂ -୨ରେ ବିଜିପୁର, ତମାଣ୍ଡୋ, ଟାଉନ୍ ପ୍ଲାନିଂ – ୩ରେ ପାଇକରାପୁର, ନୂଆଗାଁ, ଟାଉନ୍ ପ୍ଲାନିଂ -୪ରେ ଶ୍ୟାମସୁନ୍ଦରପୁର ରହିଛି । ୬୦/୪୦ ଅନୁପାତରେ ଏହି ପ୍ରୋଜେକ୍ଟ ପୁରା କରିବ ବିଡିଏ । ସମୁଦାୟ ଜମିର ୬୦ ପ୍ରତିଶତ ଜମି ମୂଳ ମାଲିକଙ୍କୁ ଫେରାଇବ ବିଡିଏ । ଅବଶିଷ୍ଟ ୪୦ ପ୍ରତିଶତ ଜମିରେ ବିଡିଏ ରାସ୍ତା, ଡ୍ରେନ୍, ସ୍ୱେରେଜ୍ ଇତ୍ୟାଦି ତିଆରି କରିବ ।
ତେବେ ମନ୍ତ୍ରୀଙ୍କ କହିବା କଥା ଯେଉଁ ଜମିକୁ ଲୋକେ ଶାଗ ମାଛ ଦରରେ ବିକ୍ରି କରୁଥିଲେ ଏବେ ସେହି ଜମି ପାଇଁ ସେମାନେ ଭଲ ମୂଲ୍ୟ ପାଇପାରିବେ । ସହର ବଢ଼ିଲେ ବସ୍ତି ସଂଖ୍ୟା କମିବ ଆଉ ଗହଳି କମିବ । ଆମେ ସହରକୁ ବଡ଼ କରିବା ସହ ପ୍ଲାନ କରି ଭାଗ ଭାଗ କରୁଛୁ, ଯାହାଫଳରେ ସଧାରଣ ଲୋକଟିଏ ଅଧିକ ସୁବିଧା ପାଇପାରିବ ।
ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଟାଉନ ପ୍ଲାନିଂ (ଟିପି) ଯୋଜନା-୮ର ଖସଡ଼ା ଯୋଜନାକୁ ମଞ୍ଜୁରୀ ଦେଇସାରିଛନ୍ତି। ଏନେଇ ଏକ ବିଧିବଧ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶ ମଧ୍ୟ ପାଇଛି। ଏହି ଯୋଜନା ଅନ୍ଧାରୁଆ ଓ ଦାସପୁର ମୌଜାରେ ୫୬୦.୮୬ ଏକର ଜମିରେ କାର୍ଯ୍ୟକାରୀ ହେବ, ଯାହାର ଦାୟିତ୍ୱ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ନେଇଛି । ଏହି ଯୋଜନାରେ ଜମି ମାଲିକମାନେ ୪୦% ଜମି ସହରୀ ଭିତ୍ତିଭୂମି ପାଇଁ ଦେବେ, ଆଉ ୬୦% ଜମି ବିକଶିତ ଟିପି ଅଞ୍ଚଳ ଭାବେ ରହିବ।
ଏହି ପ୍ରକଳ୍ପରେ ୯ ମିଟରରୁ ୬୦ ମିଟର ପର୍ଯ୍ୟନ୍ତ ଚଉଡ଼ା ରାସ୍ତା, ନାଳ, ଜଳ ଯୋଗାଣ, ଡ୍ରେନେଜ ଓ ବିଦ୍ୟୁତ ନେଟୱାର୍କ ଭଳି ସମ୍ପୂର୍ଣ୍ଣ ଭିତ୍ତିଭୂମି ବିକାଶ କରାଯିବ। ଏହା ସଂଯୋଗୀକରଣ ଓ ବାସଯୋଗ୍ୟତା ବୃଦ୍ଧି କରିବା ସହ ଜମିର ବଜାର ମୂଲ୍ୟ ବୃଦ୍ଧି କରିବ। ଏହି ଯୋଜନା ‘ସମୃଦ୍ଧ ସହର’ କାର୍ଯ୍ୟକ୍ରମର ଏକ ଅଂଶ, ଯାହା ଓଡ଼ିଶାର ସହରାଞ୍ଚଳକୁ ଯୋଜନାବଦ୍ଧ ବିସ୍ତାର ଓ ଜମି ପୁନର୍ଗଠନ ମାଧ୍ୟମରେ ଗତିଶୀଳ ବିକାଶ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏହା ୨୦୧୦ ସମଗ୍ର ବିକାଶ ଯୋଜନା (ସିଡିପି)ର ୬୫ କି.ମି. ରିଙ୍ଗ ରୋଡ ପ୍ରସ୍ତାବକୁ ମଧ୍ୟ ସମର୍ଥନ କରୁଛି।
ବିଡିଏ ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାଏକ ଅଧିକାରୀମାନଙ୍କୁ ଯୋଜନାର ଶୀଘ୍ର କାର୍ଯ୍ୟକାରୀ ଓ ନିୟମିତ ଅଗ୍ରଗତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଉଚ୍ଚମାନର ସହରୀ ଭିତ୍ତିଭୂମି ଓ ଟିକସହ ସହର ବିକାଶକୁ ସୁନିଶ୍ଚିତ କରିବ।
AlsoRead; https://purvapaksa.com/diwali-has-been-included-in-the-unesco-intangible-cultural-heritage-list/

