ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ରିଲସ୍ ଓ ଅନ୍ୟ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଇଚଇ ସୃଷ୍ଚି ନ କଲେ ବି ଟିକିଏ ହଲଚଲ ସୃଷ୍ଟିକରେ। ତାଙ୍କ କହିବା ଶୈଳୀ, ଭାଷା ଓ ଶବ୍ଦ ଚୟନ, ଅନେକଙ୍କୁ ଅସହଜ ଲାଗିପାରେ। କିନ୍ତୁ ବଲିଉଡର ରାଖୀ ସାୱନ୍ତଙ୍କ ଭଳି ମେରି ମର୍ଜିରେ ବିଶ୍ୱାସ କରୁଥିବା ସୁଲତାଙ୍କୁ କିଛି ଫରକ ପଡ଼େନି ବୋଧେ। ସାଂସଦଙ୍କ ଗୋଟିଏ ନୂଆ ଭିଡିଓ ଫେସବୁକରେ ଆସିଛି। ସେଥିରେ ସେ ବିଷ୍ଣୁ ଶର୍ମା କୃତ ପଞ୍ଚତନ୍ତ୍ରର ଷଣ୍ଢ-ଶୃଗାଳ ଗଳ୍ପର ଉଲ୍ଲେଖ କରି ବିସ୍କୁଟ ମିଡିଆକୁ ଛିଗୁଲାଇଛନ୍ତି। କିନ୍ତୁ କହିବା ଶୈଳୀ ଓ ଭାଷା ଜଣେ ରାଜନେତାଙ୍କର ବୋଲି ଲାଗୁନାହିଁ।
ଶୁକ୍ରାଣୁ-ଡିମ୍ବାଣୁରୁ ଶୃଗାଳ
ମାଡମ କିଛି ଦିନ ତଳେ ଶୁକ୍ରାଣୁ-ଡିମ୍ବାଣୁ ବିଶେଷଜ୍ଞା ସାଜି ବିଜେପିର ଜଣେ ସାଂସଦଙ୍କ ପିଲାପିଲି ନହେବାକୁ ପ୍ରଶ୍ନ କରିଥିଲେ। ୨୪ ବର୍ଷର ଶାସନ କାଳରେ ରାଜ୍ୟରେ ଦାଦନ ସମସ୍ୟା ଭଳି ପ୍ରସଙ୍ଗର ସମାଧାନ ତାଙ୍କ ଦଳ କରିପାରିନି। ଓଡ଼ିଆ ଏବେ ବି ସୁରଟ କି ଚେନ୍ନାଇକୁ ଦାଦନ ସିଜନ ଆସିଲେ ଦୌଡ଼ୁଛନ୍ତି। କିନ୍ତୁ ସାଂସଦଙ୍କ ପାଇଁ ଆଉ ଜଣେ ସାଂସଦଙ୍କ ଶୁକ୍ରାଣୁ ଡିମ୍ବାଣୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥିଲା। ତେଣୁ ସେ ଗୋଟିଏ ଭିଡିଓ ବନାଇ ଦେଇ ପୋଷ୍ଟ କରିଦେଲେ। ଭାବିଲେ ନାହିଁ ଯେ, ତାଙ୍କ ଶବ୍ଦ ଓ ଶୈଳୀ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଜୋରଜବରଦସ୍ତିଆ ଯନ୍ତ୍ରଣାଠାରୁ କିଛି କମ ନ ଥିଲା।
ଏବେ ମାନ୍ୟବର ସାଂସଦ ଷଣ୍ଢ-ଶୃଗାଳ ଉପାଖ୍ୟାନ ସହ ପୁଣି ଫେରିଛନ୍ତି। ତାଙ୍କ ପ୍ରିୟ ଟପିକ୍ ବିସ୍କୁଟ ମିଡିଆ ଉପରେ ଦାଉ ସାଧିବାକୁ। ଷଣ୍ଢର ଦୋଳାୟମାନ ମାଂସ ପିଣ୍ଡୁଳା ଖାଇବା ପାଇଁ ଶୃଗାଳ ଦୌଡ଼ି ଦୌଡି ଶେଷରେ ଭୋକ ଉପାସରେ ମରିଗଲା ବୋଲି ସାଂସଦ କହିଛନ୍ତି। ତାଙ୍କ କହିବା କଥା ହେଉଛି, ବିସ୍କୁଟ ମିଡିଆ ହେଉଛି ଶୃଗାଳ ଯିଏ ବିଜେଡି ଭଳି ଷଣ୍ଢ ପଛରେ ଦୋଳାୟମାନ ମାଂସ ପିଣ୍ଡଳା ଖାଇବାକୁ ଗୋଡ଼ାଉଛି। ଆଉ ଶୃଗାଳ ଭଳି ଭୋକ ଉପାସରେ ମରିବ। କିନ୍ତୁ କଥା ହେଲା,ଜଣେ ରାଜ୍ୟସଭା ସାଂସଦଙ୍କ ଗଣମାଧ୍ୟମ ପ୍ରତି ଏଭଳି ଶବ୍ଦ ପ୍ରୟୋଗ କେତେଦୁର ଠିକ? ଏହା ସହ ସେ ଯେଉଁ କାହାଣୀକୁ ଯେଉଁ ଶୈଳୀରେ କହିଛନ୍ତି ତାହା ମଧ୍ୟ ଶାଳିନତା ଭିତରେ ଯାଉନାହିଁ।
ମାଡ଼ାମଙ୍କ ଇତିହାସ ଜ୍ଞାନ କମ
ମାଡ଼ାମ ଭିଡ଼ିଓରେ କହୁଛନ୍ତି ଯେ, ପଞ୍ଚତନ୍ତ୍ର ଉପରେ ଅଧାରତି ହଲିଉଡ୍ ଫିଲ୍ ଅଛି। ସିଏ କହୁଛନ୍ତି ଅନେକ ହଲିଉଡ୍ କାର୍ଟୁନ ଫିଲ୍ମ ପଞ୍ଚତନ୍ତ୍ର କାହାଣୀକୁ ଆଧାର କରି ତିଆରି ହୋଇଛି। କିନ୍ତୁ ଗୁଗଲ ବାବା କହୁଛନ୍ତି ଗୋଟିଏ ବି ହଲିଉଡ୍ ଫିଲ୍ମ ପଞ୍ଚତନ୍ତ୍ର କାହାଣୀ ଆଧାରରେ ତିଆରି ହୋଇନି।
ଡିରେକ୍ଟର ବଦଳାନ୍ତୁ
ଆମେ ଶୁଣୁଛୁ ଯେ,ମାଡ଼ାମଙ୍କ ଏଭଳି ଉତ୍କଟ ଭିଡିଓ ସବୁକୁ ପରଦା ପଛରେ ରହି ଜଣେ ବ୍ୟକ୍ତି ଡିରେକ୍ଟ କରନ୍ତି। ସେହି ବ୍ୟକ୍ତି ଏକଦା-ସେହି ସାଂସଦ, ଯାହାଙ୍କ ଶୁକ୍ରାଣୁ ଡିମ୍ବାଣୁ କଥା ସୁଲତା ଚର୍ଚ୍ଚା କରିଥିଲେ, ତାଙ୍କରି ପତ୍ନୀଙ୍କ ଚ୍ୟାନେଲରେ କାମ କରୁଥିଲେ। ସେଠାରୁ ତଡ଼ା ଖାଇବା ପରେ ସେହି ବ୍ୟକ୍ତି ଜଣକ ଗୋଟିଏ ଦଳରେ ଯୋଗ ଦେଇଥିଲେ। ଏବେ କିଛି ଦିନ ହେବ ସେ ସୁଲତା ମ୍ୟାଡ଼ାମଙ୍କ ଭିଡିଓର କାହାଣୀ, କନସେପ୍ଟ ଓ ଡିରେକ୍ସନ ଦେଉଥିବା କୁହାଯାଉଛି। ଯଦି ସତ,ତେବେ ମ୍ୟାଡ଼ାମଙ୍କୁ ତୁରନ୍ତ ଜଣେ ନୂଆ ନିର୍ଦ୍ଦେଶକ ଖୋଜିବାର ଆବଶ୍ୟକତା ରହିଛି।
Public anger swept away established politics. II ଜନଆକ୍ରୋଶର ସୁନାମୀ: ନେପାଳରେ କିଏ ନିଆଁ ଲଗାଇଲା?


