ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ବିଭିନ୍ନ ଦଳର ବୟାନବାଜି ଚାଲିଥିବା ବେଳେ ତନାଘନା ଚାଲିଛି ତଦନ୍ତ। ପୂର୍ବରୁ ବିଭାଗର ମୁଖ୍ୟ ତଥା ଏଚଓଡ଼ି ଗିରିଫ ହୋଇଥିବା ବେଳେ। ଆଜି ମାମଲାରେ ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି। ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବ ଖୁଣ୍ଟା ପୁଲିସ । ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏହି ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏଫଏମ କଲେଜ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଫିରୋଜ ପାଢ଼ୀ ନୂଆ ଅଧ୍ୟକ୍ଷ ହୋଇଛନ୍ତି।
ତେବେ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକଶ କରିବା ସହ କହିଛନ୍ତି, ଏହା ଏକ ଦୁର୍ଘଟଣା, ଏହିଭଳି ଘଟଣାକୁ ଯେତେ ନିନ୍ଦା କଲେ ବି କମ ପଡିବ। ରାଜ୍ୟ ସରକାର ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ତାହାକୁ ଦୃଢ଼ ସମର୍ଥନ କରୁଛି। ହେଲେ ଏବେ ରାଜନୀତି କରିବାର ସମୟ ନୁହେଁ। ଏଣୁ ମୁଁ ରାଜନୀତିକ ବୟାନବାଜୀ ସମ୍ପର୍କରେ ସେ କିଛି କହିବାକୁ ଚାହୁଁ ନାହିଁ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ସମ୍ପର୍କ ପିତା-ପୁତ୍ର ଭଳି। କିନ୍ତୁ ବର୍ତ୍ତମାନ ତାହାର ଅବକ୍ଷୟ ହୋଇଛି। ଏହା ଉଦବେଗଜନକ, ଏ ବିଷୟରେ ମୋର ବି ଦାୟିତ୍ୱ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ସମ୍ପର୍କ ଯେଉଁଭଳିଭାବେ ଅବନତୀ ହୋଇଛି ସେ ପରିସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି। ଏବେ ଆବଶ୍ୟକତା ହେଉଛି ଅତ୍ୟାଧୁନିକ ସର୍ବାତ୍ତମ ଚିକିତ୍ସା ପୀଡ଼ିତାଙ୍କୁ ଯୋଗାଇଦେବା। ଏଥିପାଇଁ ଏମ୍ସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଛାତ୍ରୀଙ୍କ ସୁସ୍ଥତା ସେ କାମନା କରିଛନ୍ତି। ରାଜ୍ୟ ନେତୃତ୍ୱ ଏବଂ ମୁଁ ଏଭଳି ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତିର ସମ୍ମୁଖୀନ କରିବୁ । ଆମେ ସମସ୍ତେ ଏକାଠି ହୋଇଛୁ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। ଏହାକୁ ଲୁଚାଇବାର ନାହିଁ କି କାହାକୁ ଛାଡ଼ିବାର ନାହିଁ। ଦୁର୍ଘଟଣା ହୋଇଛି। ଏହାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ ଶବ୍ଦ କମ୍ ପଡ଼ିବ। ମୁଁ ନିଜକୁ ଏହି ଦାୟିତ୍ୱରେ ସଂଶ୍ଳିଷ୍ଟ କରୁଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ। ଆଜି ଅନେକଗୁଡ଼ିଏ ଶିକ୍ଷାନୁଷ୍ଠାରେ ପୁରୁଣା ରହିଥିବା କଥାଗୁଡ଼ିକ ବାହାରକୁ ଆସିଲାଣି। ଏହା ଆମ ପାଇଁ ଉଦବେଗର ବିଷୟ। ଏ ବିଷୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର କାହାକୁ ଛାଡ଼ିବେନି। ସେଥିପ୍ରତି ମୋର ପୂର୍ଣ୍ଣ ଭରସା ରହିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
ଅନ୍ୟପଟେ ବାଲେଶ୍ୱର ଛାତ୍ରୀ ନିର୍ଯାତନା ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏହି ଘଟଣାରେ ସେ ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଆଶଙ୍କା କରିଛନ୍ତି। ଏଣୁ ଘଟଣାର ସିବିଆଇ ବା ବିଚାରବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଏନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିବା ଶ୍ରୀ ଜେନା କହିଛନ୍ତି। ଆତ୍ମହୁତି ପୂର୍ବରୁ ପୀଡ଼ିତା ଛାତ୍ରୀ ଯଥାସମ୍ଭବ ଆଇନ ଅନୁସାରେ ସରକାରୀ ବ୍ୟବସ୍ଥାର ବିଭିନ୍ନ ଦ୍ୱାରରେ ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ନା ଜିଲ୍ଲା ପ୍ରାସନ ନା ବିଭାଗୀୟ ମନ୍ତ୍ରୀ ନାଁ ବିଧାୟକ ଅଥବା ସାଂସଦ କେହି ତାହାକୁ ଧ୍ୟାନ ଦେଇ ନଥିଲେ। ଏପରିକି କଂଲେଜର ଆଭ୍ୟନ୍ତରୀଣ କମିଟି ଏହାକୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗୁରୁତ୍ୱ ଦେଇଥିଲା। ଏହା ଛାତ୍ରୀଜଣଙ୍କ ସ୍ୱାଭିମାନକୁ ଆଘାତ ଦେଇଥିଲେ। ଯଦ୍ୱାରା ସେ ଅନ୍ୟୋପାୟ ନପାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି କରିଛନ୍ତି।
ନିଜ ଜ୍ଞାତସାରରେ ଥାଇ ମଧ୍ୟ ଏହି ଅଧିକାରୀ ଓ ନେତାମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସେମାନଙ୍କ ସମ୍ପୃକ୍ତି କେଉଁଠି ନା କେଉଁଠି ରହିଛି ବୋଲି ଆଶଙ୍କା କରିଛନ୍ତି ଶ୍ରୀ ଜେନା। ବିଚାର ବିଭାଗୀୟ ତଦନ୍ତ ହେଲେ ତାହା ନିରପେକ୍ଷ ରହିବ ଏବଂ ଏହି ସମ୍ପୃକ୍ତି ପଦାକୁ ଆସିବ ବୋଲି ସେ କହିଛନ୍ତି। ଏବେ ସମ୍ପୃକ୍ତ ଛାତ୍ରୀ ଏମ୍ସ ହସ୍ପିାଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଶରୀରର ୯୪ ପ୍ରତିଶତ ଜଳିଯାଇଥିବା କୁହାଯାଇଛି। ଏବେ ଦିଲ୍ଲୀ ଏମ୍ସର ବିଶେଷଜ୍ଞଙ୍କ ପରାମର୍ଶରେ ଭୁବନେଶ୍ୱର ଏମ୍ସ ଡାକ୍ତରମାନେ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ଆସନ୍ତା ୭୨ ଘଟଣ୍ଟା ପୀଡ଼ିତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏବେ ଘଟଣାରେ ରଜ୍ୟପାଳ ମଧ୍ୟ ମୁଣ୍ଡ ପୁରେଇବା ସହ ରିପୋର୍ଟ ତଲବ କରିଛନ୍ତି । ଏଫଏମ କଲେଜ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ହୋଇଛନ୍ତି ରାଜ୍ୟପାଳ । ଘଟଣାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମାଗିଛନ୍ତି ବିସ୍ତୃତ ସୂଚନା । ସୋସିଆଲ ମିଡିଆରେ ଏନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି।
Also read https://purvapaksa.com/shubhanshu-shukla-is-ready-to-come-down-to-earth/
