ତିବ୍ଦତୀୟ ବୌଦ୍ଧ ଧର୍ମରେ ଦଲାଇ ଲାମା ଓ ପଞ୍ଚେନ ଲାମା ସବୁଠାରୁ ଉଚ୍ଚ ଧାର୍ମିକ ପଦରେ ରହିଛନ୍ତି । ଦଲାଇ ଲାମାଙ୍କୁ ବୌଦ୍ଧ ଜଗତର ସର୍ବୋଚ୍ଚ ଗୁରୁ ଭାବେ ଗ୍ରହଣ କରାଯାଇଥାଏ । ସେହିପରି ପଞ୍ଚେନ ଲାମାଙ୍କୁ ଧାର୍ମିକ ଗୁରୁ ଓ ଉତ୍ତରାଧିକାରୀ ଚୟନ କରିବାର ଅଧିକାର ପ୍ରାପ୍ତ ହୋଇଛି । ୧୯୯୫ରେ ତିବ୍ବତ ଓ ଚୀନ ମଧ୍ୟରେ ପଞ୍ଚେନ ଲାମାଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଥିଲା ବିବାଦ, ଯାହା କି ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଜଣେ ପଞ୍ଚେନ ଲାମାଙ୍କୁ ପରିବାର ସହ ଚୀନ ଗାୟବ କରିଦେଇଥିଲା । ୩୦ ବର୍ଷ ପରେ ତାଙ୍କର କୌଣସି ଖୋଜ ଖବର ନାହିଁ ।
କିଏ ଏହି ପଞ୍ଚେନ ଲାମା ?
ତିବ୍ବତୀୟ ବୌଦ୍ଧ ପରମ୍ପରାରେ ପଞ୍ଚେନ ଲାମାଙ୍କୁ ଦଲାଇ ଲାମାଙ୍କ ପୁନର୍ଜନ୍ମ ଭାବେ ବିବେଚନା କରାଯାଇଥାଏ । ପଞ୍ଚେନ ଲାମା ହେଉଛନ୍ତି ତିବ୍ବତୀୟ ବୌଦ୍ଧ ଧର୍ମର ଜଣେ ପ୍ରମୁଖ ଧାର୍ମିକ ନେତା । ଦଲାଇ ଲାମାଙ୍କ ପରେ ପଞ୍ଚେନ ଲାମାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ଲାମା ଭାବେ ଗ୍ରହଣ କରାଯାଇଥାଏ । ସପ୍ତଦଶ ଶତାବ୍ଦୀରେ ଚତୁର୍ଥ ପଞ୍ଚେନ ଲାମାଙ୍କ ସମୟରେ ପଞ୍ଚେନ ଲାମା ପଦ ପ୍ରସିଦ୍ଧି ଲାଭ କରିଥିଲା । ଦଲାଇ ଲାମା ଓ ପଞ୍ଚେନ ଲାମା ପରସ୍ପରଙ୍କର ଗୁରୁ-ଶିଷ୍ୟ ଅଟନ୍ତି । ତିବ୍ବତୀୟ ଧର୍ମ ଓ ଆଧ୍ୟାତ୍ମିକ ଓ ରାଜନୈତିକ ଭାବେ ପଞ୍ଚେନ ଲାମା ପଦ ଖୁବ୍ ଗୁରୁତ୍ବପୂର୍ଣ୍ଣ । ମାତ୍ର ବର୍ତ୍ତମାନ ଏହା ଚୀନ-ତିବ୍ବତ ସଂଘର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି । ବାସ୍ତବରେ, ଉଭୟ ପଦର ଅସ୍ତିତ୍ବ ପରସ୍ପର ସହ ଜଡ଼ିତ ରହିଛି । ପଞ୍ଚେନ ଲାମାଙ୍କୁ ’ପଣ୍ଡିତ ବୌଦ୍ଧ ଗୁରୁ’ କୁହାଯାଇଥାଏ ।
୧୯୯୫ରେ ପଞ୍ଚେନ ଲାମାଙ୍କୁ ନେଇ କ’ଣ ବିବାଦ ହୋଇଥିଲା?
୧୯୯୫ରେ ୬ ବର୍ଷୀୟ ତିବ୍ବତୀୟ ବାଳକ ଗେନ୍ଦୁନ ଚୋଏକି ନ୍ୟିମାଙ୍କୁ ୧୧ତମ ପଞ୍ଚେନ ଲାମା ଭାବେ ମାନ୍ୟତା ମିଳିଥିଲା । ୧୪ତମ ଦଲାଇ ମାମା (ତେନଜିନ ଗ୍ୟାତସୋ) ଏହି ମାନ୍ୟତା ଦେଇଥିଲେ । ୧୯୮୯ ମସିହା ଏପ୍ରିଲ ୨୫ରେ ଗେନ୍ଦୁନ ଚୋଏକିଙ୍କ ଜନ୍ମ ହୋଇଲା । ସେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏହି ମାନ୍ୟତା ମିଳିବା ପରେ ଚୀନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ୧୯୯୫ ମସିହା ମେ ୧୭ରେ ଗେନ୍ଦୁନ ଓ ତାଙ୍କର ପିତାମାତାଙ୍କୁ ଅପହରଣ କରିନେଇଥିଲା । ଫଳରେ ଗେନ୍ଦୁନଙ୍କୁ ’ବିଶ୍ବର ସର୍ବକନିଷ୍ଠ ରାଜନୈତିକ ବନ୍ଦୀ’ କୁହାଯାଇଥିଲା।
କେମିତି ନିଖୋଜ ହେଲେ ପଞ୍ଚେନ
ଦଲାଇ ଲାମାଙ୍କ ଦ୍ବାରା ମାନ୍ୟତା ମିଳିବା ପରେ ୩୦ ବର୍ଷ ହେଲା ପଞ୍ଚେନ ଲାମାଙ୍କ କୌଣସି ଖୋଜ ଖବର ନାହିଁ । ତାଙ୍କର କୌଣସି ଫଟୋ ମଧ୍ୟ ଜାରି କରାଯାଇନାହିଁ । ପଞ୍ଚେନ ଲାମାଙ୍କୁ ସାର୍ବଜନିକ ସ୍ଥାନରେ କେହି କେବେ ଦେଖି ନାହାନ୍ତି । ସେ ବେଜିଂ ନିକଟରେ ଏକ ’ସୁରକ୍ଷିତ ସ୍ଥାନ’ରେ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି କୁହାଯାଏ । ସେ ଅଣ-ଧାର୍ମିକ ଜୀବନ ବିତାଇବାର ବିକଳ୍ପ ବାଛିଥିବା ୨୦୦୭ ଓ ୨୦୧୦ରେ କିଛି ରିପୋର୍ଟେ କୁହାଯାଇଥିଲା । ଗେନ୍ଦୁନଙ୍କ ନିଖୋଜ ନେଇ ମିଳିତ ଜାତିସଂଘ, ଆମେରିକା ଓ ୟୁରୋପୀୟ ଲଗାତର ତଥ୍ୟ ମାଗିଛନ୍ତି । ମାତ୍ର ଚୀନ ଏହାର କୌଣସି ସଠିକ ଜବାବ ଦେଇନାହିଁ । ପଞ୍ଚେନ ଲାମା ସୁରକ୍ଷିତ ଅଛନ୍ତି ବୋଲି ୨୦୨୦ରେ ଚୀନ ଜାତିସଂଘରେ କହିଥିଲା । ପଞ୍ଚେନ ଲାମାଙ୍କୁ ନେଇ ତଥ୍ୟ ଦେବାକୁ ଚୀନ ମନା କରିଦେଇଥିଲା ।
କଣ କାହିଛନ୍ତି ଦଲାଇ ଲାମା
ଦଲାଇ ଲାମା ଆଜି ବି ଗେନ୍ଦୁନଙ୍କୁ ୧୧ତମ ପଞ୍ଚେନ ଲାମା ଭାବେ ଗ୍ରହଣ କରିଥାନ୍ତି । ସେ ଗେନ୍ଦୁନଙ୍କୁ ସାକ୍ଷାତ କରିଛନ୍ତି ବୋଲି କେବେ ବି ଦଲାଇ ଲାମା କହିନାହାନ୍ତି । ପଞ୍ଚେନ ଲାମା ଯେଉଁଠି ବି ଅଛନ୍ତି, ସୁରକ୍ଷିତ ଅଛନ୍ତି ଓ ଖୁବଶୀଘ୍ର ଦୁନିଆ ତାଙ୍କୁ ଦେଖିବ ବୋଲି ଅନେକ ଥର ଦଲାଇ ଲାମା କହିଛନ୍ତି । ୧୯୯୫ ମସିହା ନଭେମ୍ବର ୨୯ରେ ଚୀନ ଗ୍ୟାଲତ୍ସେନ ନୋରବ ନାମକ ବାଳକଙ୍କୁ ପଞ୍ଚେନ ଲାମା ଭାବେ ଘୋଷିତ କରିଥିଲା । ’ଗୋଲ୍ଡନ ଅର୍ନ’ ନାମକ ପୁରୁଣା କିଙ୍ଗ ରାଜବଂଶର ପ୍ରକ୍ରିୟା ଅନୁସାରେ ଚୀନ ଏହି ଚୟନ କରିଥିଲା । ଚୟନ ସମୟରେ ନୋରବୁଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା । ବର୍ତ୍ତମାନ ସେ ବେଜିଂରେ ଚୀନ କମ୍ୟୁନିଷ୍ଟ ପାର୍ଟିର ଦେଖାଶୁଣା କରୁଛନ୍ତି ।
ଚୀନ ସରକାରଙ୍କ ଦ୍ବାରା ଘୋଷିତ ଏହି ପଞ୍ଚେନ ଲାମା ଚୀନର ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଚୀନ ଦ୍ବାରା ଘୋଷିତ ଏହି ପଞ୍ଚେନ ଲାମା ଆଜି ଭିଆଇପି ସୁବିଧା ପାଇବା ସହ ମଉଜ ମସ୍ତିରେ ଜୀବନ ବିତାଉଛନ୍ତି । ତାଙ୍କୁ ସରକାରୀ ସୁରକ୍ଷା ମିଳିବା ସହ ଆଲୀଶାନ ସରକାରୀ ବାସଭବନ ମିଳିଛି । ପଞ୍ଚେନ ଲାମାଙ୍କ ମାଧ୍ୟମରେ ଚୀନ ତିବ୍ବତୀୟ ବୌଦ୍ଧ ଧର୍ମକୁ କବଜା କରିବାକୁ ଚାହୁଁଛି । ଭବିଷ୍ୟତରେ ଧାର୍ମିକ କ୍ଷମତା ଅକ୍ତିକାର କରିବା ପ୍ରୟାସରେ ରହିଛି ଚୀନ ।
Also Read https://purvapaksa.com/agriculture-farmers-and-babu-culture-in-odisha/
Agriculture, farmers and Babu culture in Odisha ।। ଓଡ଼ିଶାରେ ଚାଷ, ଚାଷୀ ଓ ବାବୁ ସଂସ୍କୃତି
