ମଣିପୁରରେ ଯଦିଓ ହିଂସା କମିନାହିଁ ତଥାପି ଏବେ ସେଠାରେ ରାଜନୀତିକ କାର୍ଯ୍ୟକଳାପ ଆରମ୍ଭ ହୋଇ ଯାଇଥିବା ନିଶ୍ଚିତ ଭାବରେ ଭଲ ଖବର। ଦୁଇ ଦିନ ତଳେ ଚାରିଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସେଠାରେ ଅବସ୍ଥା ବିଗିଡ଼ିଛି। ମଣିପୁର ସର୍ବବୃହତ୍ ତଥା ଭୟାବହ ସାମ୍ପ୍ରଦାୟିକ ସଂଘର୍ଷର ଶିକାର ହୋଇ ଆସିଛି ଯେଉଁଥରେ ୨୫୦ରୁ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇବା ସହିତ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ତଥାପି ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ପଦ୍ମ ଘୁଞ୍ଚି ଘୁଞ୍ଚ ଯିବା ଭଳି ଅବସ୍ଥାରେ ଏଯାବତ୍ ରହିଛି। ଏଭଳି ଏକ ପ୍ରେକ୍ଷାପଟରେ ବିଜେପି ବିଧାୟକମାନଙ୍କର ଏକ ବର୍ଗ ରାଜ୍ୟରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଏହାଦ୍ୱାରା ସେମାନେ ରାଜ୍ୟରେ ଗତ ଫେବ୍ରୁଆରୀ ମାସଠାରୁ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନର ଅନ୍ତ ଘଟାଇ ଏକ ‘ଲୋକପ୍ରିୟ’ ସରକାର ପ୍ରତିଷ୍ଠା କରିବାକୁ କହିଛନ୍ତି।
ତେବେ ଏହା କ୍ଵଚିତ୍ ଏକ ଭରସା ସୃଷ୍ଟି କରିବା ଭଳି କଥା, କାରଣ ସେମାନଙ୍କ କଥାରେ ପରିସ୍ଥିତିର ଗମ୍ଭୀରତାକୁ ସମାଧାନ କରିବା ନିମନ୍ତେ କୌଣସି ଉଦ୍ୟମର ଝଲକ ନାହିଁ। ରାଜ୍ୟକୁ ପଙ୍ଗୁ କରି ଦେଇଥିବା ସମସ୍ୟା ସମୂହର ସମାଧାନର କିଛି ପନ୍ଥା ବାହାରିବା ଦରକାର। ବିରୋଧାଭାସର କଥା ହେଉଛି, କେନ୍ଦ୍ର ସରକାର ଏବଂ ତାଙ୍କର ବିଶାଳ ଶସନ କଳର ଏହି ରଜ୍ୟର ଅଧିବାସୀ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଉପରେ କିଛି ଧାରଣା ଥିବା ମନେ ହେଉନାହିଁ।
ମଣିପୁରର ଗୋଟିଏ ବର୍ଗର ଲୋକମାନେ ବର୍ତ୍ତମାନ ଆଇନ ଅମାନ୍ୟ ଆନ୍ଦୋଳନରେ ମାତିଛନ୍ତି। ସେମାନେ ଏକ ସରକାରୀ ବସର ଲକ୍ଷ୍ୟସ୍ଥଳୀ ବୋର୍ଡରୁ ‘ମଣିପୁର’ ଶବ୍ଦ ହଟାଇବାକୁ ନେଇ ଏକ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଆଦେଶ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି। ଏକ ମୈତେଇ ସଂଗଠନ ମଣିପୁର ଏକତା ସମନ୍ୱୟ କମିଟି (କୋକୋମି)ର ଗୋଟିଏ ବିଦ୍ୟାର୍ଥୀମାନଙ୍କ ଶାଖାଦ୍ଵାରା ଅନୁପ୍ରେରିତ ହୋଇ ବିକ୍ଷୋଭକାରୀମାନେ ଅର୍ଦ୍ଧସାମରିକ ବାହିନୀର ବରିଷ୍ଠ ସ୍ତରର ଅଧିକାରୀମାନଙ୍କଠାରୁ ମଣିପୁରର ଲୋକମାନେ ପାଉଥିବା ଅସମ୍ବେଦନଶୀଳ ବ୍ୟବହାର ବିରୁଦ୍ଧରେ ପ୍ରତିବାଦ କରିବା ସହିତ ସେମାନଙ୍କର ବରଖାସ୍ତ ଦାବି କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ନିକଟରେ ବିଜେପିର ୧୦ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ପଛରେ ଏନଡିଏର ୪୪ ବିଧାୟକଙ୍କ ସମର୍ଥନ ରହିଥିବା ଏବଂ ଲୋକମାନେ ସେମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସରକାରକୁ ଗହୁଁଥିବା ଅବଗତ କରାଇଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ଦ୍ଵାରା ଗଠିତ ସରକାର ଯଦି ଲୋକମାନଙ୍କ ଆଶା ପୂରଣ କରିବାରେ ବିଫଳ ହୁଅନ୍ତି, ତା’ହେଲେ ରାଜ୍ୟରେ ପୁଣିଥରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ। ସଂଯୋଗବଶତଃ, ମଣିପୁର ବିଧାନସଭା ସମ୍ପ୍ରତି ନିଲମ୍ବିତ ଅବସ୍ଥାରେ ରହିଛି ଏବଂ ରାଷ୍ଟ୍ରପତି ଶାସନର ଚଳିତ ଅବଧି ପୂର୍ଣ ହେବା ପୂର୍ବରୁ ଏହାର ପୁନରୁଦ୍ଧାର କରାଯାଇପାରେ।
ବିଧାୟକମାନଙ୍କର ଏହି ଦାବି ଏପ୍ରିଲ ମାସରେ ୨୧ ଜଣ ଏନଡିଏ ବିଧାୟକଙ୍କ ଦ୍ଵାରା ଏକ ମିଳିତ ପତ୍ର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ହୋଇଛି, ଯେଉଁଥରେ ସମାନ ଧରଣର ଦାବି କରାଯାଇଥିଲା। ମଣିପୁରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଅଧୀନରେ ରଖାଯାଇନପାରେ। ରାଜ୍ୟର ନିର୍ବାଚିତ ସରକାରଙ୍କ ପୁନରୁଦ୍ଧାର କରାଯିବାର ଅବଶ୍ୟ ଆବଶ୍ୟକତା ରହିଛି; ଏହା ଲୋକମାନଙ୍କ ଇଚ୍ଛାର ପ୍ରତିଫଳନ।
ତେବେ ଏକ ‘ଲୋକପ୍ରିୟ’ ସରକାର ମଣିପୁର ସମାଜର ପ୍ରତି ବର୍ଗର ଲୋକଙ୍କର ପ୍ରତିନିଧି ହେବା ଉଚିତ ଯେଉଁମାନେ କି ସମ୍ପ୍ରଦାୟିକ ତ୍ରୁଟିରେଖା ଆଧାରରେ ପରସ୍ପର ସହିତ ସଂଘର୍ଷ କରୁଛନ୍ତି। ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ଯେ ବିଧାନସଭାରେ କୁକି-କୋ ସମ୍ପ୍ରଦାୟର ନିର୍ବାଚିତ ପ୍ରତିନିଧି ଏମିତିକି ଯେଉଁମାନେ ବିଜେପି ତରଫରୁ ମଧ୍ୟ ନିର୍ବାଚିତ ହୋଇଛନ୍ତି, ସେମାନଙ୍କର ସଦ୍ୟତମ ପଦକ୍ଷେପରେ ଅନୁପସ୍ଥିତିକୁ ନେଇ ସନ୍ଦେହ ଉପୁଜୁଛି। ତେଣୁ ମଣିପୁରରେ ଏକ ସରକାର ପ୍ରତିଷ୍ଠା କରାଯାଇ ରାଜନୀତିକ ଥଇଥାନ ସମ୍ପର୍କରେ ବିଚାର କରାଯିବା ପୂର୍ବରୁ ତୃଣମୂଳ ସ୍ତରରେ ସଂକଟର ଏକ ସମାଧାନ କରାଯିବାର ଆବଶ୍ୟକତାକୁ ଉପସ୍ଥାପନ କରୁଛି।
ମଣିପୁରରେ ବିବିଧତାବାଦୀ ମନୋଭାବ ନେଇ ସାମ୍ପ୍ରଦାୟିକ ମନୋଭାବକୁ ସମାଧାନ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ଦଳ ସହିତ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କର ସଫଳ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ତେଣୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଏହି ପରାମର୍ଶ ପ୍ରତି କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲେ। ଏସବୁ ବାଦ୍ ମଣିପୁରର କୌଶଳପୂର୍ଣ୍ଣ ଅବସ୍ଥିତି ଏଭଳି ପରୀକ୍ଷଣ ପ୍ରତି ମଧ୍ୟ ଅତିରିକ୍ତ ଆହ୍ୱାନମାନ ବହନ କରି ଆଣିଥାଏ।
ପଡ଼ୋଶୀ ମିଆଁମାରର ଶାସନ ଅବସ୍ଥା ସାମ୍ପ୍ରତିକ ସମୟରେ ଅତି ଖରାପ ସ୍ତର ଦେଇ ଗତି କରୁଛି; ଏହି ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ। ଏସବୁ ପରିପ୍ରେକ୍ଷୀରେ ପୁଣିଥରେ ହିଂସାର ଉଦ୍ଗମ ପୂର୍ବରୁ ଏହି ସମସ୍ୟା ପ୍ରପୀଡ଼ିତ ରାଜ୍ୟରେ ଏକ ବଳିଷ୍ଠ ସରକାର ଶାସନ କରିବାର ଅବଶ୍ୟକତା ରହିଛି। ବିଜେପି ସରକାର ମଣିପୁରକୁ କେଉଁଭଳି ଭାବରେ ପରିଗଳନା କରୁଛନ୍ତି, ତା’ ଉପରେ ନିର୍ଭର କରିବାକୁ ଯାଉଛି ଅନେକ କିଛି।
ବର୍ତ୍ତମାନ ସମୟରେ ଏହି ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଯାହା ଆବଶ୍ୟକ, ତାହା ହେଉଛି ରାଜ୍ୟବାସୀଙ୍କ ସହିତ କେନ୍ଦ୍ର ସରକାରଙ୍କର ଅନ୍ତରଙ୍ଗ ସବିଶଦ ଆଲୋଚନା। ଏକ ଲୋକପ୍ରିୟ ସରକାର ପ୍ରତିଷ୍ଠା କରିବା ଭଳି ଅସ୍ଥାୟୀ ପ୍ରସ୍ତାବଗୁଡ଼ିକୁ ଏଡ଼ାଇ ଯିବା ବରଂ ଶ୍ରେୟସ୍କର। ମଣିପୁରରେ ରାଜ୍ୟପାଳ ଆରମ୍ଭ କରିଥିବା ପଦକ୍ଷେପକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଧିକ ବଳିଷ୍ଠ କରାଯିବା ସହିତ ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ କରାଯିବା ଉଚିତ।
Also read https://purvapaksa.com/dharakote-and-puri-incidents-report-by-human-rights-commission/
