ବିଜେପି ଆଗାମୀ ଦିନରେ କଦଳୀ ଗଛ ଭଳି ଅବସ୍ଥା ହୋଇପାରେ ସବୁଠି ଏବେ ଚର୍ଚ୍ଚା ଜୋର ଧରିଲାଣି । ନିଜ ନିଜ ଭିତରେ ଗୋଡଟଣା ଗୁଣ ପାଇଁ ଏମାନେ ଆଉ ଥରେ ସରକାରକୁ ଆସି ପାରିବେ କି ତାହା ସନ୍ଦେହ ସୃଷ୍ଟି କଲାଣି । ତୃଣମୁଳ ସ୍ତରରେ ବି କର୍ମ୍ମୀଙ୍କ ମନବଳ ଧିରେ ଧିରେ ଭାଙ୍ଗିବାକୁ ଲାଗିଲାଣି । କାରଣ ଏବେ ବିଜେପିର ସର୍ବେସର୍ବା ବୁଲାଉଥିବା ଧର୍ମେନ୍ଦ୍ରଙ୍କ ନଜର କାଳେ ମୁଖ୍ୟମନ୍ତ୍ରୀଙ୍କ ଆସନ ଉପରେ ରହିଛି । ତେଣୁ ସେ ଏବେ ମୋହନଙ୍କୁ ଯଥା ସମ୍ଭବ ବଦନାମ କରିବାକୁ ନିଜର ସବୁ ପ୍ରକାର ରଣକୌଶଳ ଲାଗାଇ ଦେଇଛନ୍ତି ।
ଉଦାହରଣ ସ୍ୱରୁପ ଯଦି ନିଆଯାଏ ତେବେ ଗତକାଲି ବିଏମସି ଅଫିସରେ ପସି ଯେଉଁଭଳି ଭାବେ କାଣ୍ଡକାରଖାନା କରାଗଲା ସେଥିରେ ବଦନାମ କିଏ ହେଲେ ? ବିଜେପି ଦଳ ଆଉ ସରକାର ହିଁ ବଦନାମ ହେଲେ ? ସିଧା ସିଧା କହିବାକୁ ଗଲେ ମୋହନ ମାଝୀଙ୍କ ଉପରକୁ ଆଙ୍ଗୁଳି ଉଠିଲା । କିନ୍ତୁ ଯଦି ପ୍ରଶ୍ନ ଆସେ ଏ ସବୁକୁ କିଏ କରାଇଲା ତେବେ ସମସ୍ତେ ଜାଣିଛନ୍ତି ତା ସହ ବିରୋଧି ବି ଅଭିଯୋଗ କରୁଛନ୍ତିି ଏ ସବୁ ପଛରେ ଜଗା ପ୍ରଧାନଙ୍କ ହାତ ରହିଛି । ଜଗା ପ୍ରଧାନ କାହା ସମର୍ଥକ ଉତ୍ତରରେ ଆସିବ ଧର୍ମେନ୍ଦ୍ରଙ୍କ ସମର୍ଥକ । ଏ ତ ଗଲା ଛୋଟିଆ କଥା । ଏବେ ଆସିବା ସରକାରଙ୍କ ମନ୍ତ୍ରି ମାନଙ୍କ ପାଖକୁ । ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସବୁ ବେଳେ ଆବୁଲ ତାବୁଲ ଗପିବା ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଥା । ସେ ବି ଧର୍ମେନ୍ଦ୍ରଙ୍କ ସମର୍ଥକ ବୋଲି ଦଳୀୟ ମହଲରେ ସଭିଏଁ ଜାଣିଛନ୍ତି । ଟ୍ରେନ ଆଳୁ ଆସିବା ଭଳି ଅନେକ ପ୍ରକାର ବିବାଦୀୟ ବୟାନ ଦେଇ ସେ ବାରମ୍ବାର ସରକାରଙ୍କୁ ବଦନାମ କରିଛନ୍ତି । ଆଉ ଜଣେ ଏମିତି ମନ୍ତ୍ରୀ ହେଲେ ପୃଥିରାଜ ହରିଚନ୍ଦନ । କିଛି ନ କହିଲେ ଯେମିତ ତାଙ୍କର ଭାତ ହଜମ ହେବନି ।
ଏମିତି ଯଦି ଜଣେ ଜଣେ କରି ହିସାବ ଗଣେଇବାକୁ ଚେଷ୍ଟା କରାଯାଏ ତେବେ ରାତି ପାହିଯିବ । ତେଣୁ ହଲକାରେ ଆପଣଙ୍କ ସୁଚନା ନିମନ୍ତେ ମନେ ପକାଇ ଦେଉଛି । ରାଜ୍ୟରେ ବିଜେପି ସରକାର ଗଠନ ଦିନଠୁ ଆଇନ ମନ୍ତ୍ରୀଙ୍କ ପାରିବାପଣିଆ କଥା ପୁରା ରାଜ୍ୟବାସୀ ଜାଣିଛନ୍ତି । ତାଙ୍କୁ ଏବେ ଲୋକେ ଆଇନ ମନ୍ତ୍ରୀ କମ ତଦନ୍ତ ମନ୍ତ୍ରି ଅଧିକ କହିଲେଣି । ରାଜ୍ୟରେ ଯେତେ ପ୍ରକାର ଘଟଣା ଦୁର୍ଘଟଣା ଘଟୁଛି ସବୁଥିରେ ଖାଲି ଯାହା ତଦନ୍ତ ହେଉଛି । କିନ୍ତୁ ତଦନ୍ତ ରିପୋର୍ଟ କୁଆଡେ ହଜିଯାଉଛି । ତେଣିକି ସେ ରାଜ୍ୟରୁ ବାଂଲାଦେଶୀ ଚିହ୍ନଟ କଥା ହେଉ କି ବଲଭଦ୍ର ରଥରୁ ପଡିଯିବା ଘଟଣା ହେଉ । ଏମିତି ଅନେକ ତଦନ୍ତ ରିପୋର୍ଟ ବି ଆଜି ଯାଏଁ ସାର୍ବଜନୀ ହୋଇପାରିନାହିଁ । ଆଉ ଏଇ ବି ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଜଣେ ଦୃଢ ସମର୍ଥକ । ଏ ସବୁ ବାଦ ପୋଲିସ ଡିଜିଙ୍କ ଠୁ ନେଇ ଅଫିସରଙ୍କ ଯାଏଁ ସବୁଠି ଧର୍ମେନ୍ଦ୍ରଙ୍କ ଲୋକଙ୍କ ହାତରେ ପାୱାର ରହିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ମୋଦୀଙ୍କ ବିଶ୍ୱାସ ରହିଥିବାରୁ ଧର୍ମେନ୍ଦ୍ର ତାଙ୍କର ଡାଇରେକ୍ଟ ବିରୋଧ କରିପାରୁନାହନ୍ତି । କିନ୍ତୁ ନିଜର ଚେଲା ଚାମୁଣ୍ଡାଙ୍କୁ ଲାଗାଇ ସରକାରଙ୍କୁ ବାରମ୍ବାର ବଦନାମ କରୁଛନ୍ତି । ରାଜ୍ୟବାସୀଙ୍କ ଆଗରେ ମୋହନଙ୍କ ସରଳ ଭାବମୁର୍ତ୍ତିକୁ ଅପାରଗର ରୁପ ଦେବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ଲୋକେ ଆଉ କର୍ମ୍ମୀ କହିବେ ମୋହନ ପାରୁନାହାନ୍ତି ତାଙ୍କୁ ଶୀଘ୍ର ଆସନରୁ ହଟାଯାଉ ।
ଏହାପରେ ଆସିବା ଦଳୀୟ ବ୍ୟାପରକୁ । ଯେତେବେଳେ ବିଜେପିର ରାଜନୀତି କଥା ଆସେ ସେତେବେଳେ ଆଗେ ଆଖି ସାମ୍ନାକୁ ଆସେ ଆରଏସଏସର କଥା । ଆଉ ଏବେ ରାଜ୍ୟରେ ବିଜେପି ଦଳ ସ୍ଥିତି କଣ ତାହା ସଭିଙ୍କ ଆଖି ଆଗରେ ଅଛି । ରାଜ୍ୟରେ ବିଜେପିର ସଭାପତି ଏ ଜାବତ କିଏ ହେବ ତାହା ସ୍ଥିର ହୋଇ ପାରୁନାହିଁ । ଅନ୍ୟ ପକ୍ଷରେ ରାଜ୍ୟ ସଭାପତି ପାଇଁ ଗୋଲକ ମହାପାତ୍ର ଏବଂ ସମୀର ମହାନ୍ତି ନମିନେସନ ଦାଖଲ କରିଥିବା ବେଳେ ଆରଏସଏସ କିନ୍ତୁ ଚାହୁନି କି ଏମାନେ ରାଜ୍ୟ ସଭାପତି ହୁଅନ୍ତୁ । ଯେଉଁଥି ପାଇଁ କିଏ ହେବ ନୁଆ ରାଜ୍ୟ ସଭାପତି ତାହା ସ୍ଥିର ହୋଇପାରୁନି । ରାଜ୍ୟ ସଭାପତି ମନୋନିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ୨୭୦ ଜଣ ମଧ୍ୟରୁ ପାଖାପାଖି ୧୭୬ ଜଣ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ସମର୍ଥକ ।
ତେଣୁ ଧର୍ମେନ୍ଦ୍ରଙ୍କ ଇସାରାରେ ରାଜ୍ୟ ସଭାପତି ସ୍ଥିର ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋରଦାର ହେଉଛି । ସବୁପରେ ସମସ୍ତେ ଜାଣିଛନ୍ତି ବିଜେପିରେ ବିନା ଆରଏସଏସରେ ପତ୍ରଟିଏ ବି ହଲେନି । ତେଣୁ ଆରଏସଏସ ଆଉ ବିଜେପି ଭିତରେ ରାଜ୍ୟ ସଭାପତିକୁ ନେଇ ଲାଗିରହିଥିବା ଟଣାଓଟରା ଭିତରେ ପରିସ୍ଥିତି ଆଗାମୀ ଦିନରେ କଣ ହେଉଛୀ ତାହା ଦେଖିବାକୁ ବାକି ରହିଲା ।।।।।
You Can Also Read :-https://purvapaksa.com/its-time-for-the-government-to-be-alert-oas-officers-association-is-dancing-at-the-behest-of-bjd/

STAND WITH TRUTH