ପୂର୍ବତ୍ତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ରେଡ୍। ଗୁରୁବାର ଭୋର ୫ଟାରୁ ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ଦିଲ୍ଲୀରେ ରେଡ୍ ହୋଇଥିବା ଜଣା ପଡିଛି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା କୁହାଯାଉଛି। କୋଇଲା ପରିବହନର ଦସ୍ତାବିଜ ମଧ୍ୟ ଯାଞ୍ଚ କରୁଛି ଟିମ୍। ଏଥିରେ ୨୦ଟି ଟିମ ସାମିଲ ଥିବା କୁହାଯାଉଛି। ତେବେ ଦୀପାଳି ଦାସ ଓ ବିଶାଳ ଦାସ ଘରେ ନଥିବା ବେଳେ ଆଇଟି ରେଡ୍ ହୋଇଥିବା ଜଣା ପଡିଛି। ଦୀପାଳି ପୁରୀରେ ଥିବା ବେଳେ ବିଶାଳ ଦିଲ୍ଲୀରେ ଥିବା ଜଣା ପଡିଛି। ଏହି ଚଢ଼ାଉରେ ଏକା ସଙ୍ଗେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ୧୨୦ ଆଇଟି ଅଫିସର, ୪୦ ସିଆରପିଏଫ, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସଙ୍କ ଲିଙ୍କ ନେଇ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍।
ସୂଚନାଯୋଗ୍ୟ, ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ମଧ୍ୟ ପୂର୍ବରୁ ଆୟକର ବିଭାଗ ଚଢାଉ କରିଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ମିଳିଥିଲା। କିଛି ମାସ ପୂର୍ବରୁ ମଧ୍ୟ ପୂର୍ବତନମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ା ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ। ତେବେ ଏହି ଚଢାଉ ଦୀପାଳି ଆଉ ବିଶାଳଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
Also read https://purvapaksa.com/israel-iran-conflict-pakistan-will-be-next-target/
Israel Iran Conflict Pakistan Will Be Next Target ।। ଇରାନ ଉପରେ ମାଡ଼ ଦେଖି ପାକିସ୍ତାନ ଛାନିଆ
