ଆସନ୍ତା କାଲି ସ୍ନାନ ପୂର୍ଣ୍ଣମୀ: ଜାଣନ୍ତୁ କେଉଁ କୂଅରୁ ପାଣି ଆସି ଦିଅଁକୁ ଲାଗି ହୁଏ? ସୁନାକୂଅ କେଉଁଠି ଅଛି?
ଆସନ୍ତା କାଲି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ। ବର୍ଷର ପ୍ରଥମ ଦିନ ସେ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସନ୍ତି। ଏହିଦିନ ହିଁ ପ୍ରତ୍ୟକ୍ଷ ସ୍ନାନ ହୁଏ। ୧୦୮ ଗରା ପାଣିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚଳନ୍ତି ପ୍ରତିମାଙ୍କ ସହ ସ୍ନାନ କରାଯାଏ। ଆପଣ ଜାଣିଛନ୍ତି କି ଏ ପାଣି କେଉଁଠୁ ଆସେ? ଶ୍ରୀମନ୍ଦିରରେ ଏଥିଲାଗି କି ବ୍ୟବସ୍ଥା ରହିଛି?
ଶ୍ରୀଜିଉଙ୍କ ପ୍ରତିଟି ପର୍ବ ପାଇଁ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ରହିଛି। ଏଥିଲାଗି ଆବଶ୍ୟକ ଜଳ ମଧ୍ୟ ସ୍ୱତନ୍ତ୍ର କୂଅରୁ ଆଣିବାର ବ୍ୟବସ୍ଥା ହୁଏ। ଏ କୂଅ ଶ୍ରୀମନ୍ଦିର ହତା ଭିତରେ ହିଁ ଅବସ୍ଥିତ। ଆପଣ ଭାବୁଥିବେ ରୋଷେଇ ପାଇଁ ଯେଉଁ କୂଅ ପାଣି ବ୍ୟବହାର ହୁଏ ସେ କୂଅରୁ ପାଣି ଆସୁଥିବ! କିନ୍ତୁ ତାହା ନୁହେଁ। ଶ୍ରୀଜିଉଙ୍କ ପ୍ରତିଟି ନୀତି ଲାଗି ଅଲଗା ଅଲଗା କୂଅ ବ୍ୟବସ୍ଥା ରହିଛି। ଏହି ହେତୁ ଶ୍ରୀମନ୍ଦିର ହତା ଭିତରେ ରହିଛି ୭ଟି କୂଅ। ଆଜି ସେହି ୭ କୂଅର କାହାଣୀ ବିଷୟରେ ଏହି ରିପୋର୍ଟରେ ଆଳଷାଚନା କରିବା।
ଶ୍ରୀମନ୍ଦିରରେ ଥିବା ୭ଟି କୂଅ ଭିତରୁ ୬ଟି ମେଘନାଦ ପାଚେରୀ ଓ କୃମ ବେଢ଼ା ମଧ୍ୟରେ ରହିଛି। ଆଉ ଗୋଟିଏ କୂଅ କୃମ ବେଢ଼ା ଭିତରେ ରହିଛି । ଶ୍ରୀମନ୍ଦିରରେ ଅଧିକ ଲୋକ ଲୋଚନକୁ ଆସୁଥିବା କୂଅଟି ହେଲା ସୁନା କୂଅ। ଆପଣ ନିଶ୍ଚୟ ଏହି କୂଅ ବାବଦରେ ଶୁଣିଥିବେ ଏହି କୂଅରୁ ପାଣି ଆସିଲେ ପ୍ରଭୁ ଜଗନ୍ନାଥ ,ବଳଭଦ୍ର ,ମା ସୁଭଦ୍ରା ,ଶ୍ରୀ ସୁର୍ଦଶନ ,ଏବଂ ଶ୍ରୀ ମାଧବ ସ୍ନାନ ପ୍ରତ୍ୟେକ୍ଷ ସ୍ନାନ କରିଥାନ୍ତି, ସ୍ନାନ ବେଦି ଉପରେ। ଅନେକ ରିତି ନିତି ମଧ୍ୟରେ ଜେଷ୍ଠ ପୂର୍ଣ୍ଣମୀ ଦିନ ଏହି ସ୍ନାନ ଅନୁଷ୍ଠିତ ହୋଇଥାଏ। ଏହିଠୁ ଆରମ୍ଭ ହୁଏ ରଥଯାତ୍ରା ଏହା ବିଶେଷ ପରମ୍ପରା।
କେବେ ଖୋଳାହେଲା ସୁନା କୂଅ?
ଏହି କୂଅଟି କେବଳ ସ୍ନାନ ନିତି ପାଇଁ ଉଦ୍ଧିଷ୍ଠ। ଅନ୍ୟ କୈାଣସି ଦିନରେ ଏହି କୂଅରୁ ପାଣି ଶ୍ରୀମନ୍ଦିରର କୌଣସି କାମରେ ଲାଗେନାହିଁ। ତେବେ ଏ କୂଅ କ’ଣ ଶ୍ରୀମନ୍ଦିର ଆରମ୍ଭରୁ ଅଛି ନା ପରବର୍ତ୍ତୀ ସମୟରେ ଖୋଳାଯାଇଛି?
ଏବେ ଆସନ୍ତୁ ଜାଣିବା ଏହି କୂଅ କେବେ ଖୋଳା ହେଲା ଆଉ କିଏ ଏହାକୁ ଖୋଳାଇଥିଲେ? ବିଶେଷ ଭାବେ ନିର୍ମିତ ଏହି କୂଅ ଶ୍ରୀମନ୍ଦିର ଅନ୍ୟ ପ୍ରଚିନ କୂଅ ମଧ୍ୟରେ ଅନ୍ୟତମ। ଉତରାୟଣ ମନ୍ଦିର ନିକଟରେ ଅର୍ଥାତ୍ ଉତ୍ତର ଦ୍ୱାରା ପାଖରେ ଥିବା ରହିଛି ନୀଳାଚଳ ଉପବନ ଏବଂ କୋଇଲି ବୈକୁଷ୍ଠ ଭିତରେ ଏହି କୂଅ ରହିଛି। ଅନ୍ୟ ସମସ୍ତ କୂଅଠାରୁ ଏହା ତଳୁଆ। ମାଦଳାପାଞ୍ଜିର ହିସାବ ଅନୁସାରେ ଏହା ଗଙ୍ଗବଂଶୀ ଶାସକ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ଖୋଳା ଯାଇଥିଲା। ତାଙ୍କ ଶାସନ ଅର୍ଥାତ୍ ନୂଆ ମନ୍ଦିରର ଆଦ୍ୟ କାଳ କଥା ସଂକ୍ଷେପରେ କହିଲେ ୧୩୦୦ ଶତାବ୍ଦୀରେ ଏହି କୂଅଟି ଖୋଳା ଯାଇଛି। ଏହି କୂଅ ଉପରେ ଏକ ଲୁହା ଗ୍ରୀଲ ଲଗାଇଦିଆଇଛି। କେହି ଯେମିତି ତାହାକୁ ଖୋଲି ପାରିବେନି। କେବଳ ସ୍ନାନ ପୂର୍ଣ୍ଣମୀ ଦିନ ହିଁ ଏହି କୂଅକୁ ଖୋଲାଯାଇଥାଏ। ଆଉ ପାଣି ଆଣିସାରିବା ପରେ ତାହାକୁ ବନ୍ଦ କରିଦିଆଯାଏ।
ALSO READ https://purvapaksa.com/at-nightfall-the-holy-devsnan-purnima/
At nightfall, the holy Devsnan Purnima ।। ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା