ଯିଏ କାମ କରିବା ସିଏ ଗେହ୍ଲାପୁଅ ? କାମକୁ ନେଇ ପୁରଷ୍କାର ଦେବେ ମୋହନ । ସବୁ ସରକାରୀ ଅଧିକାରୀଙ୍କ ଦକ୍ଷତା ମପାଯିବ । ସେହି ଅନୁସାରେ ପୁରସ୍କୃତ କରାଯିବ । କଥାଟା କିଛି ମାତ୍ରାରେ ସମାନ ସ୍କୁଲରେ ଯେମିତି ପାଠ କରିବାକୁ ପିଲାମାନଙ୍କ ମଧ୍ୟରେ କମ୍ପିଡିସନ ହୁଏ ଆଉ ଯିଏ ଭଲ କରେ ତାକୁ ପୁରସ୍କାର ଦିଆଯାଏ । ଠିକ ସେହିପରି ଗୁରୁଜୀ ସରକାରୀ ଅଧିକାରୀମାନଙ୍କୁ ଦକ୍ଷତା ଅନୁସାରେ ପୁରସ୍କୃତ କରିବେ । କଥାଟା ଶୁଣିଲେ ଯିଏ କେହିବି ଭାବିବ ମୋହନ ସରକାରୀ ଅଧିକାରୀଙ୍କୁ ଠିକ ସମୟରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କିନ୍ତୁ ତାହା ନୁହେଁ ଏହାର ପଛରେ ମୋହଙ୍କ ବଡ଼ ପ୍ଲାନ । ଏହି ମଧ୍ୟମରେ ମୋହନ ବର୍ଷେ ହେଲା କାମ କରୁଥିବା ଟହଲିଆ ଅଫିସର ମାନଙ୍କୁ ଛୁଟି କରିବାକୁ ଚାହୁଁଛନ୍ତି ।
ତେବେ ଗତ ୨୦ ତାରିଖରେ ଉନ୍ନୟନ କମିଶନଙ୍କ ଅଧକ୍ଷତାରେ ପ୍ରଶାସନିକ ଓ ସରକାରୀ ଦକ୍ଷତା ବୃଦ୍ଧି ସମ୍ପର୍କିତ ବୈଠକରେ ନିଆଯାଇଥିବା ନିଷ୍ପତି ଆଧାରରେ ଯୋଜନା ଓ ସଂଯୋଜନା ବିଭାଗ ଗତ ୨୮ ତାରିଖରେ ସବୁ ବିଭାଗୀୟ ମୁଖ୍ୟଙ୍କୁ ଚିଠି କରିଛନ୍ତି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏଣିକି ସବୁ ସରକାରୀ ଅଧିକାରୀଙ୍କ ପ୍ରଦର୍ଶନ ଉପରେ କଡା ନଜର ରଖିବେ ସରକାର । କିଏ କାମ କରୁଛି ? କିଏ ଟହଲ ମାରୁଛି ? ତାହା ହିସାବ ରଖିବେ ମୋହନ ସରକାର। ସବୁ କର୍ମଚାରୀଙ୍କ ମୂଲ୍ୟାୟନ କରିବେ ବିଭାଗର ଉପରିସ୍ଥ ଅଧିକରୀ । ସବୁ ମାସରେ ରିପୋର୍ଟ ପ୍ରସ୍ତୁତ କରାଯିବ । ସେହି ଆଧାରରେ ପ୍ରତି ମାସରେ ଶ୍ରେଷ୍ଠ କର୍ମଚାରୀଙ୍କୁ ଦିଆଯିବ ପୁରସ୍କାର ।
ତେବେ ସବୁ ପଛରେ ଗୋଟିଏ କଥା ଅଫିସରମାନଙ୍କୁ ସାବାଡ କରିବା ଆଉ ପାଣ୍ଡିଆନ ମାର୍କା ଅଫିସରମାନଙ୍କ ପତା କାଟିବା । ଯଦି ଆମେ ଦେଖିବା ମୋହନ ସରକାରଙ୍କ ଏକ ବର୍ଷ ଶାସନ ଭିତରେ ଅନେକ ଆଡୁ ଗୋଟିଏ ଅଭିଯୋଗ ଅଧିକାଂଶ ଆସୁଥିଲା । କେଉଁ କାମ ଅଟକି ରହିଛି ? ତ କିଏ କାମ ଠିକସେ କରୁନି ? ଆଉ କେଉଁଠି ଫାଇଲ ଅଟକି ରହିଛି ? ଏହି ଅଭିଯୋଗ ଶୁଣି ଶୁଣି ସରକାର ଥକିଗଲେଣି । ସମୟରେ କାମ ସରୁନି । ସଚିବଙ୍କ ନିକଟରେ ଫାଇଲ ପହଂଚିବାରେ ବିଳମ୍ବ ହେଉଛି । ତେଣୁ ଫାଇଲଗୁଡିକ କେମିତି ଶୀଘ୍ର ଗୋଟିଏ ଟେବୁଲର ଅନ୍ୟ ଟେବୁଲକୁ ଯାଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଇଛି । ସେହି ଅନୁସାରେ ବାୟୋମେଟ୍ରିକ ଉପସ୍ଥାପନ ଓ ସମୟାନୁବର୍ତ୍ତିତା ଓସ୍ୱାସ ଜରିଆରେ ଅଧିକ ଫାଇଲ ପଠାଇବା ,ଭଲ ଡ୍ରାଫ୍ଟିଙ୍ଗ କରିପାରିବା ,ଓଡ଼ିଆ ଡ୍ରାଫ୍ଟିଙ୍ଗରେ ଦଖଳ ଏସବୁ ମାନଦଣ୍ଡ ପୁରଣ କରୁଥିବା ଅଧିକାରୀଙ୍କୁ ପ୍ରତି ମାସରେ ପୁରସ୍କୃତ କରି ଉତ୍ସାହିତ କରାଯିବ ବୋଲି ଯୋଜନା ହୋଇଛି।
ALSO READ https://purvapaksa.com/worker-death-in-odisha-investigation-into-a-negligent-accident/