ଏବେ ବିଜେଡି ଭିତରେ କଳି ଆଉ ନେତାଙ୍କ ଭିତରେ ସୀମିତ ନାହିଁ। ଜାତୀୟ ରାଜନୀତି ଭଳି ବିଜେପି ଏବେ ସଂଖ୍ୟଲଘୁଙ୍କ ଭୋଟ୍କୁ ହାତେଇବା ଚକ୍କରେ ମଝି ଦରିଆରେ ଫସି ଯାଇଛି ବିଜୁ ଜନତା ଦଳ। ଖ୍ରୀଷ୍ଟିଆନଙ୍କୁ ଖୁସି କରିବାକୁ ଯାଇ ମୁସଲିମ ସମ୍ପ୍ରଦାୟ ଏବେ ଅସନ୍ତୁଷ୍ଟ ହେଲେଣି। ଯାହା ମୁନା ଖାଁଙ୍କ ଇସ୍ତଫା ଚର୍ଚ୍ଚା ଏବେ ସ୍ପଷ୍ଟ କରିଛି। ଦିଲ୍ଲୀପ ତିର୍କୀଙ୍କୁ ବିଜେଡିର ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହାକ ହେବା ପରେ ବିଜେଡି ଭିତରେ କୁହୁଳୁଥିବା ନିଆଁରେ ଘିଅ ଢାଳିବା କାମ କରିଛି।
ଆପଣ ଭାବୁଥିବେ କେମିତି ନିଆଁରେ ଘିଅ ଢାଳିଲା ଏ ପଦବୀ। ତେଣୁ ଆପଣଙ୍କୁ ଆମେ ମନେ ପକେଇଦେବା ପାଇଁ ଚାହୁଁ ଯେ ୱାକଫ୍ ବିଲ୍ ସମୟରେ କେଉଁଭଳି ନବୀନ ନିବାସରେ ପଶି ନାରାବାଜି ଦେଇଥିଲେ ବିଜେଡିର ମୁସଲିମ ସଂପ୍ରଦାୟର ନେତା ଓ କର୍ମ୍ମୀ। ଯାହାର ନେତୃତ୍ୱ ନେଇଥିଲେ ମୁନା ଖାନ। ଆଉ ଏହାର କାରଣ ବି ଆପଣମାନେ ଭଲ ଭାବେ ଜାଣିଛନ୍ତି।
ଏତେ ସବୁ ଘଟଣା ପରେ ନବୀନବାବୁଙ୍କ ବୟାନ ବି ଆପଣ ମାନେ ଶୁଣିଥିବେ ନିଶ୍ଚିତ। କେଉଁଭଳି ଦୁଇଟି ଜାତୀୟ ଗଣମାଧ୍ୟମକୁ ଡାକି ନବୀନ ବାବୁ ପାଣ୍ଡିଆନଙ୍କୁ କ୍ଲିନ୍ କ୍ୟାରେକ୍ଟରର ସାର୍ଟିଫିକେଟ ଦେଇଥିଲେ। ଆଉ ସେବେଠୁ ହିଁ ଏହି ନିଆଁ ବିଜେଡି ଭିତରେ କୁହୁଳୁଥିଲା। ଯାହା ଉପରେ ସଂଖ୍ୟାଲଘୁ ସଂପ୍ରଦାୟର ଆବାହକ ଜଣେ ଖ୍ରୀଷ୍ଟିଆନ ହେବାରୁ ସେ ନିଆଁରେ ଘିଅ ପଡିଲା ଭଳି ହେଲା ପରିଣାମସ୍ୱରୂପ ଆଜି ମୁନା ଖାନ ନବୀନ ନିବାସ ଯାଇ ଇସ୍ତଫା ଦେବା ଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି।
ଖବର ଅନୁଯାୟୀ ବରିଷ୍ଠ ବିଜେଡି ନେତା ମୁନ୍ନା ଖାନ ବିଜେଡି ସଂଖ୍ୟାଲଘୁ ସେଲର ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଗୁଜବ ହେଉଛି। ଭିତିରି ମହଲର ଚର୍ଚ୍ଚା ଅନୁଯାୟୀ ମୁନା ଖାନ୍ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ଯାଇଥିଲେ ଏବଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା କୁହାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଦଳର ପ୍ରସାରକୁ ମଜବୁତ କରିବା ପାଇଁ ମେ ୫ରେ ଗଠିତ ହୋଇଥିବା ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲରେ ମୁନା ଖାନ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
ସେଲ୍ ଗଠନ ହେବାର ତୁରନ୍ତ ପରେ ତାଙ୍କ ଇସ୍ତଫା ରାଜନୈତିକ ମହଲରେ ପ୍ରଶ୍ନ ଉଠାଇଛି। ବରିଷ୍ଠ ନେତା ଦିଲ୍ଲୀପ ତିର୍କୀଙ୍କୁ ଏହାର ଆବାହକ ଭାବେ ନେଇ ସଂଖ୍ୟାଲଘୁ ସେଲ୍ ପ୍ରତିଷ୍ଠା କରାଯାଇଛି। ଯଦିଓ ଖାନଙ୍କ ଇସ୍ତଫା ପଛର କାରଣ ଅସ୍ପଷ୍ଟ ରହିଛି ଏବଂ ତାଙ୍କ କିମ୍ବା ଦଳ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ, କିନ୍ତୁ ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା ଯେ ତାଙ୍କ ପଦକ୍ଷେପ ନିକଟରେ ୱାକଫ ଭୋଟ୍ ବିବାଦ ସହିତ ଜଡ଼ିତ।
ନିକଟରେ ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେବା ଏବଂ ଦଳର ସରକାରୀ ଆଭିମୁଖ୍ୟ ବିରୁଦ୍ଧରେ ଯିବା ପାଇଁ ଖାନ ପାର୍ଟି ସାଂସଦ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଥିଲେ। “ବିଲ୍ ବିରୋଧରେ ଭୋଟ୍ ଦେବାକୁ ନବୀନ ପଟ୍ଟନାୟକ ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଦ୍ୱୈତ ମାନଦଣ୍ଡକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି ସେମାନେ ଯାଇପାରିବେ, କିନ୍ତୁ ବିଜେଡ଼ିରେ ରହିପାରିବେ ନାହିଁ ଏବଂ ଅନ୍ୟଥା କାର୍ଯ୍ୟ କରିବେ ନାହିଁ ବୋଲି ଖାନ କହିଥିଲେ। ପରେ ରାଜ୍ୟସଭାରେ ୱାକଫ ବିଲ୍ ଉପରେ ତାଙ୍କ ଦଳର ‘ବିବାଦୀୟ’ ଆଭିମୁଖ୍ୟର ତଦନ୍ତ କରାଯିବ ବୋଲି ବିଜେଡ଼ି ଅଧ୍ୟକ୍ଷ ନବୀନ ପଟ୍ଟନାୟେକ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଖବର ଆସିନାହିଁ। ଆଉ ସେଥିପାଇଁ ଏମିତି ସବୁ ଘଟଣା ଘଟୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି।
Also readhttps://purvapaksa.com/beggar-alliance-against-india-china-moves-to-destabilize-northeast-india/
ଭାରତ ବିରୋଧରେ ‘ଭିକାରୀ ମେଣ୍ଟ’, ଉତ୍ତରପୂର୍ବ ଭାରତକୁ ଅଶାନ୍ତ କରିବାକୁ ଚୀନ୍ ଚାଲ
