Rahul Gandhi: ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବାକୁ ଅନୁମତି ଦେବେ ନାହିଁ ଏବଂ ବାରମ୍ବାର ସମାଲୋଚନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବାକୁ ଅନୁମତି ଦେବେ ନାହିଁ ଏବଂ ବାରମ୍ବାର ସମାଲୋଚନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର ଗୋଟିଏ ଦିନ ପରେ ଏହି ମାମଲାରେ ତାଙ୍କ ବିରୋଧରେ ସମନକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି।
୨୦୨୨ ନଭେମ୍ବର ୧୭ତାରିଖରେ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏକ ରାଲିରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ସାବରକରଙ୍କ ଉପରେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟରୁ ଏହି ମାନହାନି ମାମଲା ସାମ୍ନାକୁ ଆସିଛି। ଗାନ୍ଧି ସାବରକରଙ୍କୁ ଜଣେ ବ୍ରିଟିଶ ସେବକ ବୋଲି ସମ୍ବୋଧନ କରିଥିଲେ, ଯିଏ ଉପନିବେଶ ସରକାରଙ୍କଠାରୁ ପେନସନ ପାଇଥିଲେ।
ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ଏହି ବୟାନ ମାଧ୍ୟମରେ ଶତ୍ରୁତାକୁ ଉତ୍ତେଜିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଗାନ୍ଧୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।
ତେବେ ଖଣ୍ଡପୀଠ ଗଭୀର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଆପଣଙ୍କ କ୍ଲାଏଣ୍ଟ କ’ଣ ଜାଣନ୍ତି କି ମହାତ୍ମା ଗାନ୍ଧୀ ମଧ୍ୟ ‘ଆପଣଙ୍କ ବିଶ୍ୱସ୍ତ ସେବକ’ ଶବ୍ଦ ବ୍ୟବହାର କରିଥିଲେ? ସେ ଜାଣନ୍ତି କି ତାଙ୍କ ଜେଜେମା’ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ବୀର ସାବରଙ୍କୁ ପ୍ରଶଂସା କରି ଏକ ଚିଠି ପଠାଇଛନ୍ତି?
ଏଭଳି ମନ୍ତବ୍ୟ ନ ଦେବାକୁ କୋର୍ଟ କଂଗ୍ରେସ ସାଂସଦଙ୍କୁ କଡ଼ା ପରାମର୍ଶ ଦେଇ କହିଛନ୍ତି, ଆପଣ ଜଣେ ରାଜନୈତିକ ନେତା। ଆପଣ କାହିଁକି ଏଭଳି ମନ୍ତବ୍ୟ ଦେବେ? ଏହା କରନ୍ତୁ ନାହିଁ। ଯଦି ଉଦ୍ଦେଶ୍ୟ ଉତ୍ତେଜିତ କରିବା ନୁହେଁ, ତେବେ କାହିଁକି ଏଭଳି ବୟାନ ଦେଉଛନ୍ତି?
ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଶୁଣାଣି ଉପରେ ସ୍ଥଗିତାଦେଶ ଦେବାକୁ ରାଜି ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି ଏଭଳି ମନ୍ତବ୍ୟର ପୁନରାବୃତ୍ତି କରିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ବାରମ୍ବାର ସମାଲୋଚନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ କାହାକୁ ମନ୍ତବ୍ୟ ଦେବାକୁ ଦେବୁ ନାହିଁ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।
ଖଣ୍ଡପୀଠ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ କଂଗ୍ରେସ ମୁଖ୍ୟ ମହାରାଷ୍ଟ୍ରର ଅକୋଲାରେ ଏହି ବୟାନ ଦେଇଛନ୍ତି- ଯେଉଁଠାରେ ସାବରକରଙ୍କୁ ସମ୍ମାନ ଦିଆଯାଏ।
ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ ଅଭିଯୋଗ କରିଥିଲେ ଯେ ରାଲି ସମୟରେ ଗାନ୍ଧୀ ଜାଣିଶୁଣି ସାବରକରଙ୍କୁ ଅପମାନିତ କରିଛନ୍ତି। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଗାନ୍ଧୀଙ୍କ ମନ୍ତବ୍ୟ ସାବରକରଙ୍କୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ରର ଅଂଶ ବିଶେଷ।
Also readhttps://purvapaksa.com/12-pakistanis-identified-in-odisha-after-india-moves-to-revoke-visas/
ଭିସା ରଦ୍ଦ କରିବାକୁ ଭାରତ ପଦକ୍ଷେପ ନେବା ପରେ ଓଡ଼ିଶାରେ ୧୨ପାକିସ୍ତାନୀ ଚିହ୍ନଟ
