Ritika Ratha: ଆଜି ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଯେଉଁଥିରେ ଭାରତର ଭିନ୍ନ ଭିନ୍ନ ସ୍ଥାନର ପିଲାମାନେ ନିଜର ଜିଲ୍ଲା ବା ଗାଁର ନାମକୁ ଗର୍ବିତ କରିଛନ୍ତି, ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା କିପରି ପଛରେ ରହିବ।
ଓଡ଼ିଶାର ଋତିକା ରଥ ଅଲ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ବେଳେ 95ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, 96ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, 164ତମ ସ୍ଥାନରେ ଦୀପ୍ତି ରଂଜନ ପତି, 175ତମ ସ୍ଥାନରେ ରଶ୍ମୀ ପ୍ରଧାନ, 193ତମ ସ୍ଥାନରେ ନୀଳମାଧବ ପ୍ରଧାନ, 198ତମ ସ୍ଥାନରେ ଆଶୁତୋଷ ମିଶ୍ର, 428ତମ ସ୍ଥାନରେ ଧ୍ରୁତିରାଜ ମିଶ୍ର, 443ତମ ସ୍ଥାନରେ ଅଙ୍କିତା ରଥ, 535ତମ ସ୍ଥାନରେ କୌଶିକ ମିଶ୍ର, 568ତମ ସ୍ଥାନରେ ସିମରନ ସାହୁ, 840ତମ ସ୍ଥାନରେ ଋଷିତା ଦାସ, 971ତମ ସ୍ଥାନରେ ଗୋପୀନାଥ ସାହୁ, 987ତମ ସ୍ଥାନରେ ଆଦିତ୍ୟ ବେହେରା ଓ 994ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ପ୍ରଧାନ।
ତେବେ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ଋତିକା ରଥ ନିକଟରେ ଏକ ସାକ୍ଷାତକାରରେ ନିଜର ସଫଳତାର ଯାତ୍ରା ବିଷୟରେ କହିଛନ୍ତି । ଯାହା ସମସ୍ତଙ୍କୁ ବେଶ ଉତ୍ସାହିତ କରିବା ସହ ପ୍ରେରିତ ମଧ୍ୟ କରିଛି । ଋତିକା କହିଛନ୍ତି ଯେ, ମୁଁ ତୃତୀୟ ଚେଷ୍ଟାରେ କୃତକାର୍ଯ୍ୟ ହୋଇଛି । ପ୍ରାୟ ୩ ବର୍ଷର ପରିଶ୍ରମ ପରେ ସଫଳତା ପାଇଛି । ଇନ୍ଦୋର ଆଇଏମ୍ରେ ଡିଗ୍ରୀ କରିବା ପରେ ମୁଁ ୟୁପିଏସସିର ପ୍ରସ୍ତୁତି କରିଥିଲି । ବେଶି ସମୟ ସକାଳେ ପଢ଼େ, ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼େନି । ସୋସିଆଲ ମିଡିଆ ଠାରୁ ଦୂରରେ ଥିଲି ବୋଲି କହିଛନ୍ତି ।
ଅନ୍ୟପଟେ ସେ କହିଛନ୍ତି ଯେ,IAS ପାଇବା ପାଇଁ କେବେଳ ଯେ ଘର ବାହାରେ ରହି ଦିଲ୍ଲୀ ଯାଇ ପଢ଼ିବା ଜରୁରୀ ନୁହେଁ, ଓଡ଼ିଶାରେ ରହି ମଧ୍ୟ IAS ପାଇବା ସମ୍ଭବ । କେବଳ ନିଜ ପାଠପଢ଼ାରେ ମନ ଦେବା ଆବଶ୍ୟକ, କଠିନ ପରିଶ୍ରମ କରିବା ଆବଶ୍ୟକ । ଆଜିକାଲି ଅନଲାଇନରେ ସବୁ କିଛି ମିଳୁଛି । ପାଠପଢିବା ପାଇଁ ଅନ୍ୟ କେଉଁଠି ଯିବା ଆବଶ୍ୟକ ନୁହେଁ ।
ALSO READ: https://purvapaksa.com/union-public-service-commission-results-announced/

