UPSC: ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି । ସେହିପରି ଡୋଙ୍ଗ୍ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି ।
ଓଡ଼ିଶାର ଋତିକା ରଥ ଅଲ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ବେଳେ 95ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, 96ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, 164ତମ ସ୍ଥାନରେ ଦୀପ୍ତି ରଂଜନ ପତି, 175ତମ ସ୍ଥାନରେ ରଶ୍ମୀ ପ୍ରଧାନ, 193ତମ ସ୍ଥାନରେ ନୀଳମାଧବ ପ୍ରଧାନ, 198ତମ ସ୍ଥାନରେ ଆଶୁତୋଷ ମିଶ୍ର, 428ତମ ସ୍ଥାନରେ ଧ୍ରୁତିରାଜ ମିଶ୍ର, 443ତମ ସ୍ଥାନରେ ଅଙ୍କିତା ରଥ, 535ତମ ସ୍ଥାନରେ କୌଶିକ ମିଶ୍ର, 568ତମ ସ୍ଥାନରେ ସିମରନ ସାହୁ, 840ତମ ସ୍ଥାନରେ ଋଷିତା ଦାସ, 971ତମ ସ୍ଥାନରେ ଗୋପୀନାଥ ସାହୁ, 987ତମ ସ୍ଥାନରେ ଆଦିତ୍ୟ ବେହେରା ଓ 994ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ପ୍ରଧାନ।
ଚଳିତ ବର୍ଷ UPSC ସିଭିଲ ସର୍ଭିସ ପରୀକ୍ଷାରେ ମୋଟ୍ ୧୦୦୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଯେଉଁଥିରେ ସାଧାରଣ ବର୍ଗର 335 ଜଣ ପ୍ରାର୍ଥୀ ଅଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ-EWSରୁ 109 ଜଣ ପ୍ରାର୍ଥୀ ଏବଂ OBC ବର୍ଗରୁ 318 ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି।
ଏପ୍ରିଲ ୨୩ରୁ ଆରମ୍ଭ ହେବ ଜେଇଇ ଆଡଭାନ୍ସଡ ୨୦୨୫ ପଞ୍ଜୀକରଣ: ଜାଣନ୍ତୁ ତାରିଖ, ପରୀକ୍ଷା କାର୍ଯ୍ୟସୂଚୀ ଓ ଏଏଟିର ବିବରଣୀ