Mamata Banerjee: ୱାକଫ୍ ସମ୍ପତ୍ତି ପରିଚାଳନାରେ ସଂସ୍କାର ଓ ସ୍ୱଚ୍ଛତା ରକ୍ଷା କରିବା ତଥା ଗରିବ ଓ ମହିଳା ମୁସଲମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ସଂଶୋଧିତ ହୋଇଥିବା ନୂଆ ୱାକଫ୍ ଆଇନ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଛନ୍ତି।
ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ତାଙ୍କ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ହେଉଛି ଦିଦିଙ୍କର। ଆଜି ଜୈନ ସମାଜର ଏକ ଆୟୋଜନରେ ଯୋଗ ଦେଇ ମମତା ଏହି ମତାମତ ଦେଇଛନ୍ତି। କୋଲକାତାରେ ଆୟୋଜିତ ଏହି ସମାବେଶରେ ମମତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।
ସେ କହିଥିଲେ ‘ମୁଁ ଜାଣିଛି ନୂଆ ୱାକଫ୍ ଆଇନକୁ ନେଇ ଆପଣମାନେ ବ୍ୟଥିତ ଅଛନ୍ତି। କିନ୍ତୁ ବିଶ୍ୱାସ ରଖନ୍ତୁ ପଶ୍ଚିମ ବଙ୍ଗରେ ସେମିତି କିଛି ହେବ ନାହିଁ ଯାହାଦ୍ୱାରା ବିଜେପି ଭୋଟ୍ ବିଭାଜନ କରି ଶାସନ କରିବ। ଆପଣ ଏହି ବାର୍ତ୍ତା ଦିଅନ୍ତୁ ଯେ, ଆପଣମାନେ ସମସ୍ତେ ଏକାଠି ଅଛନ୍ତି’।
ପିଟିଆଇ ରିପୋର୍ଟ ଅନୁସାରେ, ମମତା ଏହି ସଭାରେ ସମୁଦାୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଏ ବିଷୟକୁ ନେଇ କେହି ରାଜନୀତିକ ଆନ୍ଦୋଳନ କରିବାକୁ ମତାଉ ଥାଇପାରନ୍ତି। କିନ୍ତୁ ଏହାର କାରକ ହୁଅନ୍ତୁ ନାହିଁ।
ପଶ୍ଚିମବଙ୍ଗରେ ୩୩ ପ୍ରତିଶତ ସଂଖ୍ୟାଲଘୁ ରହିଛନ୍ତି ବୋଲି କହିବା ସହ ସେ କହିଛନ୍ତି ‘ସେମାନଙ୍କ ସଙ୍ଗେ ମୁଁ କ’ଣ କରିବି? ‘ବାଂଲାଦେଶ ସୀମାନ୍ତକୁ ଦେଖନ୍ତୁ, ଏ ସମୟରେ ଏହିପରି ବିଧେୟକ ପାରିତ ହେବା ଉଚିତ ନ ଥିଲା’। ୱାକଫ୍ ସଂଶୋଧନ ବିଧେୟକକୁ ନେଇ ମୁର୍ଶିଦାବାଦରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ କେନ୍ଦ୍ର କରି ମମତା ଏହା କହିଛନ୍ତି।
ଗତ ୩ ତାରିଖରେ ସରକାରଙ୍କ ଦ୍ୱାରା ଓ୍ୱାକଫ୍ ସଂଶୋଧନ ବିଧେୟକ ପାରିତ ହୋଇଥିଲା। ଉଭୟ ଗୃହର ଅନୁମୋଦନ ପରେ ରାଷ୍ଟ୍ରପତି ବିଧେୟକକୁ ଅନୁମୋଦନ ଦେଇ ଆଇନରେ ପରିଣତ କରିଛନ୍ତି। ସରକାରଙ୍କ ପକ୍ଷରୁ ଗତକାଲି ଏହା ଲାଗୁ କରାଯାଇଥିବା ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି।
ALSO READ: https://purvapaksa.com/chinese-premier-reacts-to-donald-trumps-104-tariffs-beijing-is-equipped-to/
ଟ୍ରମ୍ପଙ୍କ ୧୦୪% ଶୁଳ୍କ ଉପରେ ଚୀନ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ବେଜିଂ ପ୍ରସ୍ତୁତ ଅଛି