Whatsapp Missing Scam: ଆଜିର ସମୟରେ ହ୍ଵାଟସ୍ଅପ୍ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି । ଏଠାରେ ଲୋକ ମ୍ୟାସେଜ୍, ଭିଡିଓ, ଫୋଟୋ ଶେୟାର କରିବା ସହିତ ସେମାନଙ୍କର କିଛି ଆବଶ୍ୟକ କାମ ମଧ୍ୟ କରନ୍ତି। କିନ୍ତୁ ଏହା ସାଇବର ଅପରାଧୀମାନଙ୍କର ପାଇଁ ମଧ୍ୟ ଏକ ସହଜ ପ୍ଲାଟଫର୍ମ ହୋଇଯାଇଛି ।
ଯେଉଁଥିରେ ସେମାନେ ଅତି ସହଜରେ ଲୋକଙ୍କୁ ଲୁଟି ପାରୁଛନ୍ତି । ନିକଟରେ ଠକେଇର ଆଉ ଏକ ସ୍କାମ ଭାଇରାଲ ହେଉଛି । ଯାହାର ନାମ ହେଉଛି “ନିଖୋଜ ସ୍କାମ” । ଏହି ସ୍କାମରେ ୟୁଜର୍ମାନେ ଏକ ହଜିଯାଇଥିବା ବ୍ୟକ୍ତିର ଫଟୋ ଦେଖେଇ ନିରୀହ ଲୋକଙ୍କ ପାଇଁ ଜାଲ ପକେଇଥାନ୍ତି ।
ଆପଣଙ୍କର ସୂଚନା ପାଇଁ କହିବାକୁ ଚାହୁଁଛି ଯେ, ଏହି ଠକେଇରେ ସାଇବର ଅପରାଧୀ ଅଜଣା ନମ୍ବରକୁ ହ୍ଵାଟସ୍ଅପ୍ ରେ ଫଟୋ ସହ ମିଛ ସୂଚନା ପଠାଇଥାନ୍ତି ଯେଉଁଥିରେ ବ୍ୟକ୍ତିଙ୍କର ନିଖୋଜ ହେବାର ସୂଚନା ଦେଇଥାନ୍ତି। କିନ୍ତୁ ଧ୍ୟାନ ଦେବାର ବିଷୟ ହେଉଛି ଯେ, ସେହି ଫଟୋରେ ଗୋଟିଏ ମାଲିସିୟସ୍ ବା ଗୁପ୍ତ ଲିଙ୍କ ଲୁଚି ରହିଥାଏ।
ଯେତେବେଳେ ୟୁଜର୍ସମାନେ ସେହି ଲିଙ୍କରେ କ୍ଲିକ କରନ୍ତି, ସେତେବେଳେ ଫୋନ୍ ମଧ୍ୟରେ ଏକ ଗୁପ୍ତ ଆପ୍ ଇନଷ୍ଟଲ ହୋଇଯାଏ, ଯାହା ଆପଣଙ୍କର ଅଜଣାରେ କାମ କରେ। ଏହାର ଜରିୟାରେ ହ୍ୟାକର୍ସ ଆପଣଙ୍କର ମୋବାଇଲ୍ ପର୍ଯ୍ୟନ୍ତ ପହଞ୍ଚି ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ର ସୂଚନା ଚୋରାଇ ନେଇଥାନ୍ତି।
ମଧ୍ୟପ୍ରଦେଶ ଏବଂ ଦେଶର ଅନ୍ୟ କିଛି ଭାଗରେ ଏପରି କେସ୍ ରିପୋର୍ଟ ହୋଇଛି ଯେଉଁଠାରେ କେବଳ ଏକ ଫଟୋ ଉପରେ କ୍ଲିକ୍ କରିବା ପରେ ଲୋକଙ୍କର ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି । ଏହି ସ୍କାମର ଉପାୟ ବହୁତ୍ ଖତରନାକ। ଏପରି ଦେଖିଲେ ଆପଣଙ୍କର ଏକ ଛୋଟ ଭୁଲ ଆପଣଙ୍କ ଉପରେ ବହୁତ ଭାରି ପଡିପାରେ।
ତଥାପି ସେହି ଠକେଇରୁ ଆପଣ ନିଜକୁ ରକ୍ଷା କରିପାରିବେ। ଏହା ପାଇଁ ଆପଣଙ୍କୁ କିଛି କଥାରେ ଧ୍ୟାନ ଦେବାକୁ ହେବ। ଅଜଣା ନମ୍ବରରୁ ଆସିଥିବା କୌଣସି ଫଟୋ କିମ୍ବା ଲିଙ୍କ ଉପରେ କ୍ଲିକ୍ କରିବେ ନାହିଁ।
ଏହା ସହିତ ହ୍ଵାଟସ୍ଅପ୍ ର ‘ଆଟୋମେଟିକ୍ ଡାଉନଲୋଡ୍’ ସେଟିଙ୍ଗ୍ କୁ ବନ୍ଦ କରନ୍ତୁ। ଏହା ପରେ କୌଣସି ଫୋଟୋ କିମ୍ବା ଅଡିଓ ଆପଣଙ୍କର ଫୋନ୍ରେ ଆସିବା ପରେ ସ୍ୱୟଂ ଡାଉନଲୋଡ୍ ହେବ ନାହିଁ।
ଆପଣଙ୍କର କୌଣସି ସନ୍ଦେଶ ଆସିଲେ, ତେବେ ସେହି ନମ୍ବରକୁ ତୁରନ୍ତ ରିପୋର୍ଟ କରନ୍ତୁ ଓ ବ୍ଲକ୍ କରନ୍ତୁ। ଆପଣଙ୍କର ଫୋନ ଏବଂ ହ୍ଵାଟସ୍ଅପ୍ କୁ ସର୍ବଦା ଅପଡେଟ ରଖନ୍ତୁ। ଆପଣଙ୍କର ବ୍ୟାଙ୍କିଂ ଓ UPI ଆପ୍ସ ମଧ୍ୟ 2-ଫ୍ୟାକ୍ଟର୍ ଅଥେଣ୍ଟିକେସନ୍ ଚାଲୁ ରଖନ୍ତୁ। କେବେ ମଧ୍ୟ କୌଣସି ଅଜଣା QR କୋଡ୍ କୁ ସ୍କାନ୍ କରନ୍ତୁ ନାହିଁ।