Weather Update: ପୁଣି ତାଣ୍ଡବ ରଚୁଛି କାଳବୈଶାଖୀ । ୫ ଦିନ ବର୍ଷା ସହ ବର୍ଷିବ କୁଆପଥର । ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
ଆସନ୍ତା ୫ ଦିନ ଯାଏ ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୩୦ରୁ ୪୦, ଅନ୍ୟ କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ବୌଦ୍ଧ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ସତର୍କ କରିଛି ପାଣିପାଗ କେନ୍ଦ୍ର । ତେବେ ଆସନ୍ତାକାଲି ପାଇଁ ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ତାରିଖ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ALSO READ: https://purvapaksa.com/banakalagi-ritual-jagannath-temple-to-remain-shut-for-five-hours-today-2/