Yuzvendra Chahal : କୋରିଓଗ୍ରାଫର୍ ଧନଶ୍ରୀ ବର୍ମା ଓ କ୍ରିକେଟର୍ ୟୁଜବେନ୍ଦ୍ର ସିଂହ ଚହଳଙ୍କ ବିବାହ ଭାଙ୍ଗିଯିବା ସହ ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି । ଧନଶ୍ରୀ ବର୍ମାକୁ ୟୁଜବେନ୍ଦ୍ର ଚହଳଙ୍କ ଠାରୁ ଏଲିମୋନୀ ଭାବେ ୪.୭୫ କୋଟି ଟଙ୍କା ମିଳିଛି। ତେବେ ଧନଶ୍ରୀଙ୍କୁ ଏଲିମୋନୀ ପାଇଁ ଟ୍ରୋଲ୍ କରାଯାଉଛି ।
କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। ସେମାନେ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି ବୋଲି ଆଇନଜୀବୀ ନୀତିନ ଏକ ଭିଡିଓରେ କହିଛନ୍ତି।
ତେବେ ଏହାକୁ ନେଇ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଯାହା ଏବେ ଅନେକ ପ୍ରଶ୍ନ ସହ ବିବାଦ ମଧ୍ୟ ସୃଷ୍ଟି କରିଛି । ତେବେ ବିବାଦର କାରଣ ହେଉଛି ଚହଲଙ୍କ ଟି-ସାର୍ଟ ।
ଯେଉଁଥିରେ ଲେଖାଯାଇଥିଲା ‘BE YOUR OWN SUGAR DADDY’। ଧନଶ୍ରୀ ଚହଲଙ୍କୁ ଏଲିମୋନୀ ଭାବରେ 60 କୋଟି ଟଙ୍କା ମାଗିଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କ୍ରିକେଟର ଚହଲ ଏବେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ମୋଟ ୪ କୋଟି ୭୫ ଲକ୍ଷ ଟଙ୍କା ଆଲିମନି ଆକାରରେ ଦେବେ । ଆଉ ଚହଲ ବର୍ତ୍ତମାନ ସୁଦ୍ଧା ଏହାର ୫୦ପ୍ରତିଶତ ଅର୍ଥ ଦେଇସାରିଛନ୍ତି । ବାକି ଟଙ୍କା ଏବେ ଧନଶ୍ରୀଙ୍କୁ ଦେବେ ଚହଲ ।
ତେବେ ଚହଲ ତାଙ୍କ ଟି-ସାର୍ଟ ମାଧ୍ୟମରେ କ’ଣ କହିବାକୁ ଚାହୁଁଥିଲେ, ତାହା ଆମେ ଭଲସେ ବୁଝି ପାରିଥିବା। କହିବାକୁ ଗଲେ, ଆଜିକାଲି ଏହା ଏକ ଟ୍ରେଣ୍ଡ ହୋଇଯାଇଛି । ପ୍ରଥମେ ଗୋଟିଏ ସଫଳ ବ୍ୟବସାୟୀ ବା ସେଲିବ୍ରେଟିଙ୍କୁ ବିବାହ କରିବା । ବିବାହର କିଛି ବର୍ଷରେ ପରେ ଦୁହିଁଙ୍କ ଭିତରେ କିଛି ଭଲ ନାହିଁ କହି ଗୋଟିଏ ବଡ଼ ଅଙ୍କର ଏଲୀମନି ନେଇ ଖସି ଯିବା ।
ତେବେ ଏହାକୁ ନେଇ ଚହଲଙ୍କ ଫ୍ୟାନ୍ସ ତାଙ୍କୁ ସମର୍ଥନ କରୁଛନ୍ତି ଏବଂ ଧନଶ୍ରୀଙ୍କୁ ଟ୍ରୋଲ୍ କରୁଛନ୍ତି।