Ration Card: ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏହା ନକରିଲେ କଟିଯାଇ ପରେ ରାସନ କାର୍ଡରୁ ଆପଣଙ୍କ ନାମ ।
e-kyc କରିନଥିଲେ କଟିଯିବ କି ରାସନ କାର୍ଡ? ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ ସାମ୍ନାକୁ ଆସିବ ପୂରା ତଥ୍ୟ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି । ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏଯାଏଁ ୩୦ ଲକ୍ଷ ୭୩୪ ଲୋକ e-kyc କରିନାହାଁନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ ମୋଟ୍ କେତେ ଲୋକ e-kyc କରିନାହାଁନ୍ତି । ୩୧ ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଦେଖିବୁ ଯେଉଁ ହିତାଧିକାରୀ କରିନାହାଁନ୍ତି କାହିଁକି ସେମାନେ କଲେନି। ହଠାତ୍ କାହାର ରାସନ କାର୍ଡ କଟା ଯିବନି ।
ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ହେଲେ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ
ALSO READ: https://purvapaksa.com/anand-nilaya-wellness-centre-inaugurated/