Rashifala: ଜ୍ୟୋତିଷ ଦୃଷ୍ଟିକୋଣରୁ ମାର୍ଚ୍ଚ ୧୩, ୨୦୨୫, ଗୁରୁବାରର ବିଶେଷ ମହତ୍ତ୍ୱ ରହିଛି। ଆଜି ଫାଲଗୁନ ମାସର ଚତୁର୍ଦ୍ଦଶ ପର୍ଯ୍ୟାୟ । ପଞ୍ଚାଙ୍ଗ ଅନୁଯାୟୀ, ଆଜି ପୂର୍ବଫଳଗୁଣୀ ନକ୍ଷତ୍ର ଓ ଧୃତି ଯୋଗର ମିଶ୍ରଣ ରହିଛି, ଯାହାକୁ ଶୁଭ ବୋଲି ବିବେଚନା କରାଯାଏ।
ସିଂହ ରାଶିରେ ଚନ୍ଦ୍ର ରହୁଥିବା ବେଳେ କୁମ୍ଭ ରାଶିରେ ସୂର୍ଯ୍ୟ ଅବସ୍ଥାନ କରୁଛନ୍ତି। ଆଜି ହୋଲିକା ଦହନ ପର୍ବ, ଯାହା ନକାରାତ୍ମକତାର ଅନ୍ତ ଏବଂ ନୂତନ ଶକ୍ତିର ଆରମ୍ଭର ପ୍ରତୀକ ଅଟେ । ଏହି ଗ୍ରହମାନଙ୍କର ପ୍ରଭାବ ସବୁ ରାଶିର ଲୋକଙ୍କ ଜୀବନଉପରେ ପ୍ରଭାବ ପକାଇବ ।
ଆଜିର ଦିନଟି ଆତ୍ମଚିନ୍ତା ଓ ଆରାମର ଦିନ। ପୁରୁଣା ଅଭ୍ୟାସକୁ ଛାଡି ନୂଆ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଧ୍ୟାନ ଓ ଯୋଗ ଆପଣଙ୍କ ମନକୁ ଶାନ୍ତି ଦେବ। ପରିବାର ସହିତ ସମୟ ବିତାଇବା ଦ୍ୱାରା ଆପଣଙ୍କ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ସତର୍କ ରୁହନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
ଆଜି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଦ୍ୱାରା ମନ ଖୁସି ରହିବ ଓ ନୂଆ ପରିଚୟ ସୃଷ୍ଟି ହେବ, ଯାହା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ ହୋଇପାରେ, ଯାହା ପୁରୁଣା ସ୍ମୃତିକୁ ତାଜା କରିବା ସହ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିବ । ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ, କାରଣ ଯୋଜନାବିହୀନ ଖର୍ଚ୍ଚ ଆପଣଙ୍କ ବଜେଟରେ ବାଧା ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଫଳ ଦେବ, କିନ୍ତୁ ଧୈର୍ଯ୍ୟ ବଜାୟ ରଖିବା ଜରୁରୀ ହେବ। ପରିବାର ସହିତ ସମୟ ବିତାଇବା କେବଳ ଆନନ୍ଦଦାୟକ ହେବ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିବ ।
ମିଥୁନ ରାଶିର ବ୍ୟକ୍ତିଙ୍କ ମନ ପ୍ରଫୁଲ୍ଲ ରହିବ। ଲୁଚି ରହିଥିବା ଶତ୍ରୁଙ୍କ ଠାରୁ ସତର୍କ ରହିବାକୁ ପଡ଼ିବ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ଆପଣଙ୍କ ସମ୍ପତ୍ତିରେ ବୃଦ୍ଧି ଆପଣଙ୍କୁ ଅସୀମ ଆନନ୍ଦ ଆଣିବ । ଆପଣ ନିଜ କାର୍ଯ୍ୟକୁ ଅନ୍ୟମାନଙ୍କ ଉପରେ ବିଳମ୍ବ କରିବାରୁ ଦୂରେଇ ରହିବା ଉଚିତ୍ । ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କ ସାଥୀ ଆପଣଙ୍କୁ ଭଲ ପରାମର୍ଶ ଦେଇପାରନ୍ତି । କୌଣସି ବି ନିବେଶକୁ ଚିନ୍ତାକରି କରିବା ଉଚିତ ।
କର୍କଟ ରାଶିର ବ୍ୟକ୍ତିଙ୍କ ଆଖପାଖରେ ପରିବେଶ ଆନନ୍ଦଦାୟକ ରହିବ। ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ। ଆପଣ ନିଜର ସୌଖ ଏବଂ ବିଶ୍ରାମ କାର୍ଯ୍ୟରେ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ଯଦି ଆପଣ ଦୀର୍ଘ ଦିନ ଧରି କୌଣସି କାର୍ଯ୍ୟ ସମ୍ପନ୍ନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତାହାର ସମାଧାନ ମଧ୍ୟ ହୋଇଯିବ । କିଛି ନୂଆ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଆପଣଙ୍କ ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।
ସିଂହ ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ସନ୍ତାନ ଚାକିରି ପାଇଁ ବାହାରକୁ ଯାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ କଥାରେ ପ୍ରଭାବିତ ହେବାରୁ ଦୂରେଇ ରହିବାକୁ ପଡ଼ିବ। ଯଦି ଆପଣ ନିଜ କାମର ଯୋଜନା କରିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହେବ । ଯେଉଁମାନେ ରାଜନୀତିରେ ପାଦ ଦେଉଛନ୍ତି ସେମାନଙ୍କୁ ଟିକିଏ ଧ୍ୟାନ ଦେବାକୁ ପଡ଼ିବ। ବୈବାହିକ ଜୀବନରେ ଥିବା ସମସ୍ୟାର ସମାଧାନ ହେବ ଓ ଭଲ ସଫଳତା ପାଇବେ। ବିଦ୍ୟାର୍ଥୀମାନେ ବୌଦ୍ଧିକ ଓ ମାନସିକ ବୋଝରୁ ମୁକ୍ତି ପାଇବେ।
କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆହୁରିମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ । ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ କାର୍ଯ୍ୟ ହାସଲ କରିବେ ।
ଅଫିସ୍ରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖାଇବାର ସୁଯୋଗ ପାରିବେ । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତି ପ୍ରକାଶ କରାଇବ ।
କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ । କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ । ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ ।
ଆଜି ଆପଣ କାମଦେବଙ୍କ ବାଣର ଶିକାର ହୋଇପାରନ୍ତି । ଭଲ ପାଇବାର ତୀର ଆପଣଙ୍କୁ ଜୋରରେ ମାଡ ହେବ। ଅନ୍ୟ ପକ୍ଷରେ, ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଆପଣ ତାଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ତାହା ଲାଘବ କରନ୍ତୁ ।
ରାଜନିତିରେ ଲୋକଙ୍କ ପ୍ରିୟ ରହିବେ । କାର୍ଯ୍ୟକ୍ଷେତ୍ରରେ ଖୁବଶୀଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ମାଲିମକଦ୍ଦମା, ତର୍କବିତର୍କ, କ୍ଷେତ୍ରରୁ ଶୁଭଫଳ ପାଇବେ । ଖଳଲୋକଙ୍କ କଥାରେ ଭୁଲ୍ ମାର୍ଗ ଅନୁସରଣ କରି ହଇରାଣ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।
ଆଜି ଆପଣ ଆଶା କରିବେ ଆପଣଙ୍କ ଭଳି ଦୁଇ ଜଣ ଥିଲେ ବହୁତ ଭଲ ହେଇଥାଆନ୍ତା । ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେଉନଥିବ । ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଦିନଟି ବହୁତ ଭଲ ।
ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ମୁରବୀ ଆପଣଙ୍କୁ କୌଣସି ଭଲ ପରାମର୍ଶ ଦେଇ ପାରନ୍ତି । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ। ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ ।