Chahal: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଚହଲ । ତାଙ୍କ ଜୀବନରେ ଆସି ଯାଇଛନ୍ତି ଏକ ମିଷ୍ଟ୍ରି ଗାର୍ଲ । ଏବେ ପୁଣି ଚହଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ତ ହେଉଛି, ହେଲେ ଏବେ ବଦଳି ଯାଇଛି ପୂର୍ବପତ୍ନୀ ଧନଶ୍ରୀଙ୍କ ଫଟୋ ।
ତେବେ ସେହି ମିଷ୍ଟ୍ରି ଗାର୍ଲ ହେଉଛନ୍ତି ବେଶ ଲୋକପ୍ରିୟ ଆରଜେ ମହୱାସ୍ । ଗତ କିଛି ଦିନ ଧରି ତାଙ୍କୁ ଚହଲଙ୍କ ସହ ବିଭିନ୍ନ ଜାଗାରେ ଦେଖିବାକୁ ମିଲିଥିଲା।
୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ମଧ୍ୟ ଦୁହିଁଙ୍କୁ ସାଥିରେ ଦେଖା ଯାଇଥିଲା । ସେହି ସମୟର ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି । ଏହାପରେ ଦୁହେଁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ସେହି ଚର୍ଚ୍ଚାରେ ରୋକ ଲଗାଇଛନ୍ତି ଆରଜେ ମହୱାସ୍ । ସେ ଏକ ପୋଷ୍ଟ ମାଧ୍ୟମରେ ଏହି ଚର୍ଚ୍ଚାକୁ ଭୁଲ ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି ।
ସେ କହିଛନ୍ତି କି ଗୋଟିଏ ପୁଅ ଏବଂ ଝିଅ ମଧ୍ୟରେ କ’ଣ ବନ୍ଧୁତାର ସମ୍ପର୍କ ହୋଇପାରେନା । ଅପରପକ୍ଷେ ଧନଶ୍ରୀ ଚହଲଙ୍କ ସହିତ ଡିଲିଟ କରିଥିବା ଫଟୋଗୁଡ଼ିକୁ ପୁନଃ ଅପଲୋଡ୍ କରିଛନ୍ତି । ଏବଂ ଏହାକୁ ନେଇ ସୃଷ୍ଟି ହୋଇଛି ଆଉ ଏକ ନୂତନ ଆଲୋଚନା । ତେବେ ଛାଡପତ୍ର କ୍ୟାନସଲ ହୋଇଗଲା କି? ନାଁ ଏହା ପଛରେ ରହିଛି ଆଉ କିଛି କାରଣ?
ALSO READ: https://purvapaksa.com/has-priyanka-chopra-arrived-in-odisha-for-ssmb29-shoot/
ଏସ୍ଏସ୍ଏମ୍ବି୨୯ ସୁଟିଂ ପାଇଁ ଓଡ଼ିଶା ଆସିଛନ୍ତି କି ପ୍ରିୟଙ୍କା ଚୋପ୍ରା?