ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାରେ ଗୋଟିଏ ସମୟରେ ୧୫ ହଜାର ଟଙ୍କାର ତିନିଟି କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ସୂଚନା ଦେଇଛନ୍ତି ।
୨୦୨୪-୨୫ ବର୍ଷ ପାଇଁ ଏହି ଯୋଜନାରେ ପଞ୍ଜୀକରଣର ଶେଷ ତାରିଖକୁ ଜାନୁଆରିରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା ।
ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୧.୭ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ମାର୍ଚ୍ଚ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ୫ ହଜାର ଟଙ୍କାର ପ୍ରଥମ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶ୍ରୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମାତ୍ର ୮ ମାସ ମଧ୍ୟରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ମ୍ୟାଜିକ ନମ୍ବର ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହାର ପୂରା ଶ୍ରେୟ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତି, ଅଙ୍ଗନବାଡ଼ି କର୍ମୀ ଓ ବ୍ୟାଙ୍କ ମିତ୍ରଙ୍କୁ ଯାଉଛି । ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କାର ଦ୍ୱିତୀୟ କିସ୍ତି ଜମା କରାଯିବ ।
ାଣ୍ଠି ହସ୍ତାନ୍ତର ଯୋଜନାରେ ଏର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ପ୍ରଥମ କିସ୍ତି ରାଶି ପାଇସାରିଲେଣି ।
ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଉଦେ୍ଦଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ଏବଂ ସେମାନଙ୍କ ରିବାରପାଇଁ ସୁରକ୍ଷା ବ୍ୟବସ୍ଥା କରିବା । ୧୮ରୁ ୬୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଫ୍ଲାଗସି୍ ଦକ୍ଷେ ପାଇଁ ସରକାର ୫ ବର୍ଷ ପାଇଁ ୫୫,୮୨୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।
Also readhttps://purvapaksa.com/ministers-ultimatom-to-return-ration-card/
ଯୋଗାଣମନ୍ତ୍ରୀଙ୍କ ଚେତାବନୀ: ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାନ୍ତୁ

